ଭୁବନେଶ୍ବର:ଚଳିତ ଅଲମ୍ପିକରେ ଚମକିବେ ଦୁଇ ଓଡ଼ିଆ । ଜାଭେଲିନ୍ ଥ୍ରୋରେ କିଶୋର ଜେନା ଏବଂ ହକି ଦଳରେ ରହିଛନ୍ତି ଡ଼ିଫେଣ୍ଡର ଅମିତ ରୋହିଦାସ । ଉଭୟ ଭଲ ପ୍ରଦର୍ଶନ ସହ ପୋଡିୟମ ଫିନିସ ଆଶା କରାଯାଉଛି । ଆଜି ଠାରୁ ପ୍ୟାରିସ୍ ଅଲିମ୍ପିକ୍ସ 2024 ମହାକୁମ୍ଭ ଆରମ୍ଭ ହୋଇ 11 ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଏଥର ଅଲମ୍ପିକରେ ଚମକିବେ ଦୁଇ ଓଡ଼ିଆ । ଜାଭେଲିନ ଥ୍ରୋରେ କିଶୋର ଜେନା ଏବଂ ହକି ଦଳରେ ରହିଛନ୍ତି ଡ଼ିଫେଣ୍ଡର ଅମିତ ରୋହିଦାସ । ଉଭୟ ଭଲ ପ୍ରଦର୍ଶନ ସହ ପୋଡିୟମ ଫିନିସ ଆଶା କରାଯାଉଛି । କିଶୋର ଓ ଅମିତ ଉଭୟଙ୍କ ଠାରୁ ପଦକ ଆଶା କରିଛନ୍ତି କ୍ରୀଡ଼ାପ୍ରେମୀ ।
ପ୍ୟାରିସ୍ ଅଲିମ୍ପିକ୍ସରେ ଓଡ଼ିଆ ପୁଅ:
କମାଲ କରିବେ ଅମିତ ! :ବିଶ୍ୱର ସର୍ବ ବୃହତ କ୍ରୀଡା ମହାକୁମ୍ଭ ଅଲମ୍ପିକ ପ୍ରତିଯୋଗୀତା ଆୟୋଜନ ପାଇଁ ପ୍ୟାରିସ ପ୍ରସ୍ତୁତ ଥିବାବେଳେ ଅନେକ ଦେଶର କ୍ରୀଡ଼ାବିତ ମଧ୍ୟ ପହଞ୍ଚିଛନ୍ତି । ରାଜ୍ୟରୁ ଦୁଇ କ୍ରୀଡ଼ାବିତ ଅମିତ ରୋହିଦାସ ଏବଂ କିଶୋର ଜେନା ଅଂଶଗ୍ରହଣ କରିଥିବା ବେଳେ ଉଭୟଙ୍କ ଠାରୁ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସମସ୍ତେ ଆଶାବାଦୀ । ପୂର୍ବ ଅଲମ୍ପିକରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଦଳର ସଦସ୍ୟ ଥିଲେ ଅମିତ ରୋହିଦାସ । ଚଳିତ ବର୍ଷ ଭାରତୀୟ ଦଳଠାରୁ ଭଲ ପ୍ରଦର୍ଶନ ଏବଂ ଅମିତଙ୍କ ଠାରୁ ଶ୍ରେଷ୍ଠ ପ୍ରଦର୍ଶନ ଆଶା ରଖିଛନ୍ତି ହକି ଫ୍ୟାନ।
ଇତିହାସ ରଚିବେ କି କିଶୋର ?:ସେହିପରି ଏସିଆନ ଗେମରେ 87 ମିଟର ଜାଭେଲିନ ରୌପ୍ୟ ପଦକ ଜିତିଥିବା କିଶୋରଙ୍କ ପ୍ରଦର୍ଶନ ବିଗତ କିଛି ଦିନରେ ସେତେଟା ଭଲ ନାହିଁ । ଏପରିକି ନିକଟରେ ଘରୋଇ ମାଟିରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ସେ ବିଫଳ ହୋଇଥିଲେ । ଯଦି ଏସିଆନ ଗେମ୍ ଭଳି ପ୍ୟାରିସରେ ଯଦି କିଛି କମାଲ କରି ପାରିବେ ଦେଶ ତଥା ରାଜ୍ୟ ପାଇଁ ମେଡାଲ ଆଣିବେ । ଅଲମ୍ପିକରେ ଏଥର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରସ୍ତୁତ ଅଛନ୍ତି ଭାରତୀୟ କ୍ୟାମ୍ପ ।