ଓଡିଶା

odisha

ETV Bharat / sports

ଇଂଲଣ୍ଡ ବିପକ୍ଷ ପରାଜୟ ପରେ ବାଂଲାଦେଶ ତଳକୁ ଖସିଲା ଭାରତ - India slipped down below Bangladesh

WTC Points Table: ଇଂଲଣ୍ଡ ଠାରୁ ପ୍ରଥମ ଟେଷ୍ଟ ମ୍ୟାଚ୍‌ ହାରିବା ପରେ ବଡ଼ କ୍ଷତିରେ ପଡ଼ିଛି ଭାରତୀୟ ଦଳ । ଏହି ପରାଜୟ ସହ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ପଏଣ୍ଟ ଟେବୁଲରେ ବାଂଲାଦେଶ ଠାରୁ ବି ତଳକୁ ଖସି ଯାଇଛି ଟିମ୍‌ ଇଣ୍ଡିଆ । ଅଧିକ ପଢ଼ନ୍ତୁ

ବାଂଲାଦେଶ ତଳକୁ ଖସିଲା ଭାରତ
ବାଂଲାଦେଶ ତଳକୁ ଖସିଲା ଭାରତ

By ETV Bharat Odisha Team

Published : Jan 29, 2024, 11:02 PM IST

ହାଇଦ୍ରାବାଦ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ ହାରିବା ପରେ ଭାରତୀୟ ଦଳକୁ ବଡ଼ ଝଟ୍‌କା ଲାଗିଛି । 5 ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳକୁ ବେଶ ଭଲ ଆରମ୍ଭ ମିଳିଥିଲେ ମଧ୍ୟ ଶେଷରେ ହାର ମାନିଥିଲା ଦଳ । ଏହି ମ୍ୟାଚ୍‌ ହାରିବା ପରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ପଏଣ୍ଟ ଟେବୁଲରେ ବାଂଲାଦେଶ ଠାରୁ ବି ତଳକୁ ଖସି ଯାଇଛି ଟିମ୍‌ ଇଣ୍ଡିଆ । ବର୍ତ୍ତମାନ ଡବ୍ଲୁଟିସି ପଏଣ୍ଟ ଟେବୁଲରେ 5ମ ସ୍ଥାନରେ ରହିଛି ଭାରତ ।

ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ । ଜାନୁଆରୀ 25ରୁ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ର 4ର୍ଥ ଦିନରେ ଖେଳ ଶେଷ ହୋଇଥିଲା । 28 ରନରେ ଭ୍ରମଣକାରୀ ଦଳ ଠାରୁ ହାରିଥିଲା ଟିମ୍‌ ଇଣ୍ଡିଆ । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ 246 ରନରେ ସମସ୍ତ ୱିକେଟ ହରାଇଥିଲା । ଜବାବରେ 436 ରନ କରି ପ୍ରଥମ ପାଳିରେ 190ର ଲିଡ୍‌ ନେଇଥିଲା ଭାରତ । ଜବାବରେ ଇଂଲଣ୍ଡ ଏହି ଲିଡ୍‌କୁ ଟ୍ରାଏଲ କରି ଘରୋଇ ଦଳ ଉପରେ 230 ରନର ଲିଡ୍‌ ଲଦିଦେଇଥିଲା । ଯାହାକୁ ଭେଦ କରିବାକୁ ଭାରତୀୟ ବ୍ୟାଟର ଫେଲ ମାରିଥିଲେ । 202 ରନ କରିଥିଲେ ସୁଦ୍ଧା କେବଳ 28 ରନ ପଛରେ ରହି ପ୍ରଥମ ମ୍ୟାଚ୍‌ ହାରିଛି ଭାରତ । ଫଳରେ ଏହି ସିରିଜ୍‌ରେ ଏବେ 0-1ରେ ପଛୁଆ ରହିଛି ଟିମ୍‌ ଇଣ୍ଡିଆ ।

ଏହା ମଧ୍ୟ ପଢ଼ନ୍ତୁ...2ୟ ଟେଷ୍ଟରୁ ବାଦ ପଡ଼ିଲେ ରାହୁଲ-ଜାଡେଜା; ସର୍ଫରାଜଙ୍କୁ ପ୍ରଥମ ଡକରା

ତେବେ ଏହି ପରାଜୟ ସହିତ ଭାରତୀୟ ଦଳକୁ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ (WTC) ପଏଣ୍ଟ ଟେବୁଲରେ ମଧ୍ୟ ବହୁତ କ୍ଷତି ସହିବାକୁ ପଡ଼ିଛି । ଏହି ମ୍ୟାଚ୍‌ ପୂର୍ବରୁ ଭାରତ ଡବ୍ଲୁଟିସି ପଏଣ୍ଟ ଟେବୁଲରେ 2ୟ ସ୍ଥାନରେ ରହିଥିଲା । ହେଲେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ ହାରିବା ପରେ ଦଳ ପଏଣ୍ଟ ଟେବୁଲରେ 5ମ ସ୍ଥାନକୁ ଖସି ଯାଇଛି । ଏହି ପଏଣ୍ଟ ଟେବୁଲରେ ଭାରତୀୟ ଦଳ 5 ମ୍ୟାଚ୍‌ ଖେଳି 2ଟି ବିଜୟ, 2 ପରାଜୟ ଓ ଗୋଟିଏ ଡ୍ର ସହିତ ଏବେ 5ମ ସ୍ଥାନରେ ରହିଛି । ବର୍ତ୍ତମାନ ସ୍ଥିତିରେ ଭାରତୀୟ ଦଳର ପଏଣ୍ଟ 43.33 ରହିଛି । ଅନ୍ୟପଟେ ବାଂଲାଦେଶ ମଧ୍ୟ ଏବେ ଭାରତ ଠାରୁ ଉପରକୁ ଚାଲିଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details