ଓଡିଶା

odisha

ରାଜଧାନୀ ରାଜରାସ୍ତାରେ ବେପରୁଆ ଗାଡ଼ି ଚାଳନା, ୫ ଗିରଫ - Reckless Driving

By ETV Bharat Odisha Team

Published : Sep 16, 2024, 10:54 PM IST

Reckless Driving On Bhubaneswar Road: ରାଜଧାନୀ ରାଜରାସ୍ତାରେ ବେପରୁଆ ଗାଡ଼ି ଚାଳନା । ବାନ୍ଧିଲା ହେଲେ ଅମାନିଆ ଯୁବକ । ଅଧିକ ପଢ଼ନ୍ତୁ

Reckless Driving On Bhubaneswar Road
Reckless Driving On Bhubaneswar Road (ETV Bharat Odisha)

ଭୁବନେଶ୍ବର: ରାଜଧାନୀରେ ବେପରୁଆ ଓ ବିପଦପୂର୍ଣ୍ଣ ଗାଡି ଚାଳନା । ସାମ୍ନାକୁ ଆସିଲା ରାଜରାସ୍ତା ଉପରେ ଘଟଣାର ଛାତିଥରା ଭିଡିଓ । ଜନଗହଳିପୂର୍ଣ୍ଣ ରାସ୍ତାରେ ବିପଦପୂର୍ଣ୍ଣ ଭାବେ କାର ଚଳାଉଥିଲେ କିଛି ଯୁବକ । ଏପରିକି ଟ୍ରାଫିକ ପୋଲିସ ଉପରକୁ ମଧ୍ଯ ଗାଡ଼ି ଚଢ଼ାଇବାକୁ ଉଦ୍ୟମ କରିଥିଲେ ଏହି ଯୁବକମାନେ । ସୋସିଆଲ ମିଡିଆରେ ଭିଡିଓଟି ଜୋରଦାର ଭାଇରାଲ ହେବା ପରେ ଆକ୍ସନ ମୋଡରେ ପୋଲିସ । ଅମାନିଆ ଯୁବକଙ୍କୁ ଗିରଫ କରିଛି ପୋଲିସ ।

Reckless Driving On Bhubaneswar Road (X)


ଅମାନିଆଙ୍କ ଆତଙ୍କରାଜ:

Reckless Driving On Bhubaneswar Road (ETV Bharat Odisha)

ସୂଚନା ଅନୁସାରେ, ଆଜି ସକାଳ ୯ଟା ସମୟରେ ଭୁବନେଶ୍ବର ବିଗବଜାରରୁ ଶହୀଦନଗର ଜନଗହଳିପୂର୍ଣ୍ଣ ରାସ୍ତାରେ କିଛି ଯୁବକ ଅତି ବେପରୁଆ ଭାବେ ଗାଡ଼ି ଚଳାଉଥିବା ଭିଡିଓ ଭାଇରାଲ ହୋଇଥିଲା । ୪ଟି ଗାଡ଼ି ଯୋଗେ କିଛି ଯୁବକ ବେପରୁଆ ଭାବରେ ଗାଡ଼ି ଚାଳନା କରି ରାସ୍ତାରେ ଯାଉଥିବା ଲୋକଙ୍କୁ ଭୟଭୀତ କରି ଦେଇଥିଲେ । ଗାଡ଼ିକୁ କେତେବେଳେ ରାସ୍ତାର ବାମପଟକୁ ତ କେତେବେଳେ ଡାହାଣକୁ ନେଉଥିଲେ । ଏପରିକି ପଦଚାରୀଙ୍କ ପାଇଁ ହୋଇଥିବା ରାସ୍ତା ଉପରକୁ ମଧ୍ୟ ଗାଡ଼ି ଚଢ଼ାଇ ନେଉଥିଲେ । ଏହି ସମୟର ଭିଡିଓ କଏଦ କରି ସୋସିଆଲ ମିଡ଼ିଆରେ ସେୟାର କରିଥିଲେ ଜଣେ ଯୁବକ । ଏପଟେ ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିଶନରେଟ ପୋଲିସ । ୫ ଜଣ ଯୁବକ ଗିରଫ ହୋଇଥିବା ବେଳେ ୩ଟି ଗାଡ଼ିକୁ ଜବତ କରିଛି ପୋଲିସ ।

Reckless Driving On Bhubaneswar Road (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ଏନଏଚ-୫୫ରେ ସିରିଜ ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର, ଉତ୍ତ୍ୟକ୍ତ ଲୋକଙ୍କ ହାବୁଡରେ ପଡ଼ି ହଟହଟା ହେଲେ ମନ୍ତ୍ରୀ - ROAD ACCIDENT IN DHENKANAL

ଏହା ମଧ୍ୟ ପଢ଼ନ୍ତୁ...ହିଞ୍ଜିଳି ଦୁର୍ଘଟଣା: ସଡ଼କ ଦୁର୍ଘଟଣାର ଯେପରି ପୁନରାବୃତ୍ତି ନ ହେବେ ସେଥି ପ୍ରତିଧ୍ୟାନ ଦିଆଯିବ କହିଲେ ପରିବହନ ମନ୍ତ୍ରୀ - ROAD ACCIDENT IN GANJAM

ଟ୍ରାଫିକ ଉପରକୁ ଗାଡ଼ି ଚଢ଼ାଇବାକୁ ଉଦ୍ୟମ:

Reckless Driving On Bhubaneswar Road (ETV Bharat Odisha)

ଏନେଇ ଜୋନ ୧ ଏସିପି ଏସ.ଏନ୍. ମୁଦୁଲି ସୂଚନା ଦେଇ କହିଛନ୍ତି "ଯେଉଁ ଭିଡିଓଟି ଭାଇରାଲ ହୋଇଛି । ସେଟା ଆଜି ସକାଳ ୯ଟା ସମୟର ଘଟଣା । ୪ଟି ଗାଡି ଥିଲା । ଗୋଟେ ଏସ ୟୁଭି, ସଫାରି କ୍ରେଟା, ଆଇ ଟେଣ୍ଟି ଥୀଲା। ୪ଟି ଗାଡିରେ କିଛି ଯୁବକ ବିଗବଜାର ଟ୍ରାଫିକରୁ ଶହୀଦନଗର ରାସ୍ତାରେ ଯାଉଥିଲେ । ସେମାନେ ରାସ୍ତାରେ ଅତ୍ୟନ୍ତ ବିପଦଜନକ ଭାବରେ ଗାଡ଼ି ଚାଳନା କରୁଥିଲେ । ଯାହା ଫଳରେ ସାଧାରଣ ଟ୍ରାଫିକ ଲୋକମାନେ ରାସ୍ତା ବ୍ୟବାହାର କରୁଥିଲେ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିଲେ । ଆମର ଟ୍ରାଫିକ ପୋଲିସର ଆଦେଶକୁ ନ ମାନି ତାଙ୍କ ଉପରକୁ ଗାଡି ମଡାଇବାକୁ ମଧ୍ୟ ଚେଷ୍ଟା କରିଥିଲେ । ଏ ସକ୍ରାନ୍ତରେ ଖାରବେଳ ନଗର ଥାନାରେ ଏକ ମାମଲା କରିଛୁ । ୪ଟି ଗାଡିରୁ ୩ଟି ଗାଡ଼ିକୁ ଜବତ କରିଛୁ । ଏସଂକ୍ରାନ୍ତରେ ଯେଉଁ ଯୁବକମାନେ ଥିଲେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଥାନାରେ ଅଟକ ରଖିଛୁ । ଏନେଇ ମାମଲାର ଅଧିକ ତଦନ୍ତ ଜାରି ରହିଛି ।"

Reckless Driving On Bhubaneswar Road (ETV Bharat Odisha)
ଏହା ମଧ୍ୟ ପଢ଼ନ୍ତୁ...ପୁଣି ଟ୍ରେନ ଦୁର୍ଘଟଣା, ଜବଲପୁରରେ ଲାଇନଚ୍ୟୁତ ହେଲା ‘ସୋମନାଥ ଏକ୍ସପ୍ରେସ’ - Somnath express derailed

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details