ଓଡିଶା

odisha

ETV Bharat / state

ହସ୍ପିଟାଲରେ ନବଜାତକୁ ଛାଡ଼ି ଦମ୍ପତି ଫେରାର ଘଟଣା, ଶିଶୁକୁ ମା'ର ଆବଶ୍ୟକତା ରହିଛି କହିଲେ ଡାକ୍ତର

Newborn Abandoned: ଶିଶୁକନ୍ୟାକୁ ଛାଡ଼ି ଦମ୍ପତି ଫେରାର ହୋଇଯାଇଥିବାବେଳେ ତାଙ୍କ ସହ ଯୋଗାଯୋଗ ହୋଇପାରୁନାହିଁ । ଶିଶୁଟିକୁ ମାଆର ଆବଶ୍ୟକତା ଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ଡାକ୍ତର। ଅଧିକ ପଢନ୍ତୁ

ଶିଶୁକନ୍ୟାକୁ ଛାଡ଼ି ଦମ୍ପତି ଫେରାର
ଶିଶୁକନ୍ୟାକୁ ଛାଡ଼ି ଦମ୍ପତି ଫେରାର

By ETV Bharat Odisha Team

Published : Jan 28, 2024, 10:00 PM IST

ଶିଶୁକନ୍ୟାକୁ ଛାଡ଼ି ଦମ୍ପତି ଫେରାର

ଭୁବନେଶ୍ୱର:ହସ୍ପିଟାଲରେ ଶିଶୁ କନ୍ୟାକୁ ଛାଡ଼ି ଦମ୍ପତି ଫେରାର ଘଟଣା । ଏହି ସମୟରେ ଶିଶୁଟିକୁ ମାଆର ଆବଶ୍ୟକତା ଥିବା କହିଛନ୍ତି ଡାକ୍ତର । ଶିଶୁଟି ବର୍ତ୍ତମାନ ଗୁରୁତର ଥିବାରୁ ତା'ର ଚିକିତ୍ସା ଚାଲିଛି । ଯେପର୍ଯ୍ୟନ୍ତ କୌଣସି ପରିବାର ଲୋକ ନ ଆସନ୍ତି ସେପର୍ଯ୍ୟନ୍ତ ହସ୍ପିଟାଲରେ ଚିକିତ୍ସିତ ହେବ ବୋଲି କହିଛନ୍ତି ହସ୍ପିଟାଲର ଉପ ଅଧୀକ୍ଷକ । ଶିଶୁଟିକୁ ଛାଡି ଦୀର୍ଘ 4 ଦିନ ଧରି ଫେରାର ଥିବା ଦମ୍ପତିଙ୍କ ସହ ଆଜି ପର୍ଯ୍ୟନ୍ତ ମଧ୍ୟ ଯୋଗାଯୋଗ ହୋଇପାରୁନାହିଁ । ଏନେଇ ଉପଅଧୀକ୍ଷକ ଧନଞ୍ଜୟ ଦାସ କହିଛନ୍ତି, "18 ତାରିଖରେ ଆଡ଼ମିଶନ ହୋଇଥିଲା । ବର୍ତ୍ତମାନ 4 ଦିନ ହେଲା କୌଣସି ସମ୍ପର୍କୀୟ ହସ୍ପିଟାଲକୁ ଆସୁନାହାନ୍ତି । ପିଲାଟିକୁ ଅନେକ ସମୟରେ ମାଆର ଆବଶ୍ୟକତା ରହିଛି କିନ୍ତୁ ଡାକିଲେ ମଧ୍ୟ ଆସୁନାହାନ୍ତି । ତେଣୁ ପୋଲିସ ଓ ଚାଇଲ୍ଡ ଲାଇନକୁ ଜଣାଇଛୁ । ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି। ହସ୍ପିଟାଲ କେୟାର କରୁଛି । ଜନ୍ମ ପରେ ମା' ସହ ଶିଶୁଟି କଣ୍ଟାକଟରେ ରହିବା ଆବଶ୍ୟକ ।"


ସୂଚନା ଅନୁଯାୟୀ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୨୨ ଦିନର ଶିଶୁକନ୍ୟାକୁ ଛାଡ଼ି ଦେଇ ଫେରାର ହୋଇଯାଇଥିଲେ ବାପାମାଆ । ତାଙ୍କୁ ଖୋଜା ଚାଲିଥିବାବେଳେ ନବଜାତକର ବାପା ପୋଲିସକୁ ଯୋଗାଯୋଗ କରି ଟଙ୍କା ପାଇଁ ଘରକୁ ଯାଇଥିବା କହିଥିଲେ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳରୁ ପ୍ରଶାନ୍ତ ନାୟକ ନିଜର ଶିଶୁକନ୍ୟାକୁ ଆମ୍ବୁଲାନ୍ସରେ ଆଣି କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ। ନବଜାତକୁ ସ୍ପେଶାଲ ନ୍ୟୁ ବର୍ଣ୍ଣ କେୟାର ୟୁନିଟ (SNCU)ରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସା ଭିତରେ ମେଡିକାଲ ଟିମ୍‌ ଜାଣିବାକୁ ପାଇଥିଲା ଯେ, ପିଲାଟି ପାଖରେ କେହି ନାହାନ୍ତି । ବାପା ମା’ଙ୍କୁ ସେମାନେ ଦେଇଥିବା ମୋବାଇଲ ନମ୍ବର ମାଧ୍ୟମରେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା । କିନ୍ତୁ ଯୋଗାଯୋଗ ହୋଇପାରିନଥିଲା । ଶିଶୁକନ୍ୟାର ବାପାଙ୍କ ମୋବାଇଲ୍ ଫୋନ୍‌ ସୁଇଚ୍‌ ଅଫ୍‌ ଥିବା ଜଣାପଡ଼ିଥିଲା ।

ଏହା ମଧ୍ୟ ପଢନ୍ତୁ...ପୁଣି ଶିଶୁକନ୍ୟା ଅଲୋଡା, ହସ୍ପିଟାଲରେ ନବଜାତକୁ ଛାଡ଼ି ବାପା ଫେରାର

ଆଜି ଅପରାହ୍ନ ଭିତରେ ବାପା ମା' ଯୋଗାଯୋଗ ନକଲେ ଥାନା ଓ ଚାଇଲ୍ଡ ଲାଇନକୁ ଏ ବାବଦରେ ଅବଗତ କରାଯିବ ‌ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଥିଲେ । କ୍ୟାପିଟାଲ ହସ୍ପିଟାଲର ଶିଶୁରୋଗ ବିଶେଷଜ୍ଞ ଲିଙ୍ଗରାଜ ପ୍ରଧାନ କହିଛନ୍ତି, "ଶିଶୁକନ୍ୟାର ବାପା ପ୍ରଶାନ୍ତ ନାୟକ ଓ ମା’ ମମତା ନାୟକଙ୍କ ଘର ନୟାଗଡ଼ ଦଶପଲ୍ଲା ଖଣ୍ଡପଡ଼ରେ । ନୟାଗଡ଼ରେ ପିଲାର ଜନ୍ମ ହୋଇଥିବାବେଳେ ତାକୁ ୧୯ ଦିନ ଯେବେ ହେଲା, ପିଲାଟିର ବାପାମାଆ ତା’କୁ କ୍ୟାପିଟାଲ ହସ୍ପିଟାଲକୁ ଆଣି ଆସିଥିଲେ । ସେତେବେଳେ ତା’ର ଓଜନ ୮୬୦ ଗ୍ରାମ ଥିଲା । ଯାହା ସାଧାରଣ ଶିଶୁର ଓଜନ ୨ କେଜି ୫୦୦ ଗ୍ରାମଠାରୁ ବହୁତ କମ୍ । ସେ ଜଣେ ଅପରିପକ୍ୱ ଶିଶୁ ହୋଇଥିବାରୁ ହସ୍ପିଟାଲରେ ସେହି ଅନୁସାରେ ଚିକିତ୍ସା ଚାଲିଥିଲା । ଆମେ ଲଗାତାର ଭାବେ ବାପା ଓ ମା’ଙ୍କୁ ଶିଶୁର ଖବର ଦେଉଥିଲୁ । କିନ୍ତୁ କାଲି ସକାଳୁ ହଠାତ୍‌ ତାଙ୍କୁ ଆଉ ପାଇଲୁ ନାହିଁ । ତେଣୁ ଉପରିସ୍ଥ ଅଧିକାରୀଙ୍କୁ ଓ ପୋଲିସରେ ସୂଚନା ଦେଇଛୁ । ପିଲାଟି ଅସୁସ୍ଥ ଥିବାରୁ ତା’କୁ ନେଇ ତା’ ବାପା ଓ ମା’ ଭୟଭୀତ ଥିଲେ । ପୂର୍ବରୁ ଗୋଟିଏ ରକ୍ତ ଦିଆଯାଇଥିଲା ଏବଂ ଆଜି ମଧ୍ୟ ଆଉ ଗୋଟିଏ ଦିଆଯାଉଛି ।’’

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details