ଓଡିଶା

odisha

ETV Bharat / state

ଗିରଫ ହେଲା ନିଆଁ ଲଗା ଡ୍ରାଇଭର, ଚାକିରୀରୁ ତଡିବାରୁ ଲଗାଇଥିଲା ନିଆଁ - Revenge Of Driver

Accused Driver Sets Owners House On Fire To Take Revenge: ଚାକିରୀରୁ ବାହାର କରିବାରୁ ଜାଳିଦେଲା ମାଲିକର ଘର । ସିସିଟିଭି ଫୁଟେଜ ଆଧାରରେ ଖଣ୍ଡଗିରି ପୋଲିସ କରିଛି ଅଭିଯୁକ୍ତ ଡ୍ରାଇଭରକୁ ଗିରଫ । ଅଧିକ ପଢନ୍ତୁ

ଗିରଫ ହେଲା ନିଆଁ ଲଗା ଡ୍ରାଇଭର, ଚାକିରୀରୁ ତଡିବାରୁ ଲଗାଇଥିଲା ନିଆଁ
ଗିରଫ ହେଲା ନିଆଁ ଲଗା ଡ୍ରାଇଭର, ଚାକିରୀରୁ ତଡିବାରୁ ଲଗାଇଥିଲା ନିଆଁ

By ETV Bharat Odisha Team

Published : Feb 22, 2024, 9:53 PM IST

ଗିରଫ ହେଲା ନିଆଁ ଲଗା ଡ୍ରାଇଭର, ଚାକିରୀରୁ ତଡିବାରୁ ଲଗାଇଥିଲା ନିଆଁ

ଭୁବନେଶ୍ବର: ଚାକିରୀରୁ ବାହାର କରିବାରୁ ଜାଳିଦେଲା ମାଲିକର ଘର । ରାଜଧାନୀରେ ମଦ୍ୟପ ଡ୍ରାଇଭର ଘଟାଇଛି ଉନ୍ମୁକ୍ତ କାଣ୍ଡ । ସିସିଟିଭି ଫୁଟେଜ ଆଧାରରେ ଖଣ୍ଡଗିରି ପୋଲିସ କରିଛି ଅଭିଯୁକ୍ତ ଡ୍ରାଇଭର କୁ ଗିରଫ । ସୂଚନା ଅନୁଯାୟୀ ଖଣ୍ଡଗିରି ଥାନା ଅନ୍ତର୍ଗତ ଜାଗମରା କ୍ରିଷ୍ଣା ଗାର୍ଡେନ ଫେଜ ୨ ଏଭଳି ଅଭାବନୀୟ ଅଗ୍ନିକାଣ୍ଡ ଘଟିଛି । ସେଠାରେ ରହୁଥିବା ଅଜିତ କୁମାର ନାୟକ ନାମକ ବ୍ୟକ୍ତିଙ୍କ ଘରେ ଅଭିଯୁକ୍ତ ଅବଦୁଲ ହକିମ ଡ୍ରାଇଭର ହିସାବରେ କାମ କରୁଥିଲା । ଗତ ୪-୫ ବର୍ଷ ଧରି ସେ ଅଜିତଙ୍କ ଗାଡି ଚଳାଉଥିଲା ।

ଘରମାଲିକ ଅଜିତଙ୍କ କହିବା ମୁତାବକ ଆରମ୍ଭରୁ ଅବଦୁଲର ବ୍ୟବହାର ଭଳ ଥିଲା । ଗତ ୪ -୫ ମାସ ଧରି ଅବଦୁଲ ନିଶାସକ୍ତ ଅବସ୍ଥାରେ କାମକୁ ଆସୁଥିଲା । ନିଶାଗ୍ରସ୍ତ ହୋଇ ସେ ଲୋକମାନଙ୍କୁ ଗାଳିଗୁଲଜ କରୁଥିଲା । ଅଜିତଙ୍କ ଘରର ମହିଳାଙ୍କୁ ମଧ୍ୟ ଦୁର୍ବ୍ୟବହାର ଦେଖାଇବା ସହ ଗାଡି ମଧ୍ୟ ଠିକ ଭାବେ ଚଳାଇ ପାରୁ ନଥିଲା । ଏଥିପାଇଁ ମାଲିକ ଅଜିତ ଅବଦୁଲକୁ ଅନ୍ୟତ୍ର କାମ ଖୋଜିବା ପାଇଁ କହିଥିଲେ ଓ ଗତ ମୋ ମାସରେ ତାକୁ ଚାକିରୀରୁ ବାହାର କରିଦେଇଥିଲେ । ଫଳରେ ପ୍ରତିଶୋଧ ପରାୟଣ ହୋଇ ଅବଦୁଲ ୧୯ ତାରିଖ ରାତିରେ ଅଜିତଙ୍କ ପରିବାରକୁ ଘର ମଧ୍ୟରେ ଲକ୍ କରି ପ୍ରଥମେ ଗ୍ୟରେଜ ଏବଂ ପରେ ଘରେ ନିଆଁ ଲଗାଇଦେଇଥିଲା । ଏହି ଅଗ୍ନିକାଣ୍ଡ ଯୋଗୁଁ ତାଙ୍କର କାର୍, ବାଇକ, ଘରର କାନ୍ଥ , ଯୋତା, ଇଲେକଟ୍ରିକ ମୋଟର ଆଦି ଜଳିଯାଇଥିଲା ।

ଏହା ମଧ୍ୟ ପଢନ୍ତୁ....ସରସ୍ବତୀ ପୂଜାରେ ରାଜଧାନୀରେ ଅଘଟଣ, ଦୀପରୁ ନିଆଁ ଲାଗି ଜଳିଗଲା ୧୦ଘର

ସୌଭାଗ୍ୟ ବଶତଃ ପଡିଶା ଘର ଲୋକମାନେ ଆସି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ପରେ ଫାୟାର ବ୍ରିଗେଡ ଆସି ନିଆଁକୁ ଆୟତ୍ତ କରିଥିଲା । ତେବେ ଖଣ୍ଡଗିରି ଥାନାରେ ଏନେଇ ଅଭିଯୋଗ ହେବା ପରେ ସିସିଟିଭିକୁ ଯାଞ୍ଚ କରି ପୋଲିସ ଅଭିଯୁକ୍ତକୁ ଚିହ୍ନଟ କରିଥିଲା । ଅଭିଯୁକ୍ତକୁ ଆଜି ଗିରଫ କରିଛି ପୋଲିସ । ପୋଲିସର ସୂଚନା ଅନୁଯାୟୀ ଅଭିଯୁକ୍ତ ଡ୍ରାଇଭର ଅବଦୁଲ ହାଉସିଂ ବୋର୍ଡ ବରମୁଣ୍ଡାରେ ରହୁଥିଲା । ତେବେ ବିଭିନ୍ନ ସ୍ଥାନରୁ ତାକୁ ଚାକିରୀରୁ ବାହାର କରାଯାଇଥିବା କଥା ପୋଲିସ ସୂଚନା ଦେଇଛି । ଏପରିକି ଅଭିଯୁକ୍ତ ଜଣଙ୍କ ମାନସିକ ଭାବେ ଅସୁସ୍ଥ ଥିବା କଥା ପୋଲିସ ପ୍ରକାଶ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details