ନୂଆଦିଲ୍ଲୀ:ମହଙ୍ଗା ପଡିଲା ଅମ୍ପାୟରଙ୍କ ସହ ଯୁକ୍ତିତର୍କ । ଦଣ୍ଡିତ ହେଲେ ଆରସିବି ପ୍ଲେଯାର ବିରାଟ କୋହଲି । ଆଇପିଏଲର ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ଜୋରିମାନା ହିସାବରେ ତାଙ୍କ ମ୍ୟାଚ ଫି 50 ପ୍ରତିଶତ କାଟ୍ କରାଯାଇଛି । ଏନେଇ ଇଣ୍ଡିଆନ ପ୍ରିମିୟର ଲିଗ ପକ୍ଷରୁ ସୂଚନା ଦିଆୟାଇଚି । ଇଡେନ ଗାର୍ଡେନରେ କେକେଆର ବିପକ୍ଷ ମ୍ୟାଚରେ ଆଉଟ ହେବା ପରେ ଅମ୍ପାୟରଙ୍କ ସହ ଯୁକ୍ତିତର୍କ କରିଥିଲେ କୋହଲି ।
ଏହା ମଧ୍ୟ ପଢନ୍ତୁ- ଆଉଟ୍ ହେବାପରେ ଅମ୍ପାୟାରଙ୍କ ଉପରେ କାହିଁକି ରାଗିଲେ କୋହଲି ? ଜାଣନ୍ତୁ କାରଣ - IPL 2024
ଆଇପିଏଲ୍ର ୩୬ତମ ମୁକାବିଲା କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିଲା । କେକେଆର ଓ ଆରସିବି ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି 222 ରନର ବିଶାଳ ସ୍କୋର କରିଥିଲା କୋଲକାତା। ଜବାବରେ ଆର୍ସିବି ପକ୍ଷରୁ ପାଳି ଆରମ୍ଭ କରି କୋହଲି ଆକ୍ରାମକ ଆରମ୍ଭ କରିଥିଲେ । ସେ କେବଳ 6 ବଲରୁ 300 ଷ୍ଟ୍ରାଇକ୍ ରେଟ୍ରେ 18 ରନ ସଂଗ୍ରହ କରିଥିବା ବେଳେ ତୃତୀୟ ଓଭରରେ ହର୍ଷିତ ରାଣାଙ୍କ ବଲରେ କୋହଲି ଆଉଟ୍ ହୋଇଯାଇଥିଲେ । ରାଣା ଓଭରର ପ୍ରଥମ ବଲକୁ ଫୁଲ୍ ଟସ୍ କରି ବୋଲିଂ କରିଥିଲେ । କୋହଲି ଏହାକୁ ଖେଳି ନପାରି ଆଉଟ ହୋଇଥିଲେ । ଅମ୍ପାୟାର ଆଉଟ୍ ଈଶାରା ଦେବା କ୍ଷଣି କୋହଲି ରିଭ୍ୟୁ ନେଇଥିଲେ ।