ଓଡିଶା

odisha

ଆଉ ଦୂରକୁ ଯିବେନି ଛାତ୍ରଛାତ୍ରୀ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ହେଲା ୭୯ଟି ସେକେଣ୍ଡାରୀ ସ୍କୁଲ - SCHOOL UPGRADATION

By ETV Bharat Odisha Team

Published : Jun 27, 2024, 12:50 PM IST

Mass education department: ସ୍କୁଲ ଓ ଗଣଶିକ୍ଷା ବିଭାଗର ବଡ ନିଷ୍ପତ୍ତି । ୭୯ଟି ସେକେଣ୍ଡାରୀ ସ୍କୁଲ ହେଲା ହାଇଅର ସେକେଣ୍ଡାରୀ ସ୍କୁଲ । ଅଧିକ ପଢନ୍ତୁ

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ହେଲା ୭୯ଟି ପ୍ରାଇମେରୀ ସ୍କୁଲ
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ହେଲା ୭୯ଟି ପ୍ରାଇମେରୀ ସ୍କୁଲ (ETV Bharat Odisha)

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ନଥିବାରୁ ପିଲାଙ୍କୁ ପାଠପଢ଼ା ପାଇଁ ଦୂରକୁ ଯିବାକୁ ପଡୁଥିଲା । ଏହି କାରଣ ପାଇଁ ଅନେକ ଛାତ୍ରଛାତ୍ରୀ ମାଟ୍ରିକ ପରେ ପାଠପଢା ଛାଡ଼ି ଦେଉଥିଲେ । ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ୭୯ଟି ମାଧ୍ୟମିକ ବିଦ୍ୟାଳୟକୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଭାବେ ଉନ୍ନୀତ (ଅପଗ୍ରେଡ) କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଶିକ୍ଷା ବିଭାଗର ପ୍ରକଳ୍ପ ଅନୁମୋଦନ ବୋର୍ଡ (ପିଏବି) ସୁପାରିସ କ୍ରମେ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ହେଲା ୭୯ଟି ପ୍ରାଇମେରୀ ସ୍କୁଲ (ETV Bharat Odisha)

ଏନେଇ ଗତକାଲି (ବୁଧବାର) ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳା ବିଭାଗ ଖୋଲିବ । ଚଳିତ ଶିକ୍ଷାବର୍ଷ (୨୦୨୪ -୨୫) ଏହାକୁ କାର୍ଯ୍ୟକ୍ଷମ କରିବାକୁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନାନୁଯାୟୀ, ଯେଉଁ ୭୯ଟି ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ କରାଯାଇଛି, ସେଥିମଧ୍ୟରେ ଭଦ୍ରକ ଜିଲ୍ଲାର ୪ଟି, ବଲାଙ୍ଗୀରର ୮, ବୌଦ୍ଧର ୨, ଗଞ୍ଜାମ ୧୪, ଝାରସୁଗୁଡ଼ା ୪, କଳାହାଣ୍ଡି ୧୭, କେନ୍ଦୁଝର ୫, କୋରାପୁଟ ୬, ମାଲକାନଗିରି ୨, ମୟୂରଭଞ୍ଜ ୧, ନବରଙ୍ଗପୁର ୨, ନୂଆପଡ଼ା ୧, ସମ୍ବଲପୁର ୩ ଏବଂ ସୁନ୍ଦରଗଡ଼ ଜିଲାର ୧୦ ମାଧ୍ୟମିକ ବିଦ୍ୟାଳୟ ରହିଛି ।

ଏହା ମଧ୍ୟ ପଢନ୍ତୁ :- ହସ୍ପିଟାଲରେ ଭର୍ତ୍ତି ହେଲେ ଭାରତ ରତ୍ନ ଲାଲକୃଷ୍ଣ ଆଡଭାନୀ - L K Advani admitted to AIIMS

ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷରେ ୧୦୦ଟି ମାଧ୍ୟମିକ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ କରାଯାଇଥିଲା । ଏହି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ କଳା ପାଠ୍ୟକ୍ରମ ଖୋଲାଯାଇଛି । ଏହା ସହିତ ଜିଲ୍ଲା ପରିଷଦ ଅଧୀନରେ ଥିବା ଅନ୍ୟ ୧୧୭ଟି ହାଇସ୍କୁଲକୁ ଉନ୍ନୀତ କରିବା ପାଇଁ ଯୋଜନା କରାଯାଇଥିଲା । ଅନେକ ସମୟରେ ଘର ଠାରୁ ବହୁଦୂରରେ ସ୍କୁଲ ବା କଲେଜ ରହିଥିବା ନେଇ ପିଲାମାନେ ଅନେକ ସମୟରେ ଅଧାରୁ ପାଠ ଛାଡ଼ିଥାନ୍ତି । ତେଣୁ କରି ଏହାକୁ ବିଚାର କରି ନିକଟରେ ଥିବା ବିଦ୍ୟାଳୟଗୁଡିକୁ ଉନ୍ନୀତ କରାଯାଇଛି । ଯାହା ଫଳରେ ପିଲାମାନେ ଅଧାରୁ ପାଠ ଛାଡ଼ିବାକୁ ପଛେଇବେନାହିଁ । ତେଣୁ ଆଗକୁ ମଧ୍ୟ ଆହୁରି ଅନ୍ୟାନ୍ୟ ଜିଲ୍ଲାଗୁଡିକରେ ମାଧ୍ୟମିକ ବିଦ୍ୟାଳୟ ଉଚ୍ଚମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ କରାଯିବାର ମଧ୍ୟ ଯୋଜନା କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details