ଓଡିଶା

odisha

ETV Bharat / sports

କୋହଲିଙ୍କ ଗୋଟିଏ ଘଣ୍ଟାର ମୂଲ୍ୟ 5 କୋଟି ! ପିନ୍ଧୁଛନ୍ତି 10 ସବୁଠାରୁ ମହଙ୍ଗା ଘଡ଼ି - Virat Kohli Expensive Watches

Virat Kohli Expensive Watches Price : ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ପିନ୍ଧିଥିବା ଘଣ୍ଟା ଗୁଡ଼ିକର ମୂଲ୍ୟ ଜାଣନ୍ତି କି ? ଗୋଟିଏ ଘଣ୍ଟାର ମୂଲ୍ୟ ପ୍ରାୟ 5 କୋଟି ଟଙ୍କା । ଜାଣନ୍ତୁ କୋହଲିଙ୍କ 10ଟି ମହଙ୍ଗା ଘଣ୍ଟାର ମୂଲ୍ୟ । ଅଧିକ ପଢ଼ନ୍ତୁ

Virat Kohli Expensive Watches Price
Virat Kohli Expensive Watches Price (AP and IANS Photos)

By ETV Bharat Sports Team

Published : Aug 27, 2024, 4:57 PM IST

ନୂଆଦିଲ୍ଲୀ : ଭାରତର ଷ୍ଟାର କ୍ରିକେଟର ତଥା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ବର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର ଭାବେ ବିବେଚନା କରାଯାଏ । ଦମଦାର ବ୍ୟାଟିଂ ପାଇଁ ଜଣାଶୁଣା କୋହଲି କ୍ରିକେଟ୍ ଜଗତରେ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି । ଫ୍ୟାନ ଫଲୋଇଂ ଓ ବ୍ରାଣ୍ଡ ଭାଲ୍ୟୁ ପାଇଁ ସେ ବିଶ୍ବର ଶୀର୍ଷ ସ୍ପୋର୍ଟ୍ସ ପର୍ସନଙ୍କ ମଧ୍ୟରେ ଆଗ ଧାଡ଼ିରେ ସ୍ଥାନ ପାଇଛନ୍ତି । ତେଣୁ ସେ କେବଳ କ୍ରୀଡ଼ାରେ ନୁହଁନ୍ତି ବରଂ ଦୁନିଆର ସବୁଠାରୁ ଧନୀ ଖେଳାଳିଙ୍କ ତାଲିକାରେ ମଧ୍ୟ ଅଛନ୍ତି । ସେ ହଜାରେ କୋଟିରୁ ଅଧିକ ସମ୍ପତ୍ତିର ମାଲିକ ଅଟନ୍ତି ।

Virat Kohli (IANS Photo)


କୋହଲି ନିକଟରେ ନିଜ ସ୍ବପ୍ନର ଏକ ବିଳାସପୂର୍ଣ୍ଣ ଘର ତିଆରି କରିଛନ୍ତି । ଯାହାର ଭିଡିଓ ସେ ନିଜେ 'X'ରେ ସେୟାର କରିଥିଲେ । ତାଙ୍କ ନିକଟରେ ଏକାଧିକ ଦାମୀ କାର ମଧ୍ୟ ରହିଛି । ଏହା ବ୍ୟତୀତ ତାଙ୍କର ଅନେକ ଦାମୀ ଘଣ୍ଟା ମଧ୍ୟ ରହିଛି । ଗୋଟିଏ କି ଦୁଇଟି ନୁହେଁ, କୋଟି କୋଟି ଟଙ୍କାର ବହୁତ ମହଙ୍ଗା ଘଣ୍ଟା । ଯଦି ଆପଣ ସେହି ଘଣ୍ଟା ଗୁଡ଼ିକର ମୂଲ୍ୟ ଜାଣିବେ, ତେବେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେବେ । ଏହି ଖବରରେ ଜାଣନ୍ତୁ, କୋହଲି ପିନ୍ଧୁଥିବା 10 ଦାମୀ ଘଣ୍ଟାର ମୂଲ୍ୟ କେତେ,

Virat Kohli (ANI Photo)

ବିରାଟ କୋହଲିଙ୍କ ଦାମୀ ଘଣ୍ଟା ଓ ସେଗୁଡ଼ିକର ମୂଲ୍ୟ :-

  1. ରୋଲେକ୍ସ ଡେଟୋନା - ମୂଲ୍ୟ: 4.6 କୋଟି ଟଙ୍କା
  2. ଆଇସ୍ ବ୍ଲୁ ଡାଏଲ୍ ଏବଂ ବ୍ରାଉନ୍ ସେରାମିକ୍ ବେଜେଲ୍ ସହିତ ପ୍ଲାଟିନମ୍ ରୋଲେକ୍ସ ଡେଟୋନା - ମୂଲ୍ୟ: 1.23 କୋଟି ଟଙ୍କା
  3. ପ୍ଲାଟିନମ୍ ପାଟେକ୍ ଫିଲିପ୍ ଗ୍ରାଣ୍ଡ୍ କମ୍ପ୍ଲିକେସନ - ମୂଲ୍ୟ: 2.6 କୋଟି ଟଙ୍କା
    Virat Kohli (IANS Photo)
  4. ପାଟେକ୍ ଫିଲିପ୍ ନାଟିଲସ୍ - ମୂଲ୍ୟ: 1.14 କୋଟି ଟଙ୍କା
  5. ରୋଲେକ୍ସ ଆଇଷ୍ଟାର ପରପେଚୁଆଲ ସ୍କାଏ ଡ୍ବେଲର - ମୂଲ୍ୟ: 1.8 କୋଟି ଟଙ୍କା
  6. ନାଟିଲସ୍ ଡେଟୋନା ହ୍ବାଇଟ ଡାଏଲ - ମୂଲ୍ୟ: 3.2 କୋଟି ଟଙ୍କା
    Virat Kohli (IANS Photo)
  7. ଅଡେମର୍ସ ପିଗୁଏଟ୍ ରୟାଲ୍ ଓକ୍ ଡବଲ୍ ବାଲାନ୍ସ ହ୍ବିଲ - ମୂଲ୍ୟ: 1.2 କୋଟି ଟଙ୍କା
  8. 18KT ଗୋଲ୍ଡ ରୋଲେକ୍ସ ଡେଟୋନା ଗ୍ରୀନ ଡାଏଲ - ମୂଲ୍ୟ: 1.1 କୋଟି ଟଙ୍କା
  9. ରୋଲେକ୍ସ ଡେ-ଡେଟ ରୋଜ ଗୋଲ୍ଡ ଅଲିଭ ଡାଏଲ - ମୂଲ୍ୟ: 57 ଲକ୍ଷ ଟଙ୍କା
  10. ସ୍କେଲେଟନ କନସେପ୍ଟ ରୋଲେକ୍ସ - ମୂଲ୍ୟ: 86 ଲକ୍ଷ ଟଙ୍କା
    Virat Kohli (IANS Photo)

ବିରାଟ କୋହଲି ଘଣ୍ଟା ପିନ୍ଧିବାକୁ ବହୁତ ପସନ୍ଦ କରନ୍ତି । ଏମିତିରେ ତାଙ୍କ ସୋସିଆଲ ମିଡିଆରେ ଅନେକ ଫଟୋ ରହିଛି, ଯେଉଁଥିରେ ସେ ଅଲଗା-ଅଲଗା ଘଣ୍ଟା ପିନ୍ଧିଥିବା ଦେଖାଯାଏ । ଏହି ଘଣ୍ଟାଗୁଡ଼ିକ ବିରାଟଙ୍କ ଲୁକ୍‌କୁ ମଧ୍ୟ ଦ୍ବିଗୁଣିତ କରିଥାଏ ।

ଏହା ମଧ୍ୟ ପଢ଼ନ୍ତୁ...ବିରାଟଙ୍କ ଡ୍ରିମ ହୋମ୍ : ଦାମ୍‌ ଶୁଣିଲେ ଉଡ଼ିଯିବ ହୋସ, ଜାଣନ୍ତୁ ବ୍ୟୟବହୁଳ ବଙ୍ଗଳାର ଭିତିରି କଥା - LUXURIOUS HOUSE OF VIRAT KOHLI

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details