ଓଡିଶା

odisha

ରାଜଧାନୀରେ କାର ଉପରୁ ବୋମାମାଡ, 2 ଗିରଫ - BHUBANESWAR BOMB BLAST

By ETV Bharat Odisha Team

Published : Jun 9, 2024, 4:30 PM IST

Bomb blast accused arrested: ଭୁବନେଶ୍ୱରରେ କାର ଉପରୁ ବୋମାମାଡ ଘଟଣା । 2 ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

BHUBANESWAR  BOMB BLAST
BHUBANESWAR BOMB BLAST (ETV BHARAT ODISHA)

ଭୁବନେଶ୍ୱର:ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହକୁ ନେଇ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ଜଣେ ବୋମା ପ୍ରସ୍ତୁତକାରୀ ଓ ତାର ସହଯୋଗୀକୁ ଗିରଫ କରିଛି କମିଶନରେଟ ପୋଲିସ । ମେ 27 ତାରିଖରେ ଭୁବନେଶ୍ବର ସ୍ଥିତ ଏୟାରପୋର୍ଟ ନୂଆ ରୋଡ଼ ଓ ବରମୁଣ୍ଡା ରାସ୍ତାରେ ସ୍କର୍ପିଓ ଉପରକୁ ଗିରଫ ଦୁଇ ଜଣ ବୋମାମାଡ କରିଥିଲେ । ଆକ୍ରମଣରେ ସ୍କର୍ପିଓ କାର ଭାଙ୍ଗିଯାଇଥିବା ବେଳେ ଜଣେ ଆହତ ହୋଇଥିଲେ । ଏନେଇ ଏସିପି ଜୋନ 3 ତାପସ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇକହିଛନ୍ତି । ଗିରଫ ଅଭିଯୁକ୍ତ ହେଲେ ସୁନ୍ଦରପଦାର ସନେଓ୍ବାଜ ମଲ୍ଲିକ ଓରଫ ମୁଫି ଓ ଅନ୍ୟ ଜଣେ ହେଲେ ମଞ୍ଚେଶ୍ବର ଥାନା ଅଞ୍ଚଳର ଉଦିତ ନାରାୟଣ ପ୍ରଧାନ । ଖଣ୍ଡଗିରି ଥାନା ପୋଲିସ ଉଭୟଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ଏକ ବାଇକ ଜବତ କରାଯାଇଛି ।

BHUBANESWAR BOMB BLAST (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ରାଜଧାନୀରେ କାର ଉପରେ ବୋମାମାଡ, ଜଣେ ଆହତ - Bomb blast in Bhubanswar

ଗତ ମାସ ୨୭ ତାରିଖରେ ଅର୍ଥାତ୍ ନିର୍ବାଚନର ଦୁଇ ଦିନ ପରେ ନୟାପଲ୍ଲୀର ରାଜେଶ ସାମନ୍ତ ସିଂହାର ନାମକ ଜଣେ ଯୁବକ କାରରେ ଯାଉଥିବା ବେଳେ ଖଣ୍ଡଗିରି ଥାନା ଅନ୍ତର୍ଗତ ଜାଗମରା ଏୟାରପୋର୍ଟ ନୂଆ ରୋଡ଼ ଓ ବରମୁଣ୍ଡା ରାସ୍ତାରେ ତାଙ୍କ ଉପରକୁ ବୋମା ମାଡ ହୋଇଥିଲା । ବ୍ୟକ୍ତିଗତ ରାଗ ରଖି ତିନୋଟି ବାଇକରେ ୬ଜଣ ଆସି ତାଙ୍କ ଉପରକୁ ବୋମା ଫିଙ୍ଗିଥିଲେ । ବୋମା ମାଡ଼ରେ ରାଜେଶ ସାମନ୍ତ ସିହାର‌ ଆହତ ହେବା ସହ ତାଙ୍କ କାର ଭାଙ୍ଗିରୁଜି ଯାଇଥିଲା ।

ଏହି ଘଟଣାରେ ପୋଲିସ ଜୋରଦାର ତଦନ୍ତ କରି ଦୁଇ ଜଣଙ୍କୁ ଗିରଫ କରିଛି । ସେହନଓ୍ବାଜ ଓରଫ ମୁଖି ନିଜେ ବୋମା ପ୍ରସ୍ତୁତ କରୁଥିଲା। ନିଜେ ସାମଗ୍ରୀ ଆଣି ବ୍ୟବହାର କରି ବୋମା ହାତରେ ତିଆରି କରି ବୋମା ମାଡ କରିଥିଲା । ପୋଲିସ ଉଭୟଙ୍କୁ ବୋମାମାଡ ଘଟଣାରେ ଗିରଫ ପରେ କୋର୍ଟ ଚାଲାଣ କରିଛି । ଯେହେତୁ ଘଟଣାର ଘଟିବାର ୧୦ଭିତରେ ଅନେକ ଅପାରାଧିଙ୍କୁ ପୋଲିସ ପଚରାଉଚରା ପରେ ଦୁଇ ଜଣଙ୍କୁ ଗିରଫ କରିଥିଲା । ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ମାନେ ଖୁବଶୀଘ୍ର ଗିରଫ ହେବା ପାଇଁ ନିର୍ଦ୍ଦେଶ ରହିଛି ବୋଲି ଏସିପି ସୂଚନା ଦେଇଛନ୍ତି ।



ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details