ନୂଆପଡା: ଖଡ଼ିଆଳ ଥାନା 353 ଜାତୀୟ ରାଜପଥ ଚଲାନପଡା ବଡପୋଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ ସ୍ବାମୀ ଓ ସ୍ତ୍ରୀ ମୃତ । ମୃତକ ହେଲେ ସାନମହେଶ୍ବର ଗ୍ରାମପଞ୍ଚାୟତ ସ୍ଥିତ ରାଜାମୁଣ୍ଡା ଗ୍ରାମର ସେନାପତି ବାଗ ଏବଂ ତାଙ୍କ ସ୍ତ୍ରୀ ସରିତା ବାଗ ବୋଲି ଜଣାପଡିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।
ସୂଚନା ମୁତାବକ, ଗତକାଲି(ଶୁକ୍ରବାର) ଉଭୟ ସ୍ବାମୀ ସ୍ତ୍ରୀ ଜିଲ୍ଲାର ତୁକୁଳା ନିକଟସ୍ଥ ବଡଦୋହେଲ ଗାଁକୁ ଏକ ଏକୋଶିଆ ଉତ୍ସବକୁ ଯୋଗ ଦେବାକୁ ଯାଇଥିଲେ । ସେଠାରେଯୋଗ ଦେଇ ନିଜ ଗାଁ ରାଜାମୁଣ୍ଡାକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଏନେଇ ଉଭୟ ସ୍ବାମୀ ସ୍ତ୍ରୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ବେଳେ ପ୍ରତ୍ୟକ୍ଷଦର୍ଶୀ ଉଦ୍ଧାର କରି ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏନେଇ ସ୍ଥାନୀୟ ବାସିନ୍ଦା ପୋଲିସକୁ ଖବର ଦେଇଥିବା ବେଳେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।