ନିମାପଡା: ଦଳିତ ପରିବାରଙ୍କୁ ନିର୍ଯାତନା ଅଭିଯୋଗ । ପୁରୀ ଜିଲ୍ଲା ଅସ୍ତରଙ୍ଗରେ କଙ୍ଗାରୁ କୋର୍ଟର ଶିକାର ହେଲେ ୨୩ ଦଳିତ ପରିବାର । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଜାତୀୟ ଦଳିତ, ଆଦିବାସୀ ଓ ମାଇନୋରିଟି(ସଂଖ୍ୟାଲଘୁ) ମହାସଂଘ । ଏହା ମାଧ୍ୟମରେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି ଅସ୍ତରଙ୍ଗ ଅଳସାହି ପଞ୍ଚାୟତ ବାରଙ୍ଗ ଅଞ୍ଚଳର ୨୩ ଦଳିତ ପରିବାର । ଅଭିଯୋଗ ଅନୁଯାୟୀ, ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଦଳିତ ପରିବାର ମାନଙ୍କୁ ଚାଷ କରିବା ପାଇଁ ପ୍ରତି ପରିବାରକୁ ଏକ ଏକର ଜମି ଯୋଗାଇ ଦିଆଯାଇ ଥିବା ବେଳେ ଏହି ଚାଷ ଜମିରେରେ ଚାଷ କରି ଏମାନେ ସେମାନଙ୍କ ପରିବାର ଭରଣ ପୋଷଣ କରୁଥିଲେ । କିନ୍ତୁ କିଛି ଖଳ ପ୍ରକୃତିର ଲୋକ ମାନେ ଜୋର ଜବରଦସ୍ତ ଫସଲ କାଟି ନେଇଯାଉଛନ୍ତି । ଏଥିରେ ପ୍ରତିବାଦ କଲେ ମାଡ ମାରି ଲହୁଲୁହାଣ କରି ଦିଆଯାଉଛି । ଘରେ ପଶି ମହିଳାଙ୍କ ପ୍ରତି ଅସଦାଚରଣ କରାଯାଉଛି । ଏପରିକି ଘରୁ ସୁନା ଗହଣା ଲୁଟ ମଧ୍ୟ କରିଛନ୍ତି । ଏହା ବିରୋଧରେ ହାଇକୋର୍ଟର ଆଶ୍ରୟ ନେବାରୁ ଦୁର୍ବୃତ୍ତମାନେ ଜେସିବି ଆଣି ଜମିରୁ ୪୦ ଲକ୍ଷ ଟଙ୍କାର ମାଟି ତାଡି ନେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ...ବିତର୍କ କାର୍ଯ୍ୟକ୍ରମରେ ଜାତିଆଣ ଆକ୍ଷେପ ପ୍ରସଙ୍ଗ, ଦଳିତ ସଂଘର ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି