ଓଡିଶା

odisha

ଟି20 ବିଶ୍ବକପ: ବିଜେତା ଦଳ ଉପରେ ଟଙ୍କା ବର୍ଷା, କୋଟିପତି ହେଲେ ଏହି ଖେଳାଳି ? - T20 World Cup prize money

By ETV Bharat Odisha Team

Published : Jun 30, 2024, 9:55 AM IST

T20 World Cup Prize Money: ବିଶ୍ବ ବିଜେତା ହେବା ପରେ କେତେ ଟଙ୍କା ମିଳିଲା ଭାରତୀୟ ଦଳକୁ । ଜାଣନ୍ତୁ ପାଇଁ ପଢନ୍ତୁ ଏହି ଖବର । ଅଧିକ ପଢନ୍ତୁ

T20 World Cup  Prize Money
T20 World Cup Prize Money (@BCCI)

ହାଇଦ୍ରାବାଦ:28 ଦିନର ଯାତ୍ରା ପରେ ଶେଷ ହୋଇଛି ଆଇସିସି ଟି20 ବିଶ୍ବକପ । ଫାଇନାଲ ମ୍ୟାଚରେ ଟିମ ଇଣ୍ଡିଆ ରୋମାଞ୍ଚକର ବିଜୟ ସହ ବିଶ୍ବକପ ଟାଇଟଲ ହାତେଇଛି । ଟୁର୍ଣ୍ଣାମେଣ୍ଟରେ ବିଜୟୀ ହେବା ପରେ ଭାରତୀୟ ଦଳ ଉପରେ ଟଙ୍କା ବର୍ଷା ହୋଇଛି । ଚମ୍ପିଆନ ଦଳକୁ 20.42 କୋଟି ଟଙ୍କା ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରାଯାଇଛି । ସେହିପରି ମ୍ୟାଚ ପରାଜିତ ହୋଇଥିଲେ ମଧ୍ୟ ରନର୍ସ ଅଫ ଦକ୍ଷିଣ ଆଫ୍ରିକାକୁ 10.67 କୋଟି ଟଙ୍କା ପୁରସ୍କାର ରାଶି ମିଳିଛି ।

ମୋଟ ପୁରସ୍କାର ରାଶି କେତେ ?

ଟୁର୍ଣ୍ଣାମେଣ୍ଟର ମୋଟ ପୁରସ୍କାର ରାଶି ହେଉଛି 93.80 କୋଟି । ସେଥିମଧ୍ୟରୁ ବିଜୟୀ ଦଳ ଓ ରନର୍ସଅଫ ଦଳକୁ 30 କୋଟି ପ୍ରଦାନ କରାଯାଇଥିବା ବେଳେ ସେମିରେ ପରାଜିତ ଦଳ, ସୁପର 8ରେ ପ୍ରବେଶ କରିଥିବା ଅନ୍ୟ 6ଟି ଦଳ, ନବମରୁ ଦ୍ବାଦଶ ସ୍ଥାନରେ ଥିବା ଦଳ, 13 ତମରୁ 20ତମ ସ୍ଥାନରେ ଥିବା ଦଳକୁ ପୁରସ୍କାର ରାଶି ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ-ଭାବବିହ୍ୱଳ ଖେଳାଳି, ଆତ୍ମହରା ଦେଶବାସୀ... ସବୁଠି ସେଲିବ୍ରେସନ - India celebration after Victory

T20 World Cup Prize Money (ETV Bharat Odisha)

କେଉଁ ଦଳ ପାଇଲା କେତେ ?

ଚମ୍ପିଆନ ଓ ରନର୍ସ ଅଫ ଦଳ ବ୍ୟତୀତ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ବାକି 18ଟି ଦଳ ଉପରେ ମଧ୍ୟ ଟଙ୍କା ବର୍ଷା ହୋଇଛି । ସେମିଫାଇନାଲ ଖେଳିଥିବା ଇଂଲଣ୍ଡ ଓ ଆଫଗାନିସ୍ତାନ ଦଳକୁ 6.56 କୋଟି ଲେଖାଏଁ ପ୍ରଦାନ କରାଯାଇଛି । ସୁପର 8 ଖେଳିଥିବା ଆମେରିକା, ଓ୍ବେଷ୍ଟଇଣ୍ଡିଜ, ଅଷ୍ଟ୍ରେଲିଆ ଓ ବାଂଲାଦେଶକୁ 3.18 କୋଟି ଲେଖାଏଁ ଆଇସିସି ତରଫରୁ ଦିଆଯାଇଛି । ନବମରୁ 12ତମ ସ୍ଥାନରେ ଥିବା ଦଳକୁ 2.6 କୋଟି, 13ରୁ 20 ତମ ସ୍ଥାନରେ ଥିବା ଦଳକୁ 1.87 କୋଟି ଲେଖାଏଁ ପୁରସ୍କାର ରାଶି ମିଳିଛି । ଏହା ବ୍ୟତିତ ପ୍ରତି ମ୍ୟାଚରେ ବିଜୟୀ ଦଳକୁ 26 ଲକ୍ଷ ଲେଖାଏଁ ପ୍ରଦାନ କରାଯାଇଛି ।

ପୂର୍ବ ଅପେକ୍ଷା ଚଳିତ ଟୁର୍ଣ୍ଣାମେଣ୍ଟରେ ପ୍ରାଇଜ ମନି ସବୁଠାରୁ ଅଧିକ:2022 ବିଶ୍ବ ବିଜେତା ଦଳକୁ 13.12 କୋଟି ଦିଆଯାଇଥିଲା । ସେହିପରି 2016 ଓ 21ରେ ସମାନ ରାଶି ରହିଥିଲା । 2012 ଓ 14ରେ 9.2 କୋଟି ଚମ୍ପିଆନ ଦଳକୁ ଦିଆଯାଇଥିଲା । 2009-10ରେ ପୁରସ୍କାର ରାଶି 6.56 କୋଟି ରହିଥିଲା । 2007ରେ ଭାରତ ପ୍ରଥମ ଟି20 ବିଶ୍ବକପ ହାତେଇଥିଲା । ସେହି ସମୟରେ 9.84 କୋଟି ଟଙ୍କା ପୁରସ୍କାର ରାଶି ଦିଆଯାଇଥିଲା ।

ABOUT THE AUTHOR

...view details