ହାଇଦ୍ରାବାଦ:ସେପ୍ଟେମ୍ବର 19 ତାରିଖ, ବର୍ଷ 2007 । ଦକ୍ଷିଣ ଆଫ୍ରିକାର କ୍ରିକେଟ ପଡିଆରେ ଆସିଥିଲା ଯୁବରାଜ ସିଂଙ୍କ ଝଡ । ଇଂଲଣ୍ଡ ବିପକ୍ଷ ଟି-20 ମ୍ୟାଚରେ ବିଶ୍ବ ଦେଖିଥିଲା ଷ୍ଟାର ଅଲରାଉଣ୍ଡର ଯୁବରାଜଙ୍କ ସୁପର ସୋ । ଇଂଲିସ ପେସର ଷ୍ଟୁଆର୍ଟ ବ୍ରୋଡଙ୍କୁ 6 ବଲରେ 6 ଛକା ମାରିଥିଲେ ଭାରତର ଭେଟେରାନ ବାମହାତୀ ବ୍ୟାଟ୍ସମ୍ୟାନ । ବିଶ୍ବ କ୍ରିକେଟର ପଦାର୍ପଣ ଟି-20 ବିଶ୍ବକପରେ ସାରା ବିଶ୍ବକୁ ବିଗ୍ ହିଟରେ ଚକିତ କରିଥିଲେ ଯୁବରାଜ ସିଂ । ଇଂଲଣ୍ଡ ଦଳର ଷ୍ଟାର ଅଲରାଉଣ୍ଡରଙ୍କ ସହିତ ମୁହାଁମୁହିଁ ପରେ ବିସ୍ଫୋରକ ଅବରତାରରେ ଲମ୍ବା ଲମ୍ବା ଛକା ଷ୍ଟାଡିୟମ ବାହାରକୁ ମାରିଥିଲେ ଯୁବରାଜ ସିଂ ।
ଭାରତର ସ୍କୋର ଥିଲା 16.4 ଓଭରେ, 155/3, ଯେତେବେଳେ ଯୁବରାଜ ବ୍ୟାଟିଂ ପାଇଁ କ୍ରିଜକୁ ଆସିଥିଲେ । ପ୍ରଥମ 6ଟି ବଲରେ 3ଟି ବାଉଣ୍ଡ୍ରୀ ମାରି ଫର୍ମର ପରିଚୟ ଦେଇଥିଲେ ଯୁବରାଜ । ଏହା ପରେ ଆରମ୍ଭ ହୋଇଥିଲା ଛକା ବର୍ଷା । ଆଉ ଇନିଂସର ଶେଷ ଓଭରରେ ବ୍ରୋଡଙ୍କ 6 ବଲରେ 6 ଛକା ମାରିଥିଲେ ଯୁବରାଜ । ଯୁବରାଜ ଏହି ମ୍ୟାଚରେ 16 ବଲରେ 58 ରନ ସ୍କୋର କରିଥିଲେ । ଭାରତର ସ୍କୋର 218ରେ ପହଞ୍ଚିଥିଲା । ଏହି ସ୍କୋର ଥିଲା ଭାରତର ଟ-20ରେ ପ୍ରଥମ 200 ରୁ ଅଧିକ ରନ ସ୍କୋର । ଭାରତ ଏହି ମ୍ୟାଚ 18ରନରେ ଜିତିଥିଲା । ପ୍ଲେୟାର ଅଫ୍ ଦ ମ୍ୟାଚ ହୋଇଥିଲେ ଯୁବରାଜ ।