ଓଡିଶା

odisha

ETV Bharat / state

ରାଜ୍ୟରେ ଖୋଲିବ ଓମଫେଡର ୩ଟି ନୂଆ ଡାଏରୀ ପ୍ଲାଣ୍ଟ, ଦୁଗ୍ଧ ଚାଷୀଙ୍କୁ ମିଳିବ ପ୍ରୋତ୍ସାହନ ରାଶି - OMFED

ମାର୍କେଟକୁ ଆସିବ ଓମଫେଡ ପାଣି, ଚକୋଲେଟ୍ ଓ ଆଇସକ୍ରିମ । ଖୋଲିବ ଓମଫେଡର ୩ଟି ନୂଆ ଡାଏରୀ ପ୍ଲାଣ୍ଟ ।

OMFED
OMFED (ETV Bharat Odisha)

By ETV Bharat Odisha Team

Published : Nov 16, 2024, 7:32 PM IST

ଭୁବନେଶ୍ବର:ରାଜ୍ୟରେ ଖୋଲିବ ଆଉ ୩ଟି ଓମଫେଡ଼ର ନୂଆ ଡାଏରୀ ପ୍ଲାଣ୍ଟ । ଓମ୍‌ଫେଡ ପ୍ରଡକ୍ଟର କ୍ବାଲିଟ ଓ କ୍ବାଣ୍ଟିଟରେ ସାଲିସ ହେବ ନାହିଁ । ସବୁକିଛି ସିସିଟିଭି ନଜରରେ ରହିବ । ସେହିପରି ଦୁଗ୍ଧ ଚାଷୀମାନଙ୍କ ପ୍ରୋତ୍ସାହନ ରାଶିକୁ ୫ରୁ ୭ ଦିନ ଦିଆଯିବ । ଏହାସହ ମାସେରୁ ୨ ମାସ ମଧ୍ୟରେ ପଞ୍ଚାୟତ ସ୍ତରରେ ଆହୁରି ୨୭ରୁ ୨୮ଟି କ୍ଷୀର ଧାରା କେନ୍ଦ୍ର ଖୋଲାଯିବ । ଆଜି ଓମଫେଡ୍ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ବୈଠକ ପରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସୂଚନା ଦେଇଛନ୍ତି ।

ଖୋଲିବ ୩ଟି ନୂଆ ଡାଏରୀ ପ୍ଲାଣ୍ଟ:

OMFED (ETV Bharat Odisha)

ଓମ୍‌ଫେଡ଼ ସମୀକ୍ଷା ବୈଠକ ପରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକକହିଛନ୍ତି, "ଆଗାମୀ ଦିନରେ ଓମ୍‌ଫେଡ଼କୁ ଆହିରି ସୁଦୃଢ଼ କରାଯିବ । ଓମ୍‌ଫେଡ଼ ପ୍ରଡକ୍ଟର କ୍ବାଲିଟ ଓ କ୍ବାଣ୍ଟିଟରେ ସାଲିସ ହେବ ନାହିଁ । ବିଭିନ୍ନ ଜାଗାରେ ଥିବା ଡାଏରୀ ପ୍ଲାଣ୍ଟ ଜଗିବ ସିସିଟିଭି । ଲୋକଙ୍କ ଆସ୍ଥା ବିଶ୍ବାସରେ ରହିଛି ଓମ୍‌ଫେଡ଼ । ବର୍ତ୍ତମାନ ଶ୍ରୀମନ୍ଦିରକୁ ଓମ୍‌ଫେଡ଼ ଘିଅ ସପ୍ଲାଏ ହେବା ଆରମ୍ଭ ହୋଇଛି । ଏହାସହ ଅନ୍ୟ ଦେବାଦେବୀ ମନ୍ଦିରରେ ମଧ୍ୟ ଓମ୍‌ଫେଡ଼ ପ୍ରଡକ୍ଟ ବ୍ୟବହାର କରିବା ପାଇଁ ଓମ୍‌ଫେଡ଼ MD ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଶ୍ରୀମନ୍ଦିରରେ ଦୈନିକ ୪ ଟନ୍ ଘିଅ ଆବଶ୍ୟକ ରହିଛି । ଓମ୍‌ଫେଡ଼ ଓରିଲୋ ପ୍ଲାଣ୍ଟର ଦୈନିକ ୮ରୁ ୧୦ ଟନ୍ ଘିଅ ଉତ୍ପାଦନ କ୍ଷମତା ରହିଛି । ଶ୍ରୀମନ୍ଦିରକୁ ରିହାତି ଦରରେ ଘିଅ ଯୋଗାଇ ଦିଆଯିବ । ଆବଶ୍ୟକ ହେଲେ ରାଜ୍ୟର ସବୁ ମନ୍ଦିରକୁ ଘିଅ ଯୋଗାଇ ଦିଆଯିବ । ଆଗାମୀ ଦିନରେ ସମ୍ବଲପୁର, ଗଞ୍ଜାମ ଓ ବାଲେଶ୍ବରରେ ଆଉ ୩ଟି ନୂଆ ଡାଏରୀ ପ୍ଲାଣ୍ଟ ଖୋଲିବା ପାଇଁ ଯୋଜନା ରହିଛି ।"

ଚାଷୀଙ୍କୁ ମିଳିବ ପ୍ରୋତ୍ସାହନ ରାଶି:

ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଆହୁରି କହିଛନ୍ତି, "ଦୁଗ୍ଧ ଚାଷୀମାନଙ୍କ ପ୍ରୋତ୍ସାହନ ରାଶିକୁ ୫ରୁ ୭ ଦିନ ଦିନ ଭିତରେ ୨୯ କୋଟି ଟଙ୍କା ଦେବାକୁ ଚେଷ୍ଟା କରାଯାଉଛି । ତୁରନ୍ତ ଚାଷୀମାନଙ୍କ ସମସ୍ୟାର ସମାଧାନ କରାଯିବ । ଲୋକଙ୍କ ଚାହିଦାକୁ ଦେଖି ଓମଫେଡ ପାଣି, ଚକଲେଟ ଓ ଆଇସକ୍ରିମ ବଜାରକୁ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି । ବ୍ଲକର ବିଭିନ୍ନ ସ୍ଥାନରେ ଓମଫେଡ଼ ପାର୍ଲର ଖୋଲାଯିବାକୁ ଯୋଜନା କରାଯାଉଛି । ଗ୍ରାମାଞ୍ଚଳରେ ଦୁଗ୍ଧ ଉତ୍ପାଦନ ପାଇଁ ପଞ୍ଚାୟତ ସ୍ତରରେ 'କ୍ଷୀର ଧାରା ମିଶନ' କରିବା ପାଇଁ ବ୍ୟବସ୍ଥା କରାଯାଉଛି । କ୍ଷୀର ଧାରା ମିଶନ ପ୍ରତ୍ୟେକ ପଞ୍ଚାୟତରେ ଖୋଲାଯିବ । ଏବେ ସୁଦ୍ଧା ୨୦ଟି କ୍ଷୀର ଧାରା କେନ୍ଦ୍ର ପଞ୍ଚାୟତରେ ଖୋଲିଛି । ଆଗାମୀ ମାସେରୁ ୨ ମାସ ମଧ୍ୟରେ ଆହୁରି ୨୭ରୁ ୨୮ଟି କ୍ଷୀର ଧାରା କେନ୍ଦ୍ର ଖୋଲାଯିବ । ସେହିପରି ଓମଫେଡ଼ର ଥିବା ୨ କୋଟି ବକେୟା ଟଙ୍କାରୁ ପାଖାପାଖି ୮୨ ଲକ୍ଷ ଟଙ୍କା ଆଦାୟ କରାଯାଇଛି । ୭ ଦିନ ଭିତରେ ବକେୟା ଟଙ୍କା ଦେବା ପାଇଁ ସମୟ ଦିଆଯାଇଛି । ୭ ଦିନ ଭିତରେ ନ ଦେଲେ ଆକ୍ସନ ନିଆଯିବ ।"

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିରକୁ ରିହାତି ଦରରେ ଘିଅ ଯୋଗାଇବ ‘ଓମଫେଡ୍’, ଜାଣନ୍ତୁ କେତେ ଦାମ ?

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ଲାଗୁ ହେବ 'ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା', ଖର୍ଚ୍ଚ ହେବ ୧୪୨୪ କୋଟି - Kamadhenu Yojana

ଦୁଗ୍ଧ ଚାଷୀଙ୍କ ପାଇଁ ଡିବିଟି ଲାଗୁ:

ସେପଟେ ଦୁଗ୍ଧ ଚାଷୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଦୁଗ୍ଧ ଚାଷୀଙ୍କ ପାଇଁ ଡିବିଟି ଲାଗୁ କରିବ ଓମଫେଡ଼ । ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ବି ଦୁଗ୍ଧ ଚାଷୀଙ୍କ ଆକାଉଣ୍ଟକୁ ଯିବ ଦୁଗ୍ଧ ବାବଦ ଟଙ୍କା । ପଞ୍ଚାୟତ କ୍ଷୀର ଧାରା କେନ୍ଦ୍ରରେ କ୍ଷୀର ଦେଲେ ଚାଷୀଙ୍କ ଆକାଉଣ୍ଟକୁ ଯିବ ସିଧାସଳଖ ପେମେଣ୍ଟ । ତୁରନ୍ତ ତାଙ୍କର ପ୍ରାପ୍ୟ ପାଇବେ ଚାଷୀ । ଆଜି ଓମଫେଡ଼ ସମୀକ୍ଷା ବୈଠକରେ ଶୀଘ୍ର ଡିବିଟି ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details