ଓଡିଶା

odisha

ETV Bharat / sports

ଟେଷ୍ଟ କ୍ରିକେଟକୁ ଅଲବିଦା କହିଲେ ଷ୍ଟାର ବାଂଲାଦେଶ ଅଲରାଉଣ୍ଡର, କହିଲେ ସରକାର ଚାହିଁଲେ ଖେଳିବି...! - Shakib Al Hasan Test retirement - SHAKIB AL HASAN TEST RETIREMENT

Bangladesh’s star all-rounder to bid farewell to Test cricket: ଷ୍ଟାର ଅଲରାଉଣ୍ଡରଙ୍କ କ୍ରିକେଟର ସବୁଠୁ ଲମ୍ବା ଫର୍ମାଟରୁ ଅବସର ଘୋଷଣା । ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପରେ ଟେଷ୍ଟ କ୍ରିକେଟକୁ ଅଲବିଦା କହିବେ ବାଂଲାଦେଶର ଭେଟେରାନ କ୍ରିକେଟର ଶାକିବ ଅଲ ହାସନ । ଅଧିକ ପଢନ୍ତୁ

Bangladesh's Shakib Al Hasan (3R) celebrates with teammates
Bangladesh's Shakib Al Hasan (3R) celebrates with teammates ((AFP))

By ETV Bharat Sports Team

Published : Sep 26, 2024, 7:22 PM IST

କାନପୁର:ଟେଷ୍ଟ କ୍ରିକେଟକୁ ବାଏ ବାଏ କଲେ ଷ୍ଟାର ବାଂଲାଦେଶ ଅଲରାଉଣ୍ଡର । କାନପୁର ଟେଷ୍ଟ ପୂର୍ବରୁ ବଡ ଘୋଷଣା କଲେ ଶାକିବ ଅଲ ହାସନ । ଭାରତ ବିରୋଧରେ ଆସନ୍ତାକାଲି (27 ସେପ୍ଟେମ୍ବର)ରେ ଦ୍ବିତୀୟ ଟେଷ୍ଟ ମ୍ୟାଚ ଖେଳିବ ବାଂଲାଦେଶ । ତେବେ ଆଗମୀ ଦିନରେ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ଶାକିବଙ୍କର ହେବ ଶେଷ ଟେଷ୍ଟ ମ୍ୟାଚ । ବାଂଲାଦେଶର ସର୍ବାଧିକ ଅଭିଜ୍ଞତା ସମ୍ପନ୍ନ କ୍ରିକେଟର ଶାକବ ଆଜି (26 ସେପ୍ଟେମ୍ବର) କ୍ରିକେଟର ସବୁଠୁ ଲମ୍ବା ଫର୍ମାଟରୁ ଅବସର ନେଇ ଘୋଷଣା କରିଛନ୍ତି ।

କାନପୁର ଟେଷ୍ଟ ପୂର୍ବରୁ ପ୍ରି-ମ୍ୟାଚ୍ ପ୍ରେସ୍ କନଫରେନ୍ସରେ ଶାକିବ ଏହି ଘୋଷଣା କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ପିଚରେ ଅକ୍ଟୋବର ମାସ ମଧ୍ୟଭାଗରେ ଟେଷ୍ଟ ସିରିଜ ଖେଳିବ ବାଂଲାଦେଶ । ଏହି ଟେଷ୍ଟ ସିରିଜ ଶାକିବଙ୍କର ହେବ ଶେଷ ଟେଷ୍ଟ ସିରିଜ ।

"ମିରପୁରରେ ଶେଷ ଟେଷ୍ଟ ମ୍ୟାଚ ଖେଳିବା ପାଇଁ ମୁଁ ମୋର ଇଚ୍ଛା ଜାହିର କରିସାରିଛି । ତେବେ ଯଦି ଏପରି ନହୁଏ, ଭାରତ ବିରୋଧରେ ଦ୍ବିତୀୟ ଟେଷ୍ଟ ହିଁ ମୋ କ୍ୟାରିଅରର ଶେଷ ମ୍ୟାଚ ହେବ," ବୋଲି ପ୍ରି-ମ୍ୟାଚ ପ୍ରେସ୍ କନଫରେନ୍ସରେ କହିଛନ୍ତି ଶାକିବ । ଏହି ରିପୋର୍ଟ ପିଟିଆଇରେ ପ୍ରକାଶ ପାଇଛି ।

2007ରେ ଟେଷ୍ଟ କ୍ୟାରିଅର ଆରମ୍ଭ କରିଥିଲେ ଶାକିବ ଅଲ ହାସନ । ଶାକିବ ବାଂଲାଦେଶ ପାଇଁ ଟେଷ୍ଟ ଖେଳି 4500 ରନ ସ୍କୋର କରିବା ସହିତ 230 ଓ୍ବିକେଟ ହାସଲ କରିଛନ୍ତି । ଶାକିବ ବିଶ୍ବର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର ସହିତ ଅଲରାଉଣ୍ଡର ଭାବେ ପରିଚିତ । ତେବେ ଶାକିବ ପୂର୍ବରୁ ଟି-20ରୁ ଅବସର ନେଇ ସାରିଛନ୍ତି ।

2024 ଟି-20 ବିଶ୍ବକପରେ ରନ ସ୍କୋରିଂ ପାଇଁ ସଂଘର୍ଷ କରିଥିଲେ ଶାକିବ । 7ଟି ଇନିଂସରେ ମାତ୍ର 111 ରନ ସ୍କୋର କରିଥିଲେ । ଶାକିବ 18.50 ଆଭରେଜ ଏବଂ 106.73 ଷ୍ଟାଇକରେଟରେ ରନ ସ୍କୋର କରିଥିଲେ ଏବଂ ମାତ୍ର 3ଟି ଓ୍ବିକେଟ ହାସଲ କରିଥିଲେ ।

ଏହା ବି ପଢନ୍ତୁ -ଶାକିବ ଅଲ୍‌ ହାସନଙ୍କ ନାଁରେ ହତ୍ୟା ମାମଲା; ବାଂଲାଦେଶ କ୍ରିକେଟକୁ ବଡ଼ ଝଟ୍‌କା - Murder Case Against Shakib Al Hasan

ଏହା ବି ପଢନ୍ତୁ-କ୍ରିକେଟରୁ ରାଜନୀତି, ବାଂଲାଦେଶ ନିର୍ବାଚନରେ ବାଜି ମାରିଲେ ଶାକିବ ଅଲ୍‌ ହାସନ

ଏହା ବି ପଢନ୍ତୁ -Watch: ବାଂଲାଦେଶ ପାଇଁ ଫିଲ୍ଡିଂ ସଜାଇଲେ ପନ୍ତ; ତା'ପରେ ହାସଲ କଲେ ବିସ୍ଫୋରକ ଶତକ - IND vs BAN 1st Test

ABOUT THE AUTHOR

...view details