ଓଡିଶା

odisha

ETV Bharat / state

ନାବାଳିକା ହେଲେ ମାଆ, ମାମଲା ରୁଜୁ କଲା ପୋଲିସ - MINOR GIRL MOTHER

ଶିଶୁକନ୍ୟାକୁ ଜନ୍ମ ଦେଲା ଜଣେ ଦଶମ ଶ୍ରେଣୀ ଆଦିବାସୀ ଛାତ୍ରୀ । ନିଜ ଆଡୁ ମାମଲା ରୁଜୁ କଲା ସମ୍ବଲପୁର ପୋଲିସ ।

ନାବାଳିକା ହେଲା ମଆ ; ଶିଶୁକନ୍ୟାକୁ ଦେଲା ଜନ୍ମ
ନାବାଳିକା ହେଲା ମଆ ; ଶିଶୁକନ୍ୟାକୁ ଦେଲା ଜନ୍ମ (ETV Bharat Odisha)

By ETV Bharat Odisha Team

Published : Dec 1, 2024, 7:26 PM IST

ସମ୍ବଲପୁର:ନାବାଳିକା ହେଲା ମାଆ । ଦଶମ ଛାତ୍ରୀ ଜନ୍ମ ଦେଲେ ଶିଶୁକନ୍ୟା । ପୋଲିସ ନିଜ ଆଡୁ ରୁଜୁ କଲା ମାମଲା । ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ସମ୍ବଲପୁର ଏସପି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ସମ୍ବଲପୁର ଜିଲ୍ଲାରୁ । ଉଭୟ ମାଆ ଏବଂ ନବଜାତ ଶିଶୁ କନ୍ୟା ମେଡିକାଲରେ ଭର୍ତ୍ତି

ସୂଚନା ଯୋଗ୍ୟ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଅନ୍ତର୍ଗତ ଏକ ହାଇସ୍କୁଲର ଦଶମ ଶ୍ରେଣୀରେ ପଢୁଥିବା ଏକ ଆଦିବାସୀ ନାବାଳିକା ଛାତ୍ରୀ ନିଜ ଘରେ ଏକ ଶିଶୁକନ୍ୟା ଜନ୍ମ ଦେଇଥିବା ଖବର ପାଇଥିଲେ ଆଶା କର୍ମୀ । ତେବେ ଗତକାଲି (ଶନିବାର) ଉକ୍ତ ଛାତ୍ରୀ ଓ ନବଜାତ ଶିଶୁକନ୍ୟାକୁ ଅଙ୍ଗନବାଡ଼ି କର୍ମୀ ଓ ଆଶା ଦିଦି ଏକ ଆମ୍ବୁଲାନ୍ସ ଯୋଗେ ନାକଟିଦେଉଳ ମେଡିକାଲରେ ଭର୍ତ୍ତି କରିଥିଲେ l

ନାବାଳିକା ହେଲା ମଆ ; ଶିଶୁକନ୍ୟାକୁ ଦେଲା ଜନ୍ମ (ETV Bharat Odisha)

ଗଣମାଧ୍ୟମରୁ ଏସମ୍ପର୍କରେ ରେଢ଼ାଖୋଲ ଉପଜିଲ୍ଲାପାଳ ଜାଣିବା ପରେ ଘଟଣାର ତଦନ୍ତ ସହ ସମ୍ପୃକ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ପାଇଁ ନାକଟିଦେଉଳ ବିଇଓ (ଗୋଷ୍ଠୀ ଶିକ୍ଷା ଅଧିକାରୀ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ଏହା ସହ ତୁରନ୍ତ ଛାତ୍ରୀ ଏବଂ ଛୁଆକୁ ଉଦ୍ଧାର କରି ଚିକିତ୍ସା କରିବାକୁ ସିଡିପିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନାକଟିଦେଉଳ ପୋଲିସ ଏହି ଘଟଣାରେ ହସ୍ତକ୍ଷେପ କରି ନିଜ ଆଡୁ ମାମଲା ରୁଜୁ କରିଥିବା ଜଣାପଡିଛି । ତେବେ ପୀଡିତା ଗାଁରୁ ହିଁ ଜଣକୁ ଆଣି ଅଟକ ରଖିଛି ପୋଲିସ l

ଏହା ମଧ୍ୟ ପଢନ୍ତୁ ...ମେଡିକାଲରୁ ଛୁଆ ଚୋରି ଘଟଣାରେ ଟ୍ବିଷ୍ଟ, ଅଭିଯୋଗକୁ ଖଣ୍ଡନ
ଏହା ମଧ୍ୟ ପଢନ୍ତୁ ...SCBରେ ଜଟିଳ ଅସ୍ତ୍ରୋପଚାର, ମୁଣ୍ଡରୁ ବାହାରିଲା ଟାଙ୍ଗିଆ
ଏହା ମଧ୍ୟ ପଢନ୍ତୁ ...ମହିଳା ମାଓବାଦୀ ଗିରଫ, ଏସବୁ ମାଓ ହିଂସାରେ ଥିଲେ ସାମିଲ



ଏନେଇ ସମ୍ବଲପୁର ଏସପି ମୁକେଶ ଭାମୁ କହିଛନ୍ତି ,"ଏହି ଘଟଣା ଗତକାଲି ନଜରକୁ ଆସିଲା । ସୂଚନା ମିଳିବା ପରେ ରେଢ଼ାଖୋଲ ଏସଡ଼ିପିଓଙ୍କୁ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ବ୍ୟକ୍ତିଙ୍କ ବିରୁଦ୍ଧରେ ସନ୍ଦେହ ଅଛି ତାଙ୍କୁ ପଚରାଉଚରା କରାଯିବ । ଏହାସହ CDPOଙ୍କ ସହ ମଧ୍ୟ ଯୋଗାଯୋଗ କରାଯାଇଛି । ସେ ଅଙ୍ଗନବାଡି ଓ ଆଶା ଦିଦଙ୍କ ସହାୟତାରେ ପଚାରଉଚରା କରି ତଦନ୍ତ କରିବେ । ଏହି ଘଟଣାରେ ପୋଲିସ ଜଣକୁ ଅଟକ ରଖିଛି । ଉଭୟ ମାଆ ଏବଂ ଶିଶୁକୁ ବୁର୍ଲା ଭୀମସାର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details