ଓଡିଶା

odisha

ଅଷ୍ଟ୍ରେଲିଆ ବୋଲରଙ୍କୁ ଧୋଇଲେ ରୋହିତ, ସେମିରେ ଇଂଲଣ୍ଡ-ଭାରତ ମୁକାବିଲା - T20 World Cup 2024

By ETV Bharat Odisha Team

Published : Jun 25, 2024, 8:02 AM IST

India qualified for semi final: ଅଷ୍ଟ୍ରେଲିଆଠୁ ବିଶ୍ବକପର ପ୍ରତିଶୋଧ ଟି-20 ବିଶ୍ବକପରେ ନେଲା ଭାରତ । ସୁପର 8 ଅନ୍ତିମ ମୁକାବିଲାରେ କଙ୍ଗାରୁ ଦଳକୁ ସେମିରେ ଏଣ୍ଟ୍ରି କରିବାକୁ ଦେଲା ନାହିଁ ରୋହିତ ବାହିନୀ । ଅଷ୍ଟ୍ରେଲିଆକୁ 24 ରନରେ ହରାଇ ସେମିରେ ଭାରତ । ଅଧିକ ପଢନ୍ତୁ

T20 WORLD CUP 2024
T20 WORLD CUP 2024 (BCCI)

ଗ୍ରସ୍‌ ଆଇଲେଟ୍‌ (ସେଣ୍ଟ ଲୁସିଆ): T-20 ବିଶ୍ବକପ ସେମିଫାଇନାଲରେ ଭାରତ । କଙ୍ଗାରୁ ବୋଲରଙ୍କୁ ଧୋଇଲେ ରୋହିତ । ଷ୍ଟାଡିୟମରେ ହେଲା ଛକା ଚୌକାର ବର୍ଷା । ହିଟ ମ୍ୟାନଙ୍କ ସଟରେ କମ୍ପିଲା ଷ୍ଟାଡିୟମ । ବିଶ୍ବକପର ପ୍ରତିଶୋଧ ନେଲା ଟିମ ଇଣ୍ଡିଆ । ଡାରେନ ସାମ୍ମି କ୍ରିକେଟ୍‌ ଷ୍ଟାଡିୟମରେ ଉଡିଲା ତ୍ରିରଙ୍ଗା । ସୁପର-8 ଅନ୍ତିମ ମ୍ୟାଚରେ ଅଷ୍ଟ୍ରେଲିଆକୁ24 ରନରେ ହରାଇ ସେମିକୁ ପ୍ରବେଶ କରିଛି ରୋହିତ ବାହିନୀ । ବିଫଳ ଗଲା ଟ୍ରାଭିସ ହେଡଙ୍କ ଧୂଆଁଧାର ଅର୍ଦ୍ଧଶତକ । କଙ୍ଗାରୁ ଦଳର ଅଧା ରହିଗଲା ଟି-20 ବିଶ୍ବକପ ହାତେଇବାର ସ୍ବପ୍ନ । ଅର୍ଶଦୀପ ଓ କୁଳଦୀପଙ୍କ ଘାତକ ବୋଲିଂରେ ଚିତପଟାଙ୍ଗ ଅଷ୍ଟ୍ରେଲିଆ ବ୍ୟାଟର ।

T20 WORLD CUP 2024 (AP)

ସେମିରେ ଇଂଲଣ୍ଡ-ଭାରତ ମୁକାବିଲା

ଆସନ୍ତା 27 ତାରିଖରେ ଟୁର୍ଣ୍ଣାମେଣ୍ଟରେ ସେମିଫାଇନାଲ ମୁକିବିଲା ରହିଛି । ଗ୍ରୁପ-2ର ଇଂଲଣ୍ଡକୁ ଭେଟିବ ଗ୍ରୁପ -1ର ଭାରତ । ଏହି ମ୍ୟାଚରେ ଯିଏ ବିଜୟୀ ହେବ ସେ ସିଧା ଫାଇନାଲରେ ପହଞ୍ଚିବ । ଫାଇନାଲ ପାଇଁ ହେବ ଜୋରଦାର ଫାଇଟ ।

T20 WORLD CUP 2024 (BCCI)

କଙ୍ଗାରୁ ଟିମକୁ ଭାରି ପଡିଲା ଭାରତକୁ ବ୍ୟାଟିଂ ଆମନ୍ତ୍ରଣ

ଉତ୍ତର ଆମେରିକା ସେଣ୍ଟ ଲୁସିଆର ଗ୍ରସ୍‌ ଆଇଲେଟ୍‌ସ୍ଥିତ ଡାରେନ ସାମ୍ମି କ୍ରିକେଟ୍‌ ଷ୍ଟାଡିୟମରେ ଗତକାଲି ଟି20 ବିଶ୍ବକପ୍‌ର 51 ତମ ମ୍ୟାଚ୍‌ ଖେଳାଯାଇଥିଲା । ଗ୍ରୁପ୍‌-1ର ସୁପର 8 ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ଅଷ୍ଟ୍ରେଲିଆ । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା କଙ୍ଗାରୁ ଟିମ ଓ ଭାରତ ଦଳକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଯାହା ପର ମୁହୂର୍ତ୍ତରେ ଦଳକୁ ଭାରି ପଡିଥିଲା । ଭାରତ 20 ଓଭରରେ 5 ୱିକେଟ୍‌ ହରାଇ 205 ରନ କରିଥିଲା । ଜବାବରେ 20 ଓଭରରେ 7 ଓ୍ବିକେଟ ହରାଇ 181 ରନ କରି ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଲା ଅଷ୍ଟ୍ରେଲିଆ ।

ଏହା ମଧ୍ୟ ପଢନ୍ତୁ-ପ୍ରତିଶୋଧ ମୁଖା ଭାରତ; ଅଷ୍ଟ୍ରେଲିଆ ଆଗରେ ୨୦୬ ଟାର୍ଗେଟ୍‌ ରଖିଲା ରୋହିତ ବାହିନୀ - T20 World Cup 2024

ବିଶ୍ବକପର ପ୍ରତିଶୋଧ ଟି-20 ବିଶ୍ବକପରେ:ଭାରତ ମାଟିରେ ଛିଡା ହୋଇ 2023 ବିଶ୍ବକପ ଟ୍ରଫି ରୋହିତ ବାହିନୀଠାରୁ ଛଡାଇ ନେଇଥିଲା କଙ୍ଗାରୁ ଦଳ । ଫଳରେ କୋଟି କୋଟି ଭାରତୀୟଙ୍କ ସ୍ବପ୍ନ ଭାଙ୍ଗିଥିଲା । ଏହାର ପ୍ରତିଶୋଧର ସମୟ ଟି 20 ବିଶ୍ବକପରେ ଦେଖିବାକୁ ମିଳିଛି । ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି ସୁପର 8 ଅନ୍ତିମ ମ୍ୟାଚରେ ସେମିଫାଇନାଲରୁ ଅଷ୍ଟ୍ରେଲିଆକୁ ବିଦା କରିଛି ଭାରତ । ପ୍ରତିଶୋଧ ଏମିତି ହିଁ ନିଆଯାଏ ବୋଲି ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ।

ଅଷ୍ଟ୍ରେଲିଆ ବୋଲରଙ୍କୁ ଧୋଇଲେ ରୋହିତ

ପ୍ରଥମେ ଓପନି ଯୋଡି ଭାବେ ବ୍ୟାଟିଂ କରିବାକୁ ଆସିଥିଲେ ରୋହିତ ଓ କୋହଲି । କୋହଲି ଖାତା ଖୋଲିବା ପୂର୍ବରୁ ପାଭିଲିୟନକୁ ଫେରିଥିବା ବେଳେ ରୋହିତଙ୍କୁ ଅଟକାଇବା କଙ୍ଗାରୁ ବୋଲରଙ୍କ ପାଖରେ ସହଜ ହୋଇନଥିଲେ । ଫର୍ମକୁ ଫେରି ଧୂଆଁଧାର ବ୍ୟାଟିଂ କରିଥିଲେ ହିଟ ମ୍ୟାନ । ବଡ ବଡ ସଟ ଖେଳି ଷ୍ଟାଡିୟମରେ କରିଥିଲେ ଛକା ଚୌକାର ବର୍ଷା । ହିଟମ୍ୟାନଙ୍କ ସଟରେ ଘାଇଲା ହୋଇଥିଲେ ବିପକ୍ଷ ଦଳର ଘାତକ ବୋଲର । ରୋହିତଙ୍କ ଆଗରେ କାମ ଦେଇନଥଲା କଙ୍ଗାରୁ ରଣନୀତି । 41ତମ ବଲରେ ମିଚେଲ୍‌ ଷ୍ଟାର୍କଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ । ସେ 40 ବଲରୁ 7 ଚୌକା ଓ 8 ଛକା ସହିତ 92 ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପନ୍ତ 15, ସୂର୍ଯ୍ୟକୁମାର 31, ଶିବମ ଦୁବେ 28, ଜାଡେଜା ଅପରାଜିତ 9 ରନ, ପାଣ୍ଡ୍ୟା ଅପରାଜିତ 27 ରନ କରି ଦଳୀୟ ସ୍କୋରକୁ 200 ପାର କରାଇଥିଲେ । ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍‌ ହରାଇ 205 ରନ କରିଥିଲା ଭାରତ ।

କଙ୍ଗାରୁ ଦଳର ଅଙ୍କ ବିଗାଡିଲେ ଭାରତୀୟ ବୋଲର

206 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା କଙ୍ଗାରୁ ଦଳ । କିନ୍ତୁ ବିଜୟ ଲକ୍ଷ୍ୟର ନିକଟତର ହେବାକୁବି ଦେଇଥିଲେ ଭାରତୀୟ ବୋଲର । ଆରମ୍ଭରୁ ଲାଗୁଥିବା ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଚାଲିଯିବ । କିନ୍ତୁ ଘାତକ ବୋଲିଂ କରି ଅଷ୍ଟ୍ରେଲିଆ ବୋଲରଙ୍କ ଅଙ୍କ ବିଗାଡିଦେଇଥିଲେ ଭାରତୀୟ ବୋଲର । ଅର୍ଶଦୀପ 3ଟି, କୁଳଦୀପ 2 ଓ ଅକ୍ସର ପଟେଲ ଗୋଟିଏ ଓ୍ବିକେଟ ନେଇଥିଲେ । ଟ୍ରାଭିସ ହେଡ 76 ରନ କରିଥିବା ବେଳେ ମିଚେଲ ମାର୍ଶ 37 ଓ ମାକ୍ସଓ୍ବେଲ 20 ରନ କରିଥିଲେ ।

ABOUT THE AUTHOR

...view details