ହାଇଦ୍ରାବାଦ: ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚ ହାରିବା ପରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପରେ ପହଞ୍ଚିବା ଭାରତ ପାଇଁ ସ୍ବପ୍ନ ହୋଇଛି । ଆଶା କ୍ଷିଣ ହୋଇଥିଲେ ମଧ୍ୟ ଏବେବି ସାମାନ୍ୟ ସୁଯୋଗ ରହିଛି । ଦକ୍ଷିଣ ଆଫ୍ରିକା ଡବ୍ଲୁଟିସି ଫାଇନାଲରେ ପହଞ୍ଚି ସାରିଥିବା ବେଳେ ଦ୍ବିତୀୟ ସ୍ଥାନ ପାଇଁ ଏବେ ଅଷ୍ଟ୍ରେଲିଆ, ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଲଢେଇ ହେବ । ଭାରତ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚ ହାରିବା ପରେ ଡବ୍ଲୁଟିସି ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ଭାରତ ଆଉ ମାତ୍ର ଗୋଟିଏ ଟେଷ୍ଟ ମ୍ୟାଚ ଖେଳିବାକୁ ଥିବା ବେଳେ ଅଷ୍ଟ୍ରେଲିଆ 3ଟି ଖେଳିବେ ।
ଡବ୍ଲୁଟିସି ପଏଣ୍ଟ ଟେବୁଲ:
ଟPriceless #WTC25 points as Australia take a 2-1 lead over India with a tremendous win in Melbourne 👊#AUSvIND 📝: https://t.co/V3bDj8LroF pic.twitter.com/UuRprdPw6a
— ICC (@ICC) December 30, 2024
ବକ୍ସିଂ ଡେ ଟେଷ୍ଟରେ ପରାଜୟ ପରେ ଭାରତ WTC ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ଥିବାବେଳେ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ରହିଛି । ଭାରତ 52.78 ପ୍ରତିଶତକୁ ଖସି ଆସିଥିବା ବେଳେ ଅଷ୍ଟ୍ରେଲିଆ 61.46 ପ୍ରତିଶତ ରହିଛି । ପ୍ରଥମ ଟେଷ୍ଟରେ ପାକିସ୍ତାନକୁ ପରାସ୍ତ କରିବା ପରେ ଦକ୍ଷିଣ ଆଫ୍ରିକା 66.67 ପଏଣ୍ଟ ସହ WTC ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି।
ଏବେବି WTC ଫାଇନାଲରେ ଭାରତ ପହଞ୍ଚିବାର ସମ୍ଭାବନା ରହିଛି:
Australia make another push for a #WTC25 Final ticket with a victory in Melbourne 👏
— ICC (@ICC) December 30, 2024
State of Play after #AUSvIND ➡ https://t.co/01EI6VN2mj pic.twitter.com/6UdReBacGL
ଭାରତ ଏବେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ପହଞ୍ଚିବାର ସୁଯୋଗ ବହୁତ କମ ରହିଛି । ଯଦି ସିଡନୀ ଟେଷ୍ଟରେ ଭାରତ ବିଜୟୀ ହୁଏ ତେବେ WTC ଫାଇନାଲରେ ପହଞ୍ଚିବା ରେସରେ ରହିବ । ଏଥିସହ ଆସନ୍ତା ମାସରେ ହେବାକୁ ଥିବା ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ମଧ୍ୟରେ 2ଟିକିଆ ଟେଷ୍ଟ ସିରିଜ ଉପରେ ନିର୍ଭର କରୁଛି । ମୋଟ ଉପରେ ଅଷ୍ଟ୍ରେଲିଆ 3ଟି ଟେଷ୍ଟ ମ୍ୟାଚ ଖେଳିବ ଓ ଶ୍ରୀଲଙ୍କା 2ଟି ଖେଳିବ । ଯଦି ଅଷ୍ଟ୍ରେଲିଆ ଗୋଟିଏ ବି ମ୍ୟାଚ ଜିତିଯାଏ ତେବେ WTC ଫାଇନାଲରେ ପହଞ୍ଚିବା ସୁନିଶ୍ଚିନ୍ତ । ସେହିପରି ଯଦି ଶ୍ରୀଲଙ୍କା ଟେଷ୍ଟ ସିରିଜକୁ 1-0ରେ ଜିତିନିଏ ତେବେ ଭାରତ ଫାଇନାଲକୁ ପ୍ରବେଶ କରିବ । ଭାରତକୁ ଏବେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ଟେଷ୍ଟ ମ୍ୟାଚର ଫଳାଫଳ ହିଁ ଭରସା ।