ଓଡିଶା

odisha

By ETV Bharat Odisha Team

Published : 4 hours ago

Updated : 4 hours ago

ETV Bharat / state

ଓଡ଼ିଶାରେ ବଡ଼ ନିଯୁକ୍ତି : ୨୨୯୮ ହୋମଗାର୍ଡ ନିଯୁକ୍ତି ଦେବେ ମୋହନ ମାଝୀ ସରକାର - Home Guard Recruitment

Home Guard Recruitment: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପୋଲିସ ହୋମଗାର୍ଡ ପୁନଃ ନିଯୁକ୍ତି ନେଇ ସବୁଜ ସଂକେତ । ଓଡ଼ିଶାରେ ୨୨୯୮ ହୋମଗାର୍ଡ ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ୧୦ ମେଡିକାଲ କଲେଜରେ ୧୦ ଫାଣ୍ଡି ପ୍ରତିଷ୍ଠା କରାଯିବ । ଆସନ୍ତୁ ଜାଣିବା ପୂରା ଘୋଷଣା,

home-guard-recruitment
home-guard-recruitment (ETV Bharat Odisha)

ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରରେ ହୋମଗାର୍ଡ ବିଭାଗରେ ବଡ ନିଯୁକ୍ତି । ହୋମଗାର୍ଡଙ୍କ ପୁନଃ ନିଯୁକ୍ତି ପାଇଁ ନିଷ୍ପତ୍ତି ନେଇଛନ୍ତି ନୂଆ ସରକାର । ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ(ଏସ୍‌ପି) ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ବଡ ସୂଚନା । ଖାଲି ସେତିକି ନୁହେଁ, ପ୍ରତି ଥାନାକୁ ମିଳିବ ବାଇକ୍ ଏବଂ ଚାରିଚକିଆ ଯାନ । ମେଡିକାଲରେ ଖୋଲିବ ନୂଆ ପୋଲିସ ଆଉଟପୋଷ୍ଟ । ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ବାଟାଲିୟନ ଘୋଷଣା ସହିତ ଆଉ ୧୦ଟି ଓଡ୍ରାଫ୍‌ ୟୁନିଟ୍ ବଢ଼ାଯିବ କହିଛନ୍ତି ମୁଖ୍ୟମନ୍ତ୍ରୀ ।

‘୨୨୯୮ ହୋମଗାର୍ଡ ପୁନଃନିଯୁକ୍ତି ’-

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି "ହୋମଗାର୍ଡ ନିଯୁକ୍ତିକୁ ଗୁରୁତ୍ବ ଦେଉଛି ନୂଆ ସରକାର । ପୂର୍ବ ସରକାରରେ ହୋମଗାର୍ଡ ନିଯୁକ୍ତି ବନ୍ଦ ପଡ଼ିଥିଲା । ଆମ ସରକାରରେ ହୋମଗାର୍ଡଙ୍କ ନିଯୁକ୍ତିକୁ ଗୁରୁତ୍ବ ଦିଆଯାଉଛି । ହୋମଗାର୍ଡମାନେ ସବୁଠୁ ଅଧିକ କାମ କରିଥାନ୍ତି । ଆମ ସରକାରରେ କାର୍ଯ୍ୟରତ ହୋମଗାର୍ଡଙ୍କ ମୃତ୍ୟୁ ହେଲେ କ୍ଷତିପୂରଣ ଦେବାକୁ ଯୋଜନା ଚାଲିଛି । ମୃତ୍ୟୁ ପରେ ପରିବାରର ଜଣଙ୍କୁ ଚାକିରି ଦେବାକୁ ମଧ୍ୟ ଯୋଜନା ଚାଲିଛି । "

COLLECTOR SP CONFERENCE (ETV Bharat Odisha)
odisha-police (ETV Bharat Odisha)

ଏହା ବି ପଢନ୍ତୁ- ଓଡ଼ିଶା ପୋଲିସରେ ନିଯୁକ୍ତି ସୁଯୋଗ, ୧୫ ଶହରୁ ଊର୍ଦ୍ଧ୍ବ ପୋଷ୍ଟ ପାଇଁ ବାହାରିଲା ବିଜ୍ଞପ୍ତି - Odisha Police Recruitment

ଏହା ବି ପଢନ୍ତୁ- ଓଡ଼ିଶା ପୋଲିସରେ ମୋହନ ମାଝୀ ସରକାରଙ୍କ ବଡ ନିଯୁକ୍ତି; କନଷ୍ଟେବଳ-କିରାଣୀ ପୋଷ୍ଟ ପାଇଁ ଆବେଦନ ଆରମ୍ଭ, ଦେଖନ୍ତୁ ଲାଷ୍ଟ ଡେଟ୍ - Odisha Police Recruitment

ପୋଲିସ ପାଇବେ ୯ ହଜାର ବାଇକ-

ରାଜ୍ୟର ପ୍ରତିଟି ଥାନାକୁ ଗୋଟିଏ ଲେଖାଏଁ ନୂଆ ବାଇକ ମିଳିବ । ଏହି କ୍ରମରେ ୯୦୦୦ ହଜାର ବାଇକ ବଣ୍ଟାଯିବ । ପ୍ରତି ଥାନାକୁ ଆଉ ଗୋଟିଏ ଲେଖାଏଁ ଚାରି ଚକିଆ ଗାଡ଼ି ବି ଦିଆଯିବ । ଫିଲ୍ଡ ଡ୍ୟୁଟି ପାଇଁ ଗୋଟିଏ ମୋଟର ସାଇକେଲ ଅଛି । ଖୁବଶୀଘ୍ର ଥାନାରେ ଦୁଇ ଓ ଚାରି ଚକିଆ ଗାଡ଼ି ବଢ଼ାଯିବ । ଆଉ ୧୦ଟି ଓଡ୍ରାଫ୍ ୟୁନିଟ ବଢ଼ାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

୧୦ ମେଡିକାଲ କଲେଜରେ ୧୦ ଫାଣ୍ଡି-

"୨୨୯୮ ହୋମଗାର୍ଡଙ୍କୁ ପୁନଃ ନିଯୁକ୍ତି ନେଇ ନିଷ୍ପତ୍ତି ହୋଇଛି । ହୋମଗାର୍ଡଙ୍କ ମୃତ୍ୟୁ ହେଲେ ପ୍ରୋତ୍ସାହନ ସହ ପରିବାରରୁ ଜଣଙ୍କୁ ଚାକିରି ଦିଆଯିବାକୁ ନିଷ୍ପତ୍ତି ନେବେ ସରକାର । ଓଡ଼ିଶା ଷ୍ଟେଟ୍ ଷ୍ଟ୍ରାଇକିଂ ଫୋର୍ସ ୩ଟି ନୂଆ ବାଟାଲିୟନ୍ ହେବ । ସବୁ ମେଡିକାଲ କଲେଜରେ ଆଉଟ ପୋଷ୍ଟ ଖୋଲିବ । ୧୦ଟି ମେଡିକାଲ କଲେଜରେ ୧୦ଟି ଫାଣ୍ଡି ପ୍ରତିଷ୍ଠା କରାଯିବ । ରାଜ୍ୟର ସବୁ ମେଡିକାଲ କଲେଜରେ ହେବ ଆଉଟ ପୋଷ୍ଟ ।" ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଏହା ବି ପଢନ୍ତୁ- ଜିଲ୍ଲାପାଳ-ଏସପିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କଡା ବାର୍ତ୍ତା; ‘ଆମ କାମ ୮ ଘଣ୍ଟାରେ ସରେନି, ୨୪ ଘଣ୍ଟା କାମ କର’ - Collector SP Conference

ଏହା ବି ପଢନ୍ତୁ- ଜିଲ୍ଲାପାଳଙ୍କ ହାତରେ ଓଡ଼ିଶାର ବିକାଶ, ଦୁର୍ନୀତିକୁ ସାଲିସ୍‌ କରାଯିବ ନାହିଁ: ମୋହନ ମାଝୀ - state level Collectors Conference

ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ବତନ୍ତ୍ର ବାଟାଲିୟନ-

ଶ୍ରୀଜଗନ୍ନାଥଙ୍କ ପୁରୀ ଧାମରେ 1043 ପଦବୀ ବିଶିଷ୍ଟ ସ୍ୱତନ୍ତ୍ର ବାଟାଲିୟନ ପ୍ରତିଷ୍ଠା କରିବେ ରାଜ୍ୟ ସରକାର । ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ବତନ୍ତ୍ର ବାଟାଲିଅନ ହେବ। ଏଥିପାଇଁ ନିଷ୍ପତ୍ତି ହୋଇଛି, ପ୍ରକ୍ରିୟା ଜାରି ରହିଛି ।

ଓଡ଼ିଶା ପୋଲିସର ୧୫୩୭ ପଦବୀରେ ନିଯୁକ୍ତି -

ଓଡିଶା ପୋଲିସ ବିଭାଗରେ ଭର୍ତ୍ତି ପାଇଁ ବାହାରିଛି ବିଜ୍ଞପ୍ତି । ଓଡ଼ିଶା ପୋଲିସର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ମୋଟ ୧୫୩୭ଟି ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । କନଷ୍ଟେବଳ ଏବଂ କନିଷ୍ଠ କିରାଣି ପଦବୀରେ ହେବ ନିଯୁକ୍ତି । ଓଡିଶା ପୋଲିସର ବିଭିନ୍ନ ବାଟାଲିୟନରେ ଖାଲିଥିବା ସିପାହୀ / କନଷ୍ଟେବଳ(1360 ପଦବୀ )ଏବଂ ଡିପିଓ କ୍ୟାଡରରେ ଖାଲିଥିବା କନିଷ୍ଠ କିରାଣୀ(177 ପଦବୀ) ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।

Last Updated : 4 hours ago

ABOUT THE AUTHOR

...view details