ଓଡିଶା

odisha

ETV Bharat / sports

ମହିଳା ପ୍ରିମିୟର ଲିଗ୍, ଆଜି ବାଙ୍ଗାଲୋର-ଦିଲ୍ଲୀ ମୁକାବିଲା

WPL 2024: ଡବ୍ଲୁପିଏଲରେ ଆଜି ମୁହାଁମୁହିଁ ହେବେ ବାଙ୍ଗାଲୋର ଓ ଦିଲ୍ଲୀ । ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ଆରସିବି । ଅଧିକ ପଢନ୍ତୁ,

WPL 2024
WPL 2024

By ETV Bharat Odisha Team

Published : Feb 29, 2024, 1:48 PM IST

ବେଙ୍ଗାଲୁରୁ: ମହିଳା ପ୍ରିମିୟର ଲିଗର ଚଳିତ ସଂସ୍କରଣରେ ଆଜି ରହିଛି ସପ୍ତମ ମୁକାବିଲା । ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ । ବିଜୟୀ ହେବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ ଦୁଇ ଦଳ । ଡବ୍ଲୁପିଏଲରେ ବାଙ୍ଗାଲୋର ବର୍ତ୍ତମାନ ସୁଦ୍ଧା 2ଟି ମ୍ୟାଚ ଖେଳି କ୍ରମାଗତ ବିଜୟ ହାସଲ କରିଛି । ଆଜିର ମ୍ୟାଚରେ ଦିଲ୍ଲୀକୁ ପରାସ୍ତ କରି ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରହିଛି ଟିମ । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ସିଜିନରେ 2 ଟି ମ୍ୟାଚ ଖେଳି ଗୋଟିଏରେ ବିଜୟୀ ହୋଇଥିବା ବେଳେ ଗୋଟିରେ ପରାଜିତ ହୋଇଛି । ତେଣୁ ବିଜୟ ହାସଲ ଭୋକରେ ରହିଚି ଦିଲ୍ଲୀ ଟିମ । ଦୁଇ ଦଳ ମଧ୍ୟରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ହେବ । ସନ୍ଧ୍ୟା 7ଟା 30ରେ ଏମ ଚିନାସ୍ବାମୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ ।

ଏହା ମଧ୍ୟ ପଢନ୍ତୁ- ମହିଳା ପ୍ରିମିୟର ଲିଗ, ମୁମ୍ବାଇ ଇଣ୍ଡିଆନ୍ସକୁ 7 ୱିକେଟରେ ହରାଇଲା ୟୁପି

ଫେବୃଆରୀ 23 ତାରିଖ ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା । ଏଥରେ ମୁମ୍ବାଇ ଦିଲ୍ଲାକୁ 4 ଓ୍ବିକେଟରେ ପରାସ୍ତ କରିଥିଲା । ଏହାପରେ ଫେବୃଆରୀ 26 ତାରିଖରେ ଗୁଜୁରାଟକୁ ଭେଟିଥିଲା ଦିଲ୍ଲୀ । ଏଥରେ ଦିଲ୍ଲୀ ଟିମ ଜବରଦସ୍ତ ପ୍ରଦର୍ଶନ କରିଥିଲା । ଗୁଜୁରାଟ ବିପକ୍ଷରେ ସହଜରେ ବିଜୟୀ ହୋଇଥିଲା ଦଳ । ସମାନ ପ୍ରଦର୍ଶନ ମଧ୍ୟ ଜାରି ରଖିବାକୁ ପ୍ରସ୍ତୁତ ହୋଇଛି ମେଗ ଲାଲିନଙ୍କ ଟିମ ।

ଏହା ମଧ୍ୟ ପଢନ୍ତୁ- ମହଙ୍ଗା ପଡିଲା ବିସିସିଆଇ ନିର୍ଦ୍ଦେଶକୁ ଅଣଦେଖା, ବାର୍ଷିକ କଣ୍ଟ୍ରାକ୍ଟରୁ ବିଦା ହେଲେ ଆୟର-ଇଶାନ

ଅନ୍ୟପଟେ ଫେବୃଆରୀ 24 ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ୟୁପି ଓ୍ବାରିଅର୍ଜ ମଧ୍ୟରେ ମୁକାବିଲା ହୋଅଥିଲା । ମାତ୍ର 2 ରନରେ ୟୁପିକୁ ପରାସ୍ତ କରିଥିଲା ବାଙ୍ଗାଲୋର । ପରେ 27 ତାରିଖରେ ଗୁଜୁରାଟ ଓ ଆରସିବି ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ 8 ଓ୍ବିକେଟରେ ବିଜୟୀ ହୋଇଥିଲା ବାଙ୍ଗାଲୋର । କ୍ରମାଗତ 2ଟି ମ୍ୟାଚରେ ବିଜୟୀ ହୋଇଥିବାରୁ ଆଜିର ମ୍ୟାଚ ପାଇଁ ଦଳର ମନୋବଳ ଦୃଢ ରହିଛି । ସ୍ମୃତି ମାନ୍ଧନାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଆରସିବି ଟିମ ।

ଏହା ମଧ୍ୟ ପଢନ୍ତୁ- ମହିଳା ପ୍ରିମିୟର ଲିଗ: ୟୁପି ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସର ସହଜ ବିଜୟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details