କୋରାପୁଟ:ଜେଲ୍ ଭିତରେ ଭାବପୂର୍ଣ୍ଣ ପରିବେଶ । ଗୀତ ଗାଇବା ଠାରୁ ଆରମ୍ଭ କରି କବିତା ପଠନ । ଏଭଳି ଅନେକ କଳା ପଦର୍ଶନ କରୁଛନ୍ତି ବନ୍ଦୀ କଏଦୀ । କାରାଗାରର ନିବୁଜ ଅନ୍ଧାରୀ ଚାରିକାନ୍ଥ ମଧ୍ୟରେ ବନ୍ଦୀହୋଇ ମନଦୁଃଖରେ ରହୁଥିବା ବନ୍ଦୀଙ୍କ ମନରେ ଟିକେ ଖୁସି ସହ ମାନସିକତାରେ ପରିବର୍ତ୍ତନ ପାଇଁ ପ୍ରୟାସ । ଜେଲରେ କାରାବାସ ଭୋଗୁଥିବା ବନ୍ଦୀଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ସୁଯୋଗ ଦେଇଛନ୍ତି କୋରାପୁଟ ମଣ୍ଡଳ କାରାଗାର ଜେଲ୍ କର୍ତ୍ତୃପକ୍ଷ । ଆଉ ଏଥିପାଇଁ ଜେଲ୍ ଅନ୍ତେବାସୀଙ୍କ ଦ୍ୱାରା ପରିଚାଳିତ ହେଉଛି ନିଜସ୍ଵ ଅନଲାଇନ ରେଡିଓ ଷ୍ଟେସନ ‘ରେଡିଓ ମୁକ୍ତି’ । ବିଭିନ୍ନ ଅପରାଧିକ ମାମଲାରେ ଛନ୍ଦି ହୋଇ ସଜା ଭୋଗିବା ସହ ମାନସିକ ଅବସାଦ ଭିତରେ ରହିଥାନ୍ତି କଏଦୀ । କୁହାଯାଏ ସ୍ୱଚ୍ଛ ଏବଂ ସୁନ୍ଦର ପରିବେଶ ଜଣେ ବ୍ୟକ୍ତିର ମାନସିକତାରେ ପରିବର୍ତ୍ତନ ଆଣିଥାଏ । ସୁନ୍ଦର ପରିବେଶ ଭିତରେ ରହିଲେ ମଣିଷ ମନରେ ସକାରତ୍ମକ ଭାବନା ଜାଗ୍ରତ ହୁଏ । ଏଥିପାଇଁ କଏଦୀଙ୍କ ମାନସକ ଅବସାଦ ଦୂର କରି ସେମାନଙ୍କୁ ଭଲ ବାଟକୁ ଆଣିବା ସହ ସେମାନଙ୍କ ଭିତରେ ଲୁଚି ରହିଥିବା ଅନ୍ତର୍ନିହିତ ଗୁଣକୁ ବାହାରେ ପରିପ୍ରକାଶ କରିବା ପାଇଁ କୋରାପୁଟ ମଣ୍ଡଳ କାରାଗାର ପକ୍ଷରୁ ଏହି ଭିନ୍ନ ପଦକ୍ଷପ ଗ୍ରହଣ କରାଯାଇଛି ।
କଏଦୀଙ୍କ ମାନସିକତାରେ ପରିବର୍ତ୍ତନ:
କଏଦୀମାନେ ଯଦିଓ ଅପରାଧୀକ ମାମାଲାରେ ଛନ୍ଦି ହୋଇ ସଜ୍ଜା କାଟନ୍ତି, ମାତ୍ର ଅନ୍ୟମାନଙ୍କ ପରି ସେମାନଙ୍କୁ ଭିତରେ ଅନେକ କଳା ଲୁଚି ରହିଛି । କଏଦୀଙ୍କ ମନରୁ ଅପରାଧ ପ୍ରବଣତାକୁ ଦୂରେଇବା ସହ ସେମାନଙ୍କ ମାନସିକତାକୁ ପରିବର୍ତ୍ତନ କରିବା ପାଇଁ କୋରାପୁଟ ସ୍ଥିତ ମଣ୍ଡଳ କାରାଗାରରେ କାରାଗାର ଅନ୍ତେବାସୀଙ୍କ ଦ୍ବାରା ପରିଚାଳିତ ହେଉଛି ନିଜସ୍ଵ ଅନଲାଇନ ରେଡିଓ ଷ୍ଟେସନ ‘ରେଡିଓ ମୁକ୍ତି’ । ସେମାନଙ୍କ ଦ୍ବାରା ପ୍ରସାରିତ ହେଉଥିବା ସାପ୍ତାହିକ ରେଡିଓ କାର୍ଜ୍ୟକ୍ରମର 75ତମ ଅଧ୍ୟାୟ ପ୍ରସାରିତ ହୋଇସାରିଛି । ଏହି ଅବସରରେ ଅନ୍ତେବାସୀ ଏକ ସ୍ୱତନ୍ତ୍ର ଉତ୍ସବ ମାଧ୍ୟମରେ ମୁକ୍ତି ସମ୍ପର୍କରେ ସେମାନଙ୍କ ଅଭିମତ ଉପସ୍ଥାପନ କରିଛନ୍ତି ।
ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରୁଛନ୍ତି କଏଦୀ:
ଗତ ବର୍ଷ ଜାନୁଆରୀ ମାସରେ କୋରାପୁଟ ମଣ୍ଡଳ କାରାଗାରର ସୁପରିଟେନଡେଣ୍ଟଟ୍ ଓ ଜେଲରଙ୍କ ପ୍ରେରଣାରେ ଅନ୍ତେବାସୀ ନିଜ ଅନ୍ତରର କଥା ଓ ସାଂସ୍କୃତିକ ଦକ୍ଷତାର ପ୍ରଦର୍ଶନ କରିବା ପାଇଁ ଏକ ଭାଷ୍ୟ ମଞ୍ଚ ପ୍ରସ୍ତୁତ କରିବା ପାଇଁ ଆଗେଇ ଆସିଥିଲେ । ଏହି ମଞ୍ଚରେ ସେମାନେ ଗୀତ ଗାଇବା, ଗପ ପଢିବା, କବିତା ଆବୃତି କରିବା, ହସକଥା କହିବା ଓ ନିଜ ଅନୁଭୂତିକୁ ନିଜ ଭାଷାରେ ବିଭିନ୍ନ ମନଲୋଭା ଅଳଙ୍କାର ଦେଇ ଉପସ୍ଥାପନା କରିବା ଭଳି କଳା ପଦର୍ଶନ କରୁଛନ୍ତି । କାରାଗାର ମଧ୍ୟରେ ଥିବା ଆମ୍ପଲିଫାୟାର ବାକ୍ସ ମାଧ୍ୟମରେ ୮୦୦କୁ ଉର୍ଦ୍ଧ୍ବ ଅନ୍ତେବାସୀଙ୍କ ପାଇଁ ମଞ୍ଚରେ ଏଭଳି ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଅନ୍ତେବାସୀ ପୁରୁଷ ଓ ମହିଳା କଳାକାରଙ୍କ ସମେତ ଶ୍ରୋତା ଭାବେ କାରାଗାର ମଧ୍ୟରେ ଥିବା ସମସ୍ତ ଅନ୍ତେବାସୀ ଏହି କାର୍ଯ୍ୟକ୍ରମ ମାଧ୍ୟମରେ କାରାଗାରର ଚାରିକାନ୍ଥ ମଧ୍ୟରେ ମାନସିକ ସ୍ତରରେ ମୁକ୍ତିର ଆନନ୍ଦ ପାଇଥିବା ଅନ୍ତେବାସୀ କଳାକାର ଜଣାଇଛନ୍ତି ।
ନିଜ ଅଞ୍ଚଳର କଥା ପରିପ୍ରକାଶ କରୁଛନ୍ତି କଏଦୀ: