ସମ୍ବଲପୁର: ସମ୍ବଲପୁର ଆଇଆଇଏମରେ ଆୟୋଜିତ ହୋଇଛି ନବମ ପାନ୍ ୱାର୍ଲ୍ଡ ଆଇଆଇଏମ କନଫରେନ୍ସ । ଦେଶରେ ଥିବା ମୋଟ 21ଗୋଟି ଆଇଆଇଏମର ପ୍ରତିନିଧିମାନଙ୍କୁ ନେଇ ବର୍ଷକରେ ଥରେ ଏହା ଅନୁଷ୍ଠିତ ହେଉଥିବା ବେଳେ ଏଥର ସମ୍ବଲପୁର ଆଇଆଇଏମରେ ଏହା ଅନୁଷ୍ଠିତ ହୋଇଛି l ମୁଖ୍ୟତଃ ଦେଶର ପୁରୁଣା ଆଇଆଇଏମ ମାନେ ଏହାକୁ ଆୟୋଜନ କରୁଥିବା ବେଳେ ପ୍ରଥମ କରି ସମ୍ବଲପୁର ପରି ନୂଆ ଆଇଆଇଏମରେ ଏହା ହେଉଛି ।
ଗତ ଜାନୁଆରୀ 21 ତାରିଖରୁ ଏହା ଆରମ୍ଭ ହୋଇଥିବା ବେଳେ 24ରେ ସମାପନ ହେବ । ଏହି କାର୍ଯ୍ୟକ୍ରମକୁ ଗତ 21ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିଥିଲେ । ଏଥିରେ ଦେଶର 21 ଗୋଟି ଆଇଆଇଏମର ନିର୍ଦେଶକ,ରିସର୍ଚ୍ଚ ସ୍କଲାର, ଅଧ୍ୟାପକ, ବୁଦ୍ଧିଜୀବୀଙ୍କ ପ୍ରତିନିଧି ଦଳ ସାମିଲ ହୋଇଛନ୍ତି । ପ୍ରାୟ 1 ହଜାର ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଏଠାରେ 4 ଦିନ ଧରି ବର୍ତ୍ତମାନ ବିଶ୍ବର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ । ମୁଖ୍ୟତଃ ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ତରରେ ବ୍ୟବସାୟ, ଡିଜିଟାଲ ଗଭରନେନ୍ସ ଆଦି ପ୍ରସଙ୍ଗ ଓ ଏହାର ଆହ୍ବାନ ଉପରେ ଏଠାରେ ଆଲୋଚନା ହେବ ।
ଏହା ମଧ୍ୟ ପଢନ୍ତୁ ....ସାଧାରଣତନ୍ତ୍ର ଦିବସରେ କର୍ତ୍ତବ୍ୟ ପଥରେ ଗଡିବ ଓଡିଶାର ପ୍ରଜ୍ଞାପନ ମେଢ