ଓଡିଶା

odisha

ETV Bharat / state

ମହତାବ ଓଡ଼ିଶାର ସର୍ଦ୍ଦାର ପଟେଲ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଡ. ହରେକୃଷ୍ଣ ମହତାବଙ୍କ 125ତମ ଜନ୍ମବାର୍ଷିକୀ ପାଳନ । ସ୍ୱାଧୀନତା ସଂଗ୍ରାମ ପ୍ରତି ଅବଦାନକୁ ମନେ ପକାଇଲେ ରାଷ୍ଟ୍ରପତି । ହରେକୃଷ୍ଣ ମହତାବ ଓଡ଼ିଶାର ସର୍ଦ୍ଦାର ବଲ୍ଲଭଭାଇ ପଟେଲ କହିଲେ ମୁଖ୍ୟମନ୍ତ୍ରୀ ।

Harekrushna Mahatab  birth anniversary
Harekrushna Mahatab birth anniversary (@rashtrapatibhvn)

By ETV Bharat Odisha Team

Published : Nov 21, 2024, 5:29 PM IST

Updated : Nov 21, 2024, 5:49 PM IST

ଭୁବନେଶ୍ୱର:ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ନବ ଉତ୍କଳର ନିର୍ମାତା ଜନନାୟକ ଉତ୍କଳକେଶରୀ ଡ. ହରେକୃଷ୍ଣ ମହତାବଙ୍କ 125ତମ ଜନ୍ମବାର୍ଷିକୀ ପାଳନ ହୋଇଯାଇଛି । ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଡ. ହରେକୃଷ୍ଣ ମହତାବଙ୍କ ଉପରେ ଏକ ସ୍ୱତନ୍ତ୍ର ଷ୍ଟାମ୍ପ ଓ ମୁଦ୍ରା ଉନ୍ମୋଚିତ ହୋଇଛି । ମହତାବଙ୍କ ଉପରେ ଲିଖିତ ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଛି । ଉତ୍କଳକେଶରୀ ଡ. ହରେକୃଷ୍ଣ ମହତାବଙ୍କ 125ତମ ଜନ୍ମବାର୍ଷିକୀ ପାଳନ ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆଦିଲ୍ଲୀ ବିଜ୍ଞାନ ଭବନରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ବିଜ୍ଞାନ ଭବନରେ ମହତାବଙ୍କୁ ନେଇ ସୁଦୃଶ୍ୟ ଫଟୋଚିତ୍ର ପ୍ରଦର୍ଶନୀ ମଧ୍ୟ ହୋଇଯାଇଛି ।

Harekrushna Mahatab birth anniversary (@rashtrapatibhvn)

ଏହା ବି ପଢନ୍ତୁ- ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପ୍ରବାସୀ ଭାରତୀୟ ଦିବସ ପାଇଁ ୱେବସାଇଟ ଉନ୍ମୋଚିତ

Harekrushna Mahatab birth anniversary (@rashtrapatibhvn)

'ଉତ୍କଳ କେଶରୀ' ଡଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ପୁଣ୍ୟ ଜୟନ୍ତୀ ଅବସରରେ ଦିଲ୍ଲୀ ବିଜ୍ଞାନ ଭବନରେ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଭାଷଣ । ଡକ୍ଟର ମହତାବ 'ଓଡ଼ିଶାର ସର୍ଦ୍ଦାର ପଟେଲ' ଥିଲେ କହିଲେ ମୁଖ୍ୟମନ୍ତ୍ରୀ । "ମହାନ ରାଷ୍ଟ୍ରନେତା, ସ୍ବାଧୀନତା ସଂଗ୍ରାମୀ ଭାବେ ଡଃ ହରେକୃଷ୍ଣ ମହତାବଙ୍କ ଅବଦାନ ଅତୁଳନୀୟ । ହରେକୃଷ୍ଣ ମହତାବ ନବ ଓଡ଼ିଶାର ନିର୍ମାତା । ୧୯୭୫ ଜରୁରୀକାଳୀନ ପରିସ୍ଥିତ ବେଳେ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଥିଲା । ସେ ଜଣେ ବ୍ୟକ୍ତି ନୁହେଁ ବରଂ ଜଣେ ବୃହତ ଅନୁଷ୍ଠାନ ଥିଲେ । ତାଙ୍କ ନେତୃତ୍ୱରେ ଓଡ଼ିଶାର ଉତ୍କର୍ଷତା ଓ ଗୌରବ ବୃଦ୍ଧି ପାଇଛି । ଡଃ ମହତାବଙ୍କ ଆଦର୍ଶଗତ ଜୀବନଯାତ୍ରା ସର୍ବଦା ଯୁବ ସମାଜକୁ ବିକଶିତ ଓଡ଼ିଶା-ବିକଶିତ ଭାରତ ଗଠନ ପାଇଁ ଅନୁପ୍ରାଣିତ କରିବ," ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Harekrushna Mahatab birth anniversary (@rashtrapatibhvn)

‘ହରେକୃଷ୍ଣ ମହତାବ ଓଡ଼ିଶାର ସର୍ଦ୍ଦାର ବଲ୍ଲଭଭାଇ ପଟେଲ’- ମୁଖ୍ୟମନ୍ତ୍ରୀ ମୋହନ ମାଝୀ

  • ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ
  • ଆଧୁନିକ ଓଡ଼ିଶାର ନିର୍ମାଣ ସହ ସୃଜନ ସୃଷ୍ଟିରେ ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିବାରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ

ଏହା ବି ପଢନ୍ତୁ- ରାଷ୍ଟ୍ରପତିଙ୍କ ମନମୋହିଲା କୋରାପୁଟ ‘ଢେମସା’ ନୃତ୍ୟ

ଉତ୍କଳ କେଶରୀ ଡ଼. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ପାଳନ କାର୍ଯ୍ୟକ୍ରମ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବକ୍ତବ୍ୟ । "ମହାନ ସ୍ବାଧୀନତା ସଂଗ୍ରାମୀ ଓ ସମାଜସେବୀ ଥିଲେ ହରେକୃଷ୍ଣ ମହତାବ । ଦେଶକୁ ଏକଜୁଟ କରିବାରେ ମହତାବଙ୍କ ଭୂମିକା ଥିଲା । ସତ୍ୟାଗ୍ରହ ଅଭିଯାନରେ ମହାତ୍ମା ଗାନ୍ଧିଙ୍କ ବାର୍ତ୍ତାକୁ ଗାଁ ଗାଁରେ ପହଞ୍ଚାଇଥିଲେ ମହତାବ । ସବୁବେଳେ ଓଡ଼ିଶାର ବିକାଶ କଥା ଚିନ୍ତା କରୁଥିଲେ ମହତାବ । ସାହିତ୍ୟ, ସାମ୍ବାଦିକତା ଓ ସଂସ୍କୃତି ପ୍ରତି ତାଙ୍କର ଅତୁଳନୀୟ ଅବଦାନ ଥିଲା," ବୋଲି କହିଛନ୍ତି ରାଷ୍ଟ୍ରପତି ମୁର୍ମୁ । ତେବେ ବର୍ଷସାରା ହରେକୃଷ୍ଣ ଜୟନ୍ତୀ ପାଳନ ପାଇଁ CMଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଷ୍ଟ୍ରପତି ।

Last Updated : Nov 21, 2024, 5:49 PM IST

ABOUT THE AUTHOR

...view details