ଓଡିଶା

odisha

ସମସ୍ୟା ଘେରରେ ପ୍ରାଚୀନ ବରାହୀ ପୀଠ, ASIର ଅଣଦେଖା ଅଭିଯୋଗ - Ancient Maa Barahi Temple

By ETV Bharat Odisha Team

Published : Jun 10, 2024, 10:30 PM IST

Neglected Condition of Maa Barahi Temple: ଉତ୍କଳୀୟ ଶୈଳୀରେ ନିର୍ମିତ ମା ବରାହୀଙ୍କ ପୀଠ ନାନା ସମସ୍ୟା ଘେରରେ ରହିଥିବାର ଅଭିଯୋଗ ଆସିଛି । ପ୍ରାଚୀ ନଦୀ କୂଳେ ଅବସ୍ଥିତ ଏହି ପୀଠକୁ ପୁରାତନ କାଳରୁ ତନ୍ତ୍ର ସାଧକମାନେ ସାଧନା ପାଇଁ ଆସୁଥିବାର ପ୍ରମାଣ ମଧ୍ୟ ରହିଛି । ଅଧିକ ପଢନ୍ତୁ

Neglected Condition of Maa Barahi Temple
Neglected Condition of Maa Barahi Temple (ETV Bharat Odisha)

ନିମାପଡ଼ା: ସାରା ଭାରତବର୍ଷରେ ମନ୍ଦିର ମାଳିନୀ ରାଜ୍ୟ ହେଉଛି ଓଡିଶା । ଏଠାରେ ଉତ୍କୃଷ୍ଟ କଳାକୃତି ରହିଥିବାରୁ ଏହାର ଅନ୍ୟ ନାମ ଉତ୍କଳ । ଏଠାକାର କୋଣ ଅନୁକୋଣରେ ଓଡିଆ ଶିଳ୍ପୀଙ୍କ ନିହାଣ ମୁନରେ ତିଆରି ହୋଇଛି କୋଣାର୍କର ସୂର୍ଯ୍ୟମନ୍ଦିର, ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର, ମୁକ୍ତେଶ୍ବର ମନ୍ଦିର, ରାଜାରାଣୀ ମନ୍ଦିର ଭଳି ଅନେକ ଭବ୍ୟ ମନ୍ଦିର । ପୁରୀ ଜିଲ୍ଲା ନିମାପଡା ଅଞ୍ଚଳର ଗୌରବମୟ କୀର୍ତ୍ତି ଏବେ ବି ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି । ନିମାପଡାରୁ କାକଟପୁର ଯିବା ରାସ୍ତାରେ ଅମରେଶ୍ବର ଛକରୁ ବାମ ପାର୍ଶ୍ବକୁ ଦୁଇ କିଲୋମିଟର ଦୂରରେ ମା’ ବରାହୀଙ୍କ ପୀଠ ବିଦ୍ୟମାନ ।

Neglected Condition of Maa Barahi Temple (ETV Bharat Odisha)

ଚୌରାଶି ଠାରେ ଥିବା ଉତ୍କଳୀୟ ଶୈଳୀରେ ନିର୍ମିତ ଦଶମ ଶତାଦ୍ଦୀର ମା’ ବରାହୀଙ୍କ ମନ୍ଦିର ପ୍ରାଚୀ ନଦୀ କୂଳରେ ଅବସ୍ଥିତ । ଏହି ମନ୍ଦିରଟି ବୁଦ୍ଧଦେବଙ୍କ ନିର୍ବାଣର ଅଳ୍ପ କିଛି ବର୍ଷ ପୂର୍ବରୁ ନିର୍ମାଣ କରାଯାଇଥିବା ବିଶ୍ବାସ କରାଯାଏ । ମନ୍ଦିରର କାରୁକାର୍ଯ୍ୟ ବିରଳ ହେବା ସହ ଏହା ଏକ ପ୍ରସିଦ୍ଧ ତନ୍ତ୍ରପୀଠ ଅଟେ । ଏହି ମନ୍ଦିରର ଉଚ୍ଚତା ପ୍ରାୟ 25 ଫୁଟ ରହିଛି । ଏଠାରେ ପୂଜା ପାଉଥିବା ମା’ ଅଧିଷ୍ଠାତ୍ରୀ ହେଉଛନ୍ତି ବରାହ ରୂପୀ ମା’ ବରାହୀ । ମା’ଙ୍କର ଗୋଟିଏ ହାତରେ ରକ୍ତ ପାତ୍ର ଥିବା ବେଳେ ଅନ୍ୟ ହାତରେ ଶୋଭା ପାଉଛି ରୋହି ମାଛ । ମନ୍ଦିରର ଚାରିପଟେ ବିଭିନ୍ନ ଦେବା ଦେବୀ ଭାସ୍କର୍ଯ୍ୟ, କଳାକୃତି ତଥା ଅନ୍ୟାନ୍ୟ ସାମାଜିକ ଦୃଶ୍ୟ ମାନଙ୍କରେ ଅଳଙ୍କୃତ । ଯଦିଓ ଓଡ଼ିଶାରେ ସପ୍ତମାତୃକା ଏବଂ ଚାମୁଣ୍ଡା ମନ୍ଦିର ମାନଙ୍କ ତୁଳନାରେ ସ୍ବତନ୍ତ୍ର ଭାବେ ନିର୍ମିତ ଏହି ବରାହୀ ମନ୍ଦିରଟି ଅତ୍ୟନ୍ତ ବିରଳ ବୋଲି ଜଣାପଡେ । ପ୍ରାଚୀନ କାଳରେ ପ୍ରସିଦ୍ଧି ଲାଭ କରିଥିବା ତାନ୍ତ୍ରିକ ମାନେ ଏଠାକୁ ଆସି ତନ୍ତ୍ର ସାଧନା କରୁଥିବା ପ୍ରମାଣ ମଧ୍ୟ ରହିଛି ।

ଏହା ମଧ୍ୟ ପଢନ୍ତୁ ...ଅଳିଆ ଆର୍ବଜନାରେ ଅଣନିଶ୍ବାସୀ କବି ଜୟଦେବଙ୍କ ପୀଠ, ପ୍ରଶାସନର ନିଘା ନାହିଁ ! - Jaydev Pitha

ଏଭଳି ପ୍ରାଚୀନ ପୀଠର ରକ୍ଷଣାବେକ୍ଷଣ ପାଇଁ ଆସୁଥିବା ଅର୍ଥର ସଠିକ ବିନିଯୋଗ ହେଉନଥିବା ନେଇ ଅଭିଯୋଗ ହୋଇଛି । ବିଶେଷ କରି ASI କର୍ତ୍ତୃପକ୍ଷଙ୍କ ଉଦାସୀନତା କାରଣରୁ ପର୍ଯ୍ୟଟକଙ୍କ ନଜର ଆଢୁଆଳରେ ରହିଯାଉଛି ଏହି ପୀଠ । ଏଠାରେ ପାନୀୟଜଳ, ଆଲୋକୀକରଣ, ଶୌଚାଳୟ, ଗମନାଗମନ ତଥା ସୂଚନାଫଳକର ଅଭାବ ରହିଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏହି ଆଧ୍ୟାତ୍ମିକ ପୀଠ ପ୍ରତି ଶୁଭଦୃଷ୍ଟି ଦେଲେ ଓଡିଶା ପର୍ଯ୍ୟଟନର ବିକାଶ ହୋଇପାରନ୍ତା ।

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details