ଓଡିଶା

odisha

ETV Bharat / sports

BCCI ପୁରସ୍କାର ରାଶି, 125 କୋଟିରୁ କାହାକୁ ମିଳିବ କେତେ ? କୋହଲି-ରୋହିତ ପାଇବେ ଏତିକି ଟଙ୍କା - T20 World Cup 2024

BCCI Cash Reward: ବିଶ୍ବକପ ଜିତିଲା ଭାରତ। କୋଟିପତି ହେଲେ ଓଡି଼ଆ ପୁଅ ଶିବସୁନ୍ଦର ଦାସ । ବିସିସିଆଇ ଘୋଷଣା କରିଥିବା 125 କୋଟି ପୁରସ୍କାର ରାଶିରୁ କାହାକୁ ମିଳିବ କେତେ ? ପଢନ୍ତୁ ପୁରା ଖବର

By ETV Bharat Odisha Team

Published : Jul 8, 2024, 2:24 PM IST

Updated : Jul 9, 2024, 9:23 AM IST

BCCI Cash Reward
BCCI Cash Reward (ICC)

ନୂଆଦିଲ୍ଲୀ: ଟି 20 ବିଶ୍ବ ବିଜେତା ହେବା ପରେ ଭାରତୀୟ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା ହୋଇଛି । ଏଥି ସହ କୋଟିପତି ହୋଇଛନ୍ତି ଓଡିଆ ପୁଅ ଶିବସୁନ୍ଦର ଦାସ । ସେ ସିନିୟର ଟିମ୍‌ର ଚୟନକର୍ତ୍ତା ସଦସ୍ୟ ରହିଛନ୍ତି । ଟିମ୍‌ ଇଣ୍ଡିଆକୁ ପୁରସ୍କାର ରାଶି ଭାବେ ବିସିସିଆଇ 125 କୋଟା ଟଙ୍କା ପ୍ରଦାନ କରଯାଇଛି । ଏହି ମୋଟା ଅଙ୍କର ପୁରସ୍କାର ରାଶିକୁ ଖେଳାଳି, କୋଚ ଓ ଅନ୍ୟ ଷ୍ଟାଫଙ୍କ ମଧ୍ୟରେ ଭାଗବଣ୍ଟା କରାଯିବ । ତେବେ କେଉଁ ଖେଳାଳିଙ୍କୁ କେତେ ଟଙ୍କା ଦିଆଯିବ ପଢନ୍ତୁ ।

T20 WORLD CUP 2024 (ETV BHARAT ODISHA)

କାହାକୁ ମିଳିବ କେତେ?: ଏକ ରିପୋର୍ଟରୁ ଜଣାପଡିଛି ଯେ, ଭାରତୀୟ ଟିମରେ15 ଜଣିଆ ସ୍କାର୍ଡରେ ଥିବା ଖେଳାଳି ଓ ମୁଖ୍ୟକୋଚ ରାହୁଲ ଦ୍ରାବିଡଙ୍କୁ 5 କୋଟି ଲେଖାଏଁ ପ୍ରଦାନ କରାଯିବ । ସେହିପରି ବ୍ୟାଟିଂ କୋଚ ବିକ୍ରମ ରାଥୋଡ, ବୋଲିଂ କୋଚ ପାରସ ଓ ଫିଲ୍ଡିଂ କୋଚ ଟି ଦିଲ୍ଲୀପଙ୍କୁ ଅଢେଇ କୋଟି ଟଙ୍କା ପ୍ରଦାନ କରାଯିବ । ସେହିପରି ସେହିପରି ଚୟନକର୍ତ୍ତା ଟିମ୍‌ରେ ଥିବା ଅଜିତ ଅଗରକର, ଶିବସୁନ୍ଦର ଦାସ ଓ ଅତିରିକ୍ତ ଖେଳାଳି ସୁବମନ ଗିଲ, ରିଙ୍କୁ ସିଂ, ଅଭେଶ ଖାନ, ଖାଲେଲ ଅହମ୍ମଦ ଏକ କୋଟି ଟଙ୍କା ପାଇବେ । ଅନ୍ୟ ଷ୍ଟାଫଙ୍କୁ 2 କୋଟି ଲେଖାଏଁ ଦିଆଯିବ ।

15 ଜଣିଆ ସ୍କ୍ବାର୍ଡ- 5 କୋଟି ଲେଖାଏଁ

ମୁଖ୍ୟକୋଚ- 5କୋଟି

ଚୟନକର୍ତ୍ତା ସଦସ୍ୟ- 1କୋଟି ଲେଖାଏଁ

ଅତିରିକ୍ତ ଖେଳାଳି-1କୋଟି ଲେଖାଏଁ

ଷ୍ଟାଫ-2କୋଟି ଲେଖାଏଁ

5କୋଟି ପାଇବେ ଏହି ଖେଳାଳି: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଯଶସ୍ବୀ ଜୟସ୍ବାଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍‌ କିପର), ସଞ୍ଜୁ ସାମସନ୍‌ (ୱିକେଟ୍‌ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସିରାଜ

ଏହା ମଧ୍ୟ ପଢନ୍ତୁ-T20 ବିଶ୍ବକପ: ଜନସମୁଦ୍ର ପାଲଟିଲା ମାୟାନଗରୀ,ବିଶ୍ବ ବିଜେତାଙ୍କ ଭବ୍ୟ ଶୋଭାଯାତ୍ରା, 'ଇଣ୍ଡିଆ ଇଣ୍ଡିଆ' ନାରାରେ କମ୍ପିଲା ମୁମ୍ବାଇ - T20 World Cup Glory Celebrations

ଜୁନ୍ 29 ତାରିଖରେ ଟି 20 ବିଶ୍ବକପ ଫାଇନାଲ ମ୍ୟାଚ ଖେଳାୟାଇଥିଲା । ଟିମ୍‌ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି 17 ବର୍ଷ ପରେ ଟି 20 ବିଶ୍ବକପ ଟ୍ରଫି ହାତେଇଥିଲା । ଚମ୍ପିଆନ୍ସ ଟ୍ରଫି ସହ ଆଇସିସି ପକ୍ଷରୁ ବିଜୟୀ ଦଳକୁ 20 କୋଟି ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଏହାପରେ ବିସିସିଆଇ ପକ୍ଷରୁ ଭାରତୀୟ ଖେଳାଳିଙ୍କୁ 125 କୋଟି ଟଙ୍କା ପ୍ରଦାନ ନେଇ ସଚିବ ଜୟ ଶାହ ଘୋଷଣା କରିଥିଲେ । ଟିମ ଇଣ୍ଡିଆ ସ୍ବଦେଶ ଫେରିବା ପରେ ଓ୍ବାଙ୍ଖଡେ ଷ୍ଟାଡିୟମରେ ଚେକ ପ୍ରଦାନ କରାଯାଇଥିଲା । ଏହି 125 କୋଟି ଟଙ୍କାକୁ ଟିମ ଇଣ୍ଡିଆର 15ଜଣିଆ ସ୍କ୍ବାର୍ଡ, କୋଚ, ଅତିରିକ୍ତ ଖେଳାଳି ଓ ଫିଲ୍ଡ ଷ୍ଟାଫଙ୍କୁ ପ୍ରଦାନ କରାଯିବ ।

Last Updated : Jul 9, 2024, 9:23 AM IST

ABOUT THE AUTHOR

...view details