ଓଡିଶା

odisha

ETV Bharat / sports

'ଗମ୍ଭୀରଙ୍କ ପାଦ ଚାଟିବା ଉଚିତ ନୁହେଁ'; କାହିଁକି ରାଗିଗଲେ ପୂର୍ବତନ କ୍ରିକେଟର ?

Sunil Gavaskar on Gautam Gambhir : ହଠାତ ଗମ୍ଭୀରଙ୍କ ଉପରେ କାହିଁକି ରାଗିଗଲେ ସୁନୀଲ ଗାଭାସ୍କର ? କହିଲେ ତାଙ୍କ ପାଦ ଚାଟିବା ଠିକ ନୁହେଁ । ଅଧିକ ପଢ଼ନ୍ତୁ

By ETV Bharat Sports Team

Published : 4 hours ago

Rohit Sharma and Gautam Gambhir
Rohit Sharma and Gautam Gambhir (IANS)

ହାଇଦ୍ରାବାଦ : ଗୌତମ ଗମ୍ଭୀର ଭାରତୀୟ ଭାରତୀୟ ଦଳର ମୁଖ୍ୟ କୋଚ ହେବା ପରଠାରୁ ଭାରତୀୟ ଦଳ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଛି । ବିଶେଷ କରି ବାଂଲାଦେଶ ବିପକ୍ଷରେ କାନପୁରରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତର ପ୍ରଦର୍ଶନ ଉଚ୍ଚକୋଟୀର ଥିଲା । ମ୍ୟାଚ୍‌ର 3 ଦିନ ବର୍ଷା ଦ୍ବାରା ପ୍ରଭାବିତ ହେବା ପରେ ଶେଷ ଦୁଇ ଦିନରେ ସମ୍ପୂର୍ଣ୍ଣ ଖେଳ ଅନୁଷ୍ଠିତ ହୋଇଥିଲା । ତେବେ ଟେଷ୍ଟ ମ୍ୟାଚ୍‌ରେ ଟି20 ଆପ୍ରୋଚ୍‌ରେ ଖେଳି ମ୍ୟାଚ୍‌ ଜିତିଥିଲା ଭାରତ । ଭାରତୀୟ ଦଳର ଏହି ଆକ୍ରାମକ ମାନସିକତା ପାଇଁ ଅନେକ ଦଳର ନବନିଯୁକ୍ତ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ କୋଚିଂ ଓ ତାଙ୍କ ଚିନ୍ତାଧାରକୁ ପ୍ରଶଂସା କରିଥିଲେ । କିନ୍ତୁ ପୂର୍ବତନ ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏହାକୁ ଭର୍ତ୍ସନା କରିଛନ୍ତି ।

ଲିଟିଲ-ମାଷ୍ଟର ଭାବେ ବିଶ୍ବ କ୍ରିକେଟରେ ପରିଚିତ ସୁନୀଲ ଗାଭାସ୍କର ଏକ ସ୍ତମ୍ଭ ଲେଖିଛନ୍ତି । ଏଥିରେ ସେ ଲେଖିଛନ୍ତି, 'ଭାରତୀୟ କ୍ରିକେଟ ଦଳର ଆକ୍ରମଣାତ୍ମକ ଚିନ୍ତାଧାରା ପାଇଁ ଅଧିନାୟକ ରୋହିତ ଶର୍ମାଙ୍କୁ ଶ୍ରେୟ ଦିଆଯିବା ଉଚିତ, ଗମ୍ଭୀରଙ୍କୁ ନୁହେଁ । ଅଯଥା ତାଙ୍କ ପାଦ ଚାଟିବା ଆବଶ୍ୟକ ନାହିଁ । ଗମ୍ଭୀର କେବଳ ଦୁଇମାସ ହେବ କୋଚ ଦାୟିତ୍ବ ଗ୍ରହଣ କରିଛନ୍ତି । ସେ ନିଜେ କେବେ ମ୍ୟାକୁଲମଙ୍କ ଷ୍ଟାଇଲରେ ଦ୍ରୁତଗତିରେ ବ୍ୟାଟିଂ କରିନାହାନ୍ତି । ରୋହିତ କିନ୍ତୁ ନିଶ୍ଚିତ ଭାବେ ଜଣେ ବିସ୍ଫୋରକ ବ୍ୟାଟର । ସେ ନିଜ ପାଇଁ ନୁହେଁ, ବରଂ ଦଳ ପାଇଁ ବ୍ୟାଟିଂ କରନ୍ତି । କାନପୁର ଟେଷ୍ଟରେ ରୋହିତ ହିଁ ଆରମ୍ଭରୁ ବାଂଲାଦେଶ ବୋଲରଙ୍କୁ ଆଟାକ୍‌ କରିଥିଲେ । ଏହାପରେ ଦଳର ସମସ୍ତ ବ୍ୟାଟର ଏହାକୁ ଅନୁସରଣ କରି ଆକ୍ରମଣାତ୍ମକ ଢଙ୍ଗରେ ଖେଳିଥିଲେ ।

ଗାଭାସ୍କର ଆହୁରି ମଧ୍ୟ ଲେଖିଛନ୍ତି ଯେ କାନପୁରରେ ବାଂଲାଦେଶ ବିପକ୍ଷ ବିଜୟ ପରେ ଟିମ୍‌ ଇଣ୍ଡିଆ WTC ଫାଇନାଲରେ ପହଞ୍ଚିବା ପାଇଁ ଆବଶ୍ୟକ ପଏଣ୍ଟ ପାଇଛି । ଏହି ମ୍ୟାଚ୍‌ର ଗୁରୁତ୍ବ ବି ଦଳ ଜାଣିଥିଲା ଓ ସେହି ଅନୁସାରେ ଖେଳିଲା । ଏହା ହୋଇନଥିଲେ ରୋହିତ ନିଜ ରେକର୍ଡ ପାଇଁ ଖେଳିଥାନ୍ତେ ।"

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details