ନୂଆଦିଲ୍ଲୀ :ଆଉ ଏକ ମାସ ପରେ ଆଉ ଏକ ବଡ଼ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଫେବୃଆରୀ ୧୯ରୁ ମାର୍ଚ୍ଚ ୯ ତାରିଖ ମଧ୍ୟରେ ଖେଳାଯିବ ଚାମ୍ପିଅନ୍ସ ଟ୍ରଫି-୨୦୨୫ । ପାକିସ୍ତାନ ଏବଂ ଦୁବାଇରେ ଅନୁଷ୍ଠିତ ହେବ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ । ଏଥିରେ ବିଶ୍ବକପ୍ କ୍ରିକେଟର ଶ୍ରେଷ୍ଠ ୮ଟି ଟିମ୍ ଭାଗ ନେଉଥିବା ବେଳେ, ଚାମ୍ପିଅନ୍ସ ଟ୍ରଫିରେ ବ୍ୟାଟରଙ୍କ ଜଲୱା ଦେଖିବାକୁ ମିଳିବ ।
ଚାମ୍ପିଅନ୍ସ ଟ୍ରଫିରେ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ ୧୦ ଜଣ ବ୍ୟାଟ୍ସମ୍ୟାନ ସର୍ବାଧିକ ରନ କରିଛନ୍ତି ? ସେମାନେ କେଉଁ ସବୁ ଦେଶକୁ ପ୍ରତିନିଧିତ୍ବ କରିଛନ୍ତି ? କେଉଁ ଦେଶରୁ ସର୍ବାଧିକ ବ୍ୟାଟର ଚାମ୍ପିଅନ୍ସ ଟ୍ରଫିରେ ଅଧିକ ରନ କରିଛନ୍ତି ? ଏବଂ ଭାରତ ପକ୍ଷରୁ ୩ ଜଣ ଟପ୍ ସ୍କୋରରଙ୍କ ମଧ୍ୟରେ କେଉଁ ବ୍ୟାଟର ସାମିଲ ? ଆସନ୍ତୁ ଜାଣିବା ଏହି ରିପୋର୍ଟରେ ।
ଚାମ୍ପିଅନ୍ସ ଟ୍ରଫି ଟପ୍ ଟେନ ବ୍ୟାଟର :
1: କ୍ରିସ ଗେଲ୍ (ୱେଷ୍ଟ ଇଣ୍ଡିଜ):
ୱେଷ୍ଟ ଇଣ୍ଡିଜ କ୍ରିକେଟ ଟିମର ଦିଗ୍ଗଜ ବ୍ୟାଟ୍ସମ୍ୟାନ, ଓପନର ତଥା ଧୂଆଁଧାର ରନ ସ୍କୋରର ଭାବେ ବିଶ୍ବ କ୍ରିକେଟରେ ଜଣାଶୁଣା କ୍ରିସ ଗେଲ୍ । ସେ ଚାମ୍ପିଅନ୍ସ ଟ୍ରଫିରେ ୧୭ଟି ମ୍ୟାଚ ଖେଳିଛନ୍ତି । ସେ ୫୨.୭୩ ଆଭେରେଜରେ ମୋଟ ୭୯୧ ରନ ସ୍କୋର କରିଛନ୍ତି । ଚାମ୍ପିଅନ୍ସ ଟ୍ରଫିରେ ଗେଲଙ୍କ ସର୍ବାଧିକ ଇନିଂସ ସ୍କୋର ୧୩୩ (ଅପରାଜିତ) । ଗେଲ୍ ଏହି ଟୁର୍ଣ୍ଣାମେଣ୍ଟରେ ୩ଟି ଶତକ ଏବଂ ୧ ଅର୍ଦ୍ଧଶତକ ହାସଲ କରିଛନ୍ତି ।
ଚାମ୍ପିଅନ୍ସ ଟ୍ରଫିରେ ଗେଲ୍
- ଦେଶ-ୱେଷ୍ଟ ଇଣ୍ଡିଜ
- ୧୭ ମ୍ୟାଚ, ୭୯୧ ରନ
- ସର୍ବାଧିକ ସ୍କୋର ୧୩୩
- ୩ ଶତକ, ୧ ଅର୍ଦ୍ଧଶତକ
2: ମହେଲା ଜୟବର୍ଦ୍ଧନେ(ଶ୍ରୀଲଙ୍କା):
ଶ୍ରୀଲଙ୍କାର ଷ୍ଟାର ବ୍ୟାଟ୍ସମ୍ୟାନ ମହେଲା ଜୟବର୍ଦ୍ଧନେ, ନିଜର ଆକର୍ଷଣୀୟ ବ୍ୟାଟିଂ ପାଇଁ ପରିଚିତ । ଶ୍ରୀଲଙ୍କା କ୍ରିକେଟରେ ଅନ୍ୟତମ ଆଇକନ ଏବଂ ଟେକନିକାଲି ସାଉଣ୍ଡ ବ୍ୟାଟର ଜୟବର୍ଦ୍ଧନେ ଚାମ୍ପିଅନ୍ସ ଟ୍ରଫିରେ ଦ୍ବିତୀୟ ସର୍ବାଧିକ ରନ ସ୍କୋର କରିଛନ୍ତି । ସେ ମୋଟ ୨୨ଟି ମ୍ୟାଚ ଖେଳିଥିବା ବେଳେ, ୪୧.୨୨ ହାରରେ ୭୪୧ ରନ ହାସଲ କରିଛନ୍ତି । ଏଥିରେ ରହିଛି ୫ଟି ଅର୍ଦ୍ଧଶତକ । ତାଙ୍କର ସର୍ବାଧିକ ସ୍କୋର ହେଉଛି ୮୪ ରନ ।
ଚାମ୍ପିଅନ୍ସ ଟ୍ରଫିରେ ଜୟବର୍ଦ୍ଧନେ
- ଦେଶ-ଶ୍ରୀଲଙ୍କା
- ୨୨ ମ୍ୟାଚ, ୭୪୧ ରନ
- ୫ ଅର୍ଦ୍ଧଶତକ, ସର୍ବାଧିକ ସ୍କୋର ୮୪
3: ଶିଖର ଧୱନ(ଭାରତ):
ଭାରତୀୟ କ୍ରିକେଟରେ ଅନ୍ୟତମ ଷ୍ଟାଇଲିଷ୍ଟ ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧୱନ । 'ଗବ୍ବର' ନାମରେ ଜଣାଶୁଣା ଧୱନ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ପରିଚିତ । ତାଙ୍କ ନାଁରେ ରହିଛି ଚାମ୍ପିଅନ୍ସ ଟ୍ରଫିରେ ଯେ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ତୁଳନାରେ ସର୍ବାଧିକ ସ୍କୋର । ଧୱନ ଚାମ୍ପିଅନ୍ସ ଟ୍ରଫିରେ ୧୦ଟି ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ସେ ୭୭.୮୮ ହାରରେ ୭୦୧ ରନ କରିଛନ୍ତି । ଏହା ସହ ସେ ଚାମ୍ପିଅନ୍ସ ଟ୍ରଫିରେ ବିଶ୍ବରେ ତୃତୀୟ ସର୍ବାଧିକ ରନ ସ୍କୋରର ଭାବେ ନିଜର ନାମ ସ୍ଥାପନ କରି ପାରିଛନ୍ତି । ଚାମ୍ପିଅନ୍ସ ଟ୍ରଫିରେ ଧୱନ ସର୍ବାଧିକ ସ୍କୋର ୧୨୫ ରନ । ୨୦୧୩ରେ ଭାରତ ଚାମ୍ପିଅନ୍ସ ଟ୍ରଫି ଜିତିବାରେ ଧୱନଙ୍କ ଭୂମିକା ଥିଲା ଗୁରୁତ୍ବପୂର୍ଣ୍ଣ ।
ଚାମ୍ପିଅନ୍ସ ଟ୍ରଫିରେ ଶିଖର ଧୱନ
- ଦେଶ-ଭାରତ
- ଚାମ୍ପିଅନ୍ସ ଟ୍ରଫିରେ ଯେ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ତୁଳନାରେ ସର୍ବାଧିକ ସ୍କୋର
- ଚାମ୍ପିଅନ୍ସ ଟ୍ରଫିରେ ବିଶ୍ବରେ ତୃତୀୟ ସର୍ବାଧିକ ରନ ସ୍କୋରର
- ୧୦ ମ୍ୟାଚ, ୭୦୧ ରନ
- ସର୍ବାଧିକ ସ୍କୋର ୧୨୫ ରନ
- ୨୦୧୩ରେ ଭାରତ ଚାମ୍ପିଅନ୍ସ ଟ୍ରଫି ଜିତିବାରେ ଧୱନଙ୍କ ବଡ଼ ଭୂମିକା
4: କୁମାର ସଙ୍ଗାକାରା(ଶ୍ରୀଲଙ୍କା) :
ଶ୍ରୀଲଙ୍କା କ୍ରିକେଟ ଟିମର ଅନ୍ୟତମ ଦିଗ୍ଗଜ ବ୍ୟାଟ୍ସମ୍ୟାନ କୁମାର ସଙ୍ଗାକାରା । ଚାମ୍ପିଅନ୍ସ ଟ୍ରଫିରେ ଚତୁର୍ଥ ସର୍ବାଧିକ ସ୍କୋର କରିଛନ୍ତି ସେ । ସଙ୍ଗାକାରା ୨୨ଟି ମ୍ୟାଚ ଖେଳିଥିବା ବେଳେ ମୋଟ ୫୮୩ ରନ କରିଛନ୍ତି । ତାଙ୍କର ସର୍ବାଧିକ ଇନିଂସ ସ୍କୋର ୧୩୪ ରନ । ଏହାସହ ସେ ୪ଟି ଅର୍ଦ୍ଧଶତର ମଧ୍ୟ ହାସଲ କରିଛନ୍ତି ।
ଚାମ୍ପିଅନ୍ସ ଟ୍ରଫିରେ ସଙ୍ଗାକାରା
- ଦେଶ-ଶ୍ରୀଲଙ୍କା
- ଚାମ୍ପିଅନ୍ସ ଟ୍ରଫିରେ ଚତୁର୍ଥ ସର୍ବାଧିକ ରନ
- ୨୨ ମ୍ୟାଚ, ୫୮୩ ରନ
- ସର୍ବାଧିକ ସ୍କୋର ୧୩୪ ରନ
- ତାଙ୍କ ନାଁରେ ୪ ଅର୍ଦ୍ଧଶତ
5: ସୌରଭ ଗାଙ୍ଗୁଲି(ଭାରତ):
ଭାରତୀୟ କ୍ରିକେଟରେ ଅନ୍ୟତମ ଲୋକପ୍ରିୟ ଖେଳାଳି ସୌରଭ ଗାଙ୍ଗୁଲି । କ୍ରିକେଟ ଜଗତରେ ଦାଦା ଭାବେ ପରିଚିତ ଗାଙ୍ଗୁଲି ଜଣେ ଆଗ୍ରେସିଭ୍ କ୍ରିକେଟର ଭାବେ ଜଣାଶୁଣା । ତାଙ୍କ ନାଁରେ ରହିଛି ଚାମ୍ପିଅନ୍ସ ଟ୍ରଫିରେ ପଞ୍ଚମ ସର୍ବାଧିକ ସ୍କୋର ହାସଲ ରେକର୍ଡ । ଦାଦା ଚାମ୍ପିଅନ୍ସ ଟ୍ରଫିରେ ୧୩ଟି ମ୍ୟାଚ ଖେଳି ୬୬୫ ରନ କରିଛନ୍ତି । ଟୁର୍ଣ୍ଣାମେଣ୍ଟରେ ଦାଦାଙ୍କ ସର୍ବାଧିକ ସ୍କୋର ୧୪୧ ରନ ।