ହାଇଦ୍ରାବାଦ: ଘରକୁ ଆସୁଛି କପ । ଝୁମିବ ଦେଶ । ଝୁମିବେ କ୍ରିକେଟ ପ୍ରେମୀ । ଟିମ୍ ଇଣ୍ଡିଆ ଟି-20 ବିଶ୍ବକପ ଚମ୍ପିଆନ ହେବା ପରେ କ୍ରିକେଟ ଫ୍ୟାନ୍ସଙ୍କ ଖୁସିରେ ଲାଗିବ ଚାର ଚାନ୍ଦ । ମୁମ୍ବାଇରେ ହେବ ରୋହିତ ବ୍ରିଗେଡଙ୍କ ଭିକ୍ଟ୍ରି ପରେଡ । 17 ବର୍ଷ ପରେ ଭିକ୍ଟ୍ରି ସେଲିବ୍ରେସନରେ ପଡିବ ଉଠିବ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ । ଖୋଲା ବସରେ ହବ ନଗର ପରିଭ୍ରମଣ । ନଗର ପରିକ୍ରମା ସମୟରେ କ୍ରିକେଟରଙ୍କ ସହିତ ସେଲଫି ଏବଂ ଫଟୋ ପୋଜ୍ କରିପାରିବେ ପ୍ରଶଂସକ ।
ଗୁରୁବାର ନୂଆଦିଲ୍ଲୀରେ ପହଞ୍ଚିବା ପରେ ଟି-20 ବିଶ୍ବବିଜୟୀ ଭାରତୀୟ ଟିମର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ଟିମ୍ ସଦସ୍ୟ ମୁମ୍ବାଇରେ ଖୋଲା ବସରେ ଭିକ୍ଟି ସେଲିବ୍ରେସନରେ ସାମିଲ ହେବେ ବୋଲି ମିଡିଆ ରିପୋର୍ଟ ପ୍ରକାଶ ପାଇଛି । ଟିମ୍ ବିଶ୍ବକପରେ ଚମ୍ପିଆନ ହେବା ପରେ ଭିକ୍ଟ୍ରି ପରେଡ ହୋଇଥାଏ । ଯେଉଁଥିଲେ ଫ୍ୟାନ୍ସଙ୍କ ସହିତ ସେଲିବ୍ରେସନ କରିଥାନ୍ତି ଟିମର କ୍ରିକେଟର ।
17 ବର୍ଷ ତଳେ ଭାରତ ଯେତେବେଳେ 2007ରେ ପାକିସ୍ତାନକୁ ମାତ ଦେଇ ଟି-20 ବିଶ୍ବ ଚମ୍ପିଆନ ହୋଇଥିଲା, ସେତେବେଳେ ଧୋନୀ ବାହିନୀ ମୁମ୍ବାଇରେ ସିଟି ଟୁର କରିଥିଲେ । ଖୋଲା ବସରେ ଫ୍ୟାନ୍ସଙ୍କ ସହିତ ଝୁମିଥିଲେ ଟିମର ସଦସ୍ୟ । 2007ରେ ଫାଇନାଲ ମ୍ୟାଚରେ ଭାରତ 5 ରନରେ ପାକିସ୍ତାନକୁ ପରାସ୍ତ କରିଥିଲା । ଯୋଗିନ୍ଦର ଶର୍ମାଙ୍କ ବଲରେ ସ୍କୁପ୍ ସର୍ଟ ଖେଳିବାକୁ ଯାଇ ଶ୍ରୀସନ୍ଥ ହାତରେ କ୍ୟାଚ ହୋଇଥିଲେ ପାକିସ୍ତାନ କ୍ରିକେଟର ମିସବା ଉଲ୍ ହକ୍ ।