ଓଡିଶା

odisha

By ETV Bharat Odisha Team

Published : 4 hours ago

ETV Bharat / state

ଭୀମସାର ମେଡିକାଲକୁ ପ୍ରଦୂଷଣ ବୋର୍ଡର ଛାଟ, ଗଣିବ 11 ଲକ୍ଷ ଫାଇନ - Vimsar Medical college

VIMSAR MEDICAL COLLEGE: ବୁର୍ଲା ଭୀମସାର ମେଡିକାଲର ବର୍ଜ୍ୟବସ୍ତୁ ପରିଚାଳନାରେ ଅନିୟମିତତା । 11 ଲକ୍ଷ 22 ହଜାର ଟଙ୍କାର ଫାଇନ କଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ଅଧିକ ପଢନ୍ତୁ

ଭୀମସାର ମେଡିକାଲକୁ 11 ଲକ୍ଷ  ଫାଇନ
ଭୀମସାର ମେଡିକାଲକୁ 11 ଲକ୍ଷ ଫାଇନ (ETV Bharat Odisha)

ସମ୍ବଲପୁର: ବୁର୍ଲା ଭୀମସାର ମେଡିକାଲର ବର୍ଜ୍ୟବସ୍ତୁ ପରିଚାଳନାରେ ଅନିୟମିତତା ହେଉଥିବା ଯୋଗୁଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଛାଟ । ଭୀମସାର ମେଡିକାଲକୁ 11 ଲକ୍ଷ 22 ହଜାର ଟଙ୍କାର ଫାଇନ କଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସବୁ ପ୍ରକାର ଯନ୍ତ୍ରପାତି ଓ ସୁବିଧା ଥାଇ ମଧ୍ୟ ଏହାର ବ୍ୟବହାର ସଠିକ୍ ଭାବରେ ହେଉନଥିବାର ଜଣା ପଡିବା ପରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ଭଳି ପଦକ୍ଷେପ ନେଇଛି । ଏନେଇ ସମ୍ବଲପୁର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଏସ.ଏନ.ନନ୍ଦ ସୂଚନା ଦେଇଛନ୍ତି ।

ଭୀମସାର ମେଡିକାଲକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଛାଟ:

ଭୀମସାର ମେଡିକାଲକୁ 11 ଲକ୍ଷ ଫାଇନ (ETV Bharat Odisha)

ମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନାରେ 10ଟି ଅନିୟମିତତା ନଜରକୁ ଆସିଥିବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ସୂଚନା ଦେଇଛନ୍ତି । ଏନେଇ ସମ୍ବଲପୁର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଏସ.ଏନ. ନନ୍ଦ କହିଛନ୍ତି," ଭୀମସାରରେ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ନିୟମ ହିସାବରେ ତାଙ୍କର ସବୁ ଜିନିଷ ଅଛି । କିନ୍ତୁ ତାଙ୍କର ଯେଉଁ Incinerator ମେସିନ ଅଛି, Incineratorରେ ହାଇଟେମ୍ପ୍ରେଚର ରହିବା କଥା ସେଠି ଟେମ୍ପ୍ରେଚର ଇନ୍ସପେକ୍ସନ ବେଳେ ଦେଖା ଯାଇଥିଲା, ସେତିକି ଟେମ୍ପ୍ରେଚର ମେଣ୍ଟେନ ହେଉନାହିଁ । ସବୁ ଇନଷ୍ଟୁମେଣ୍ଟ ଅଛି କିନ୍ତୁ ଇନଷ୍ଟୁମେଣ୍ଟର କିଛି କାର୍ଯ୍ୟକ୍ଷମ ହେଉ ନାହିଁ । ଯେଉଁ ଟେମ୍ପ୍ରେଚରେ ଜଳିବା କଥା ତାହା ନଥିଲା ।"

ବର୍ଜ୍ୟବସ୍ତୁ ପରିଚାଳନାରେ ଅବ୍ୟବସ୍ଥା:

ଭୀମସାର ମେଡିକାଲକୁ 11 ଲକ୍ଷ ଫାଇନ (ETV Bharat Odisha)

ସୂଚନାମୁତାବକ ଏହି ମେସିନରେ ହାଇ ଟେମ୍ପ୍ରେଚର ମେଡିକାଲ ବର୍ଜ୍ୟବସ୍ତୁ ଜଳା ଯାଇଥାଏ । ଏଥିରେ ତାପମାତ୍ରା 1050 ଡିଗ୍ରୀ ତାପମାତ୍ରା ରହିବା କଥା, ତେବେ ଯେତେବେଳେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସରପ୍ରାଇଜ ଭିଜିଟ ହୋଇଥିଲା ସେତେବେଳେ ଏଥିରେ ତାପମାତ୍ରା ମାତ୍ର 350 ଡିଗ୍ରୀ ଥିଲା । ଠିକ ସେହିପରି ସେଠାରେ ମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ନେଇ ଥିବା ଅନଲାଇନ ସିଷ୍ଟମ ମେସିନ କାର୍ଯ୍ୟକ୍ଷମ ନଥିଲା । ଏହା ସହ Incinerator ମେସିନରୁ ବାହାରୁ ଥିବା ପାଉଁଶକୁ Hazardous waste ଭାବେ ପରିଗଣିତ କରାଯାଏ, ତେବେ ସେଟା Hazardous waste ଅଟେ କି ନୁହେଁ ତାହା ଟେଷ୍ଟ କରାଯାଇନଥିଲା ।

ଏହା ମଧ୍ୟ ପଢନ୍ତୁ.... ଦୁର୍ଗନ୍ଧରେ ନାକ ଫାଟୁଛି; କ୍ୟାପିଟାଲ ହସ୍ପିଟାଲ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ - Sanitation worker protest

ଏହା ମଧ୍ୟ ପଢନ୍ତୁ.... ଏସମା ଲାଗୁ ପରେ ବି ଆନ୍ଦୋଳନରେ ନର୍ସ; SCB, MKCGରେ ବିକ୍ଷୋଭ, ସରକାରଙ୍କ ସହ ଆଲୋଚନା ବିଫଳ - Nursing Employees Association

ଏହା ମଧ୍ୟ ପଢନ୍ତୁ....ଆନ୍ଦୋଳନ ପୂର୍ବରୁ ନର୍ସିଂ ଅଫିସରଙ୍କୁ କଡ଼ା ଚେତାବନୀ, ESMA ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ - Strict Action Warning

ଭୀମସାର ମେଡିକାଲକୁ 11 ଲକ୍ଷ ଫାଇନ:

ଭୀମସାର ମେଡିକାଲକୁ 11 ଲକ୍ଷ ଫାଇନ (ETV Bharat Odisha)

ଅନ୍ୟପଟେ ମେଡିକାଲ କର୍ତ୍ତୃପକ୍ଷ ମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା କିପରି କରୁଛନ୍ତି ତନେଇ ଏକ ଡିସପ୍ଲେ ବୋର୍ଡ ଜନ ସାଧାରଣଙ୍କ ଉଦ୍ଦେଶ୍ୟରେ ରହିବା କଥା ତେବେ ତାହା ମଧ୍ୟ ନଥିଲା । ଏହିଭଳି ଭୀମସାର ମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନାରେ 10 ଗୋଟି Noncompliance ଥିବାରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବୁର୍ଲା ମେଡିକାଲ ଉପରେ 11 ଲକ୍ଷ 22 ହଜାର ଟଙ୍କାର ଫାଇନ ପାଇଁ ନୋଟିସ କରିଛି l 15 ଦିନ ଭିତରେ ଏହି ଫାଇନ ଦେବାକୁ ନିର୍ଦ୍ଦେଶ ରହିଛି । ସୂଚନା ଯୋଗ୍ୟ ଯେ 29.08.2023ରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏକ ଟିମ ଭୀମସାର ମେଡିକାଲକୁ ପରିଦର୍ଶନ କରି ଏହି ସବୁ ଅନିୟମିତତା ଠାବ କରିଥିଲା ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details