ଓଡିଶା

odisha

ETV Bharat / sports

ମହାମୁକାବିଲା; ଟସ୍‌ ଜିତିଲା ପାକିସ୍ତାନ, ଆଗେ ବ୍ୟାଟିଂ କରିବ ଭାରତ - T20 World Cup 2024 - T20 WORLD CUP 2024

T20 WORLD CUP 2024 IND vs PAK: ଟସ୍‌ ଜିତିଲା ପାକିସ୍ତାନ । ପ୍ରଥମେ ବ୍ୟାଟିଂ ପାଇଁ ଭାରତକୁ ଆମନ୍ତ୍ରଣ କଲେ ପାକିସ୍ତାନ ଅଧିନାୟକ ବାବର ଆଜମ । ଅଧିକ ପଢ଼ନ୍ତୁ

T20 WORLD CUP 2024 IND vs PAK
T20 WORLD CUP 2024 IND vs PAK (ICC)

By ETV Bharat Odisha Team

Published : Jun 9, 2024, 8:17 PM IST

Updated : Jun 9, 2024, 8:29 PM IST

ନ୍ୟୁୟର୍କ: ଟି୨୦ ବିଶ୍ବକପ୍‌ ମହାମୁକାବିଲାରେ ଟସ୍‌ ଜିତିଲା ପାକିସ୍ତାନ । ବର୍ଷା ବ୍ୟାଘାତ ସତ୍ତ୍ବେ ୩୦ ମିନିଟ୍‌ ବିଳମ୍ବରେ ଟସ୍‌ ପଡ଼ିଛି । ତେବେ ପାକିସ୍ତାନ ଅଧିନାୟକ ବାବର ଆଜମ ଟସ୍‌ ଜିତିଥିବାବେଳେ ପ୍ରଥମେ ବ୍ୟାଟିଂ ପାଇଁ ଭାରତକୁ ଆହ୍ବାନ କରିଛନ୍ତି । ଏହି ମହାମୁକାବିଲାରେ ରୋହିତ ବାହିନୀ ପ୍ରଥମେ ବ୍ୟାଟିଂ କରିବ । ଅଧିନାୟକ ରୋହିତ ଶର୍ମାଙ୍କ ସହିତ ପାଳି ଆରମ୍ଭ କରିବେ ଭେଟେରାନ ବିରାଟ କୋହଲି । ଋଷଭ ପନ୍ତ ୱିକେଟ ରକ୍ଷଣ କରିବେ । ସେହିଭଳି ସ୍ପିନ ବିଭାଗ ରବିନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କ କାନ୍ଧରେ ରହିଛି । ପ୍ରଥମ ମ୍ୟାଚ୍‌ ଆୟରଲାଣ୍ଡ ବିପକ୍ଷରେ ଜିତି ଭାରତର ମନୋବଳ ଦୃଢ଼ ରହିଛି । ସେପଟେ ପାକିସ୍ତାନ ୟୁଏସ୍‌ ଠାରୁ ସୁପରଓଭରରେ ହାରିବା ଦଳକୁ ବ୍ୟାକ୍‌ଫୁଟ୍‌ରେ ରଖିଛି । ଆଜିର ମ୍ୟାଚ୍‌ କିନ୍ତୁ ଉଭୟ ଦଳ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ।

ଆଜି ଟି୨୦ ବିଶ୍ବକପ୍‌ର ଏକ ବହୁ ପ୍ରତିକ୍ଷିତ ମ୍ୟାଚ୍‌ରେ ମୈଦାନକୁ ଓହ୍ଲାଇଛନ୍ତି ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ । ଆଜିର ମ୍ୟାଚ୍‌ ଆମେରିକା ନ୍ୟୁୟର୍କ ସ୍ଥିତ ନାସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି । ପ୍ରଥମ ଥର ପାଇଁ ଆମେରିକାରେ କୌଣସି ବିଶ୍ବକପ୍‌ ଆୟୋଜିତ ହେଉଥିବାବେଳେ ଏହି ହାଇପ୍ରୋଫାଇଲ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମରେ ଖଚାଖଚ୍‌ ଭିଡ଼ ଜମିଛି । ହେଲେ ଟସ୍‌ ପଡ଼ିବା ପୂର୍ବରୁ ସେଠାରେ ହାଲୁକା ବର୍ଷା ଦେଖିବାକୁ ମିଳିଥିଲା । ଏଥିପାଇଁ ଟସ୍‌ରେ ମଧ୍ୟ ସାମାନ୍ୟ ବିଳମ୍ବ ହୋଇଥିଲା । ତେବେ ୭:୩୦ ପରିବର୍ତ୍ତେ ୩୦ ମିନିଟ ବିଳମ୍ବରେ ୮ଟାରେ ପଡ଼ିଥିଲା ଟସ୍‌ । ସେହି କ୍ରମରେ ୮ଟା ପରିବର୍ତ୍ତେ ୮:୩୦ରେ ମ୍ୟାଚ୍‌ ଆରମ୍ଭ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ବର୍ଷା ଯୋଗୁଁ ଟସ୍‌ରେ ବିଳମ୍ବ, ଚିନ୍ତାରେ ପ୍ରଶଂସକ

ନଜର ପକାନ୍ତୁ କିପରି ରହିଛି ଦୁଇ ଦଳର ଚୂଡ଼ାନ୍ତ ଏକାଦଶ:-

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଋଷଭ ପନ୍ତ (ୱିକେଟ୍‌ କିପର), ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ ଅଧିନାୟକ), ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ

ପାକିସ୍ତାନ ଦଳ: ମହମ୍ମଦ ରିଜୱାନ (ୱିକେଟ୍‌ କିପର), ବାବର ଆଜମ (ଅଧିନାୟକ), ଉସମାନ ଖାନ, ଫଖର ଜମାନ, ଶଦାବ ଖାନ, ଇଫତିଖାର ଅହମ୍ମଦ, ଇମାଦ ୱାସିମ, ଶାହୀନ ଆଫ୍ରିଦି, ହରିଶ ରୌଫ, ନସିମ ଶାହ, ମହମ୍ମଦ ଅମିର

Last Updated : Jun 9, 2024, 8:29 PM IST

ABOUT THE AUTHOR

...view details