ଭୁବନେଶ୍ବର:ରାଜ୍ୟପାଳଙ୍କୁ ଭେଟିଲେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବିଜେପି ସମର୍ଥିତ ୧୨ ସରପଞ୍ଚ । ସରପଞ୍ଚ ମାନେ ପଞ୍ଚାୟତରେ ବିକାଶ କାମ କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବାର ଅଭିଯୋଗ କରିଛନ୍ତି । ଏହାସହ ଆମେ ନାମକୁ ମାତ୍ର ସରପଞ୍ଚ ଆମ କଥା କେହି ଶୁଣିବାକୁ ନାହାଁନ୍ତି ଏବଂ ଦଳୀୟ ଆଧାରରେ ସରକାରୀ ଯୋଜନାର ବଣ୍ଟନ କରାଯାଉଥିବା ମଧ୍ୟ ଅଭିଯୋଗ କରିଛନ୍ତି ବିଜେପି ସମର୍ଥିତ ସରପଞ୍ଚ । ଗତକାଲି ଏ ବିଷୟରେ ରାଜ୍ୟପାଳଙ୍କୁ ଅବଗତ କରିଥିଲେ ।
ରାଜ୍ୟ ସରକାର ଗଣତନ୍ତ୍ରର ହତ୍ୟା କରିଛନ୍ତି । ସାମ୍ବିଧାନିକ ବିଧି ବ୍ୟବସ୍ଥାର ହତ୍ୟା କରାଯାଉଛି । ପଞ୍ଚାୟତକୁ ପଞ୍ଚାୟତିରାଜ ବିଭାଗରୁ ଆସୁଥିବା ଅର୍ଥକୁ ସରପଞ୍ଚ ମାନଙ୍କୁ ରାଜ୍ୟ ସରକାର ଖର୍ଚ୍ଚ କରିବାକୁ ଦେଉନାହାନ୍ତି । କେବଳ ବିଜେପି ସରପଞ୍ଚ ଓ ସମିତି ସଭ୍ୟମାନଙ୍କର କଥାକୁ କର୍ଣ୍ଣପାତ କରୁନାହାନ୍ତି ବିଡ଼ିଓ । ଯେତିକି ଖର୍ଚ୍ଚ ହେଉଛି, ତାହା ଦଳୀୟ ଆଧାରରେ ପଞ୍ଚାୟତକୁ ଆସୁଥିବା ପଇସା ଖର୍ଚ୍ଚ କରାଯାଉଛି ବୋଲି ଅଭିଯୋଗ କରିଛି ବିଜେପି ।
ତେବେ ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା, ରାସନ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ବିଡ଼ିଓ, ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜେଇ ମାନେ ଦଳୀୟ ଆଧାରରେ ବଣ୍ଟନ କରୁଛନ୍ତି । ପଞ୍ଚାୟତରେ କୌଣସି ବିକାଶ କାମ ହୋଇପାରୁନାହିଁ । 2 କୋଟି 50 ଲକ୍ଷ ଟଙ୍କା ପଞ୍ଚାୟତ ଆକାଉଣ୍ଟରେ ପଡ଼ି ରହିଛି । ରାଜ୍ୟ ସରକାର ସରପଞ୍ଚ ମାନଙ୍କୁ ବିକାଶ କାମରେ ଏହି ଅର୍ଥ ଖର୍ଚ୍ଚ କରିବା ପାଇଁ ବାଧକ ସାଜିଛନ୍ତି ଏଭଳି କହି ଆଜି ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ରାଜ୍ୟ ବିଜେପି ,ଉପସଭାପତି ଲେଖାଶ୍ରୀ ସାମନ୍ତସିଂହାର ।