ଓଡିଶା

odisha

ETV Bharat / state

ମହମବତୀ ଆଲୁଅରେ ପରୀକ୍ଷା ପ୍ରସ୍ତୁତି ଘଟଣା, କଡ଼ା ସମାଲୋଚନା କଲା ଆମ୍ ଆଦମୀ ପାର୍ଟି - AAP slams Odisha govt - AAP SLAMS ODISHA GOVT

AAP condemns Power Cut Incident: ପୁରୀ ସଦର ସ୍କୁଲରେ ମହମବତୀ ଆଲୁଅରେ ପରୀକ୍ଷା ଦେବା ଘଟଣାକୁ କଡ଼ା ନିନ୍ଦା କଲା ଆପ୍ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ବିଦ୍ୟୁତ ବିଭାଗର ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି । ଅଧିକ ପଢନ୍ତୁ,

ମହମବତୀ ଆଲୁଅରେ ପରୀକ୍ଷା ଘଟଣା, କଡା ସମାଲୋଚନା କଲା ଆମ୍ ଆଦମୀ ପାର୍ଟି
ମହମବତୀ ଆଲୁଅରେ ପରୀକ୍ଷା ଘଟଣା, କଡା ସମାଲୋଚନା କଲା ଆମ୍ ଆଦମୀ ପାର୍ଟି

By ETV Bharat Odisha Team

Published : Mar 22, 2024, 11:40 AM IST

ମହମବତୀ ଆଲୁଅରେ ପରୀକ୍ଷା ଘଟଣା, କଡା ସମାଲୋଚନା କଲା ଆମ୍ ଆଦମୀ ପାର୍ଟି

ପୁରୀ:ପୁରୀ ସଦରରେ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଛାତ୍ରଛାତ୍ରୀ ମହମବତୀ ଆଲୁଅରେ ପରୀକ୍ଷା ଦେବା ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସରକାର ସ୍କୁଲଗୁଡ଼ିକର ଉନ୍ନତିକରଣ ଦିଗରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସ୍କୁଲରେ ଇନଭର୍ଟ ବ୍ୟବସ୍ଥା ନହେବା ଦୁଃଖଦାୟକ ବୋଲି ବୁଦ୍ଧିଜୀବୀ କହିଛନ୍ତି । ସେପଟେ ଏହି ଘଟଣାକୁ କଡ଼ା ନିନ୍ଦା କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ପୁରୀ ଜିଲ୍ଲା ଆମ୍ ଆଦମୀ ପାର୍ଟି । ଆଜିକା ସମୟରେ ବିଦ୍ୟୁତ ସମସ୍ୟା ଯୋଗୁଁ ମହମବତୀରେ ଛାତ୍ରଛାତ୍ରୀ ପରୀକ୍ଷା ଦେବା ଲଜ୍ଜ୍ୟାଜନକ । ସ୍କୁଲଗୁଡ଼ିକର ରୂପନ୍ତରୀକରଣ କରାଯାଇ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହା କାହା ସ୍ୱାର୍ଥରେ ହେଉଛି ବୋଲି ଆପ୍ ପ୍ରଶ୍ନ କରିଛି ।

ଏହି ଘଟଣା ପାଇଁ ଜିଲ୍ଲା ପ୍ରଶାସନକୁ ସମ୍ପୂର୍ଣ୍ଣ ରୂପେ ଦାୟୀ କରିଛି ଆପ୍ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ବିଦ୍ୟୁତ ବିଭାଗର ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ପ୍ରାଥମିକ ବିଦ୍ୟାଳୟର ଉନ୍ନତି ପାଇଁ ଆମ ସ୍କୁଲ ଅଭିଯାନରେ କୋଟି କୋଟି ଟଙ୍କା ଆସୁଛି, ହେଲେ ସ୍କୁଲଗୁଡ଼ିକରେ ଇନଭର୍ଟର ନରହିବା ଦୁଃଖଦାୟକ । ଏହି ଘଟଣାରୁ ଜଣାପଡୁଛି ଆମ ସ୍କୁଲ ଅଭିଯାନରେ ଆସୁଥିବା କୋଟି କୋଟି ଟଙ୍କା ପ୍ରଶାସନିକ ଅଧିକାରୀମାନେ ହରିଲୁଟ କରୁଛନ୍ତି ବୋଲି ଅଭିଯୋଗ କରିଛି ।

ଏହା ମଧ୍ୟ ପଢନ୍ତୁ: ଏମିତି ଆମ ଶିକ୍ଷା ବ୍ୟବସ୍ଥା ! ଆସିଲାନି ଲାଇନ, ମହମବତୀ ଆଲୁଅରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ - Unannounced Power Cut

ଅନ୍ୟପଟେ ଏହି ଘଟଣାକୁ ଅତି ହାଲୁକା ଭାବେ ନେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ ପରହି । ସେ କହିଛନ୍ତି ଯେ, ଏହା ଅତି ସାଧାରଣ ଘଟଣା । ବର୍ଷା ଯୋଗୁଁ ଲାଇନ କଟିଥିଲା । ଆମ ସ୍କୁଲ ଅଭିଯାନରେ ଆସୁଥିବା ଆର୍ଥିକ ଅନୁଦାନରେ ଆଗାମୀ ଦିନରେ ବିଦ୍ୟୁତ ସମସ୍ୟାର ନିରାକରଣ ପାଇଁ ଇନଭର୍ଟର ବ୍ୟବସ୍ଥା କରାଯିବ । ତେବେ ଏଭଳି ଏକ ଅଭାବନୀୟ ଘଟଣାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଅତି ସାଧାରଣ ଭାବେ ନେବାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ, ପୁରୀ ସଦର ଅଞ୍ଚଳରେ ବିଦ୍ୟୁତ ବିଭାଗ ପକ୍ଷରୁ ଗତ ମଙ୍ଗଳବାର ରାତିରୁ ବିଦ୍ୟୁତ କାଟ ହେବା ସହ ସକାଳ ପର୍ଯ୍ୟନ୍ତ ସଂଯୋଗ ହୋଇନଥିଲା । କୋହଲା ପାଗ ଯୋଗୁଁ ବିଦ୍ୟାଳୟର ଶ୍ରେଣୀଗୃହରେ ଅନ୍ଧାର ଛାଇ ଯାଇଥିଲା । ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ଫଳରେ ମହମବତୀ ଆଲୁଅରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ । ଏହି ଘଟଣା ନଜରକୁ ଆସିବା ପରେ ଚାରିଆଡେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details