ହାଇଦ୍ରାବାଦ: ଫିଫା ବିଶ୍ବକପର ଆଗାମୀ ଦୁଇଟି ସଂସ୍କରଣର ଆୟୋଜକ ଦେଶ ଘୋଷଣା କଲା ଅନ୍ତର୍ଜାତୀୟ ଫୁଟବଲ ସଂଗଠନ ଫିଫା(FIFA) । 2034ରେ ସାଉଦି ଆରବକୁ ବିଶ୍ବକପ ଆୟୋଜନ କରିବାର ଅନୁମତି ମିଳିଥିବା ବେଳେ, 2030 ଫିଫା ଟୁର୍ଣ୍ଣାମେଣ୍ଟ ତିନୋଟି ଦେଶ ମିଳିତ ଭାବେ ଆୟୋଜକ ରହିବେ । ସେହି ଦେଶ ଗୁଡ଼ିକ ହେଉଛନ୍ତି ସ୍ପେନ, ପର୍ତ୍ତୁଗାଲ ଏବଂ ମରକ୍କୋ ।
କତାର ପରେ ସାଉଦି ଆରବ ଫିଫା ଆୟୋଜନ କରିବ:
କତାର ପରେ ସାଉଦି ଆରବ ଫିଫା ବିଶ୍ବକପ ଆୟୋଜନ କରିବାକୁ ଅଧିକାର ପାଇଛି । ଫଳରେ ସାଉଦି ଆରବ ଫୁଟବଲ ବିଶ୍ବକପ ଆୟୋଜନ କରିବାରେ ଦ୍ୱିତୀୟ ଇସଲାମ ରାଷ୍ଟ୍ର ହୋଇଛି । 2034 ରେ ସାଉଦି ଆରବର 5ଟି ସହରରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ରାଜଧାନୀ ରିୟାଦ, ଜେଡ୍ଡା ଏବଂ ଆବା, ଅଲ୍ ଖୋବର ଏବଂ ନେମଓମରେ ମ୍ୟାଚ ଖେଳାଯିବ । 15ଟି ଷ୍ଟାଡିୟମରେ ବିଶ୍ୱକପ ମ୍ୟାଚ ହେବାକୁ ଥିବା ବେଳେ ପ୍ରତି ଷ୍ଟାଡିମୟରେ 40 ହଜାର ଦର୍ଶକଙ୍କ ପାଇଁ ସିଟ୍ ଉପଲବ୍ଧ ରହିବ । ଉଦଘାଟନୀ ଓ ଫାଇନାଲ ମ୍ୟାଚ ରିୟାଦର 92,000 ସିଟ୍ ବିଶିଷ୍ଟ ଷ୍ଟାଡିମୟରେ ଆୟୋଜନ ହେବ । ସେହି ବର୍ଷ ଜାନୁଆରୀ ମାସରେ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇପାରେ । ବୁଧବାର ଦି ଆସୋସିଏଟେଡ୍ ପ୍ରେସ୍କୁ ସାକ୍ଷାତକାର ଦେଇ ସାଉଦି ବିଶ୍ୱକପ୍ ବିଡ୍ ଅଧିକାରୀ ହାମଦ ଅଲବାଲାୱି କହିଛନ୍ତି ଯେ, ଟୁର୍ଣ୍ଣାମେଣ୍ଟର ସଠିକ ତାରିଖ ଫିଫା ନିର୍ଣ୍ଣୟ କରିବ ।
FIFA World Cup (ETV BHARAT ODISHA) ଏହା ମଧ୍ୟ ପଢନ୍ତୁ-ଫିଫା ବିଶ୍ବକପ ପରେ ବଦଳିବ କତାର ଷ୍ଟାଡିୟମର ରୂପରେଖ !
ଏହା ମଧ୍ୟ ପଢନ୍ତୁ-FIFA World Cup: ଆୟୋଜକ ନାଁରେ ବିଶ୍ବକପ ଇତିହାସର ସବୁଠୁ ଖରାପ ପ୍ରଦର୍ଶନ ରେକର୍ଡ
2030 ଫୁଟବଲ ବିଶ୍ୱକପ:
2030 ଫୁଟବଲ ବିଶ୍ୱକପ ତିନି ମହାଦେଶର 6ଟି ଦେଶରେ ଖେଳାଯିବ । 2030 ଫିଫା ମରକ୍କୋ, ପର୍ତ୍ତୁଗାଲ ଏବଂ ସ୍ପେନ୍ ଦ୍ୱାରା ଆୟୋଜିତ ହେବ । ଏହି ଟୁର୍ଣ୍ଣାମେଣ୍ଟର 100 ବର୍ଷ ପୂରଣ ଅବସରରେ ଟୁର୍ଣ୍ଣାମେଣ୍ଟର ତିନୋଟି ମ୍ୟାଚ୍ ଆର୍ଜେଣ୍ଟିନା, ପାରାଗୁଏ ଏବଂ ଉରୁଗୁଏରେ 2030 ଅନୁଷ୍ଠିତ ହେବ । ଉଦଘାଟନୀ ମୁକାବିଲା ଉରୁଗୁଏରେ ଖେଳାଯିବ । ଏହିଠାରେ 1930ର୍ ପ୍ରଥମ ଫିଫା ବିଶ୍ବକପ ଫାଇନାଲ ମ୍ୟାଚ ଖେଳା ଯାଇଥିଲା । ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଯଥାକ୍ରମେ ଆର୍ଜେଣ୍ଟିନା ଏବଂ ପାରାଗୁଏରେ ଖେଳାଯିବ । ଅନ୍ୟ ମ୍ୟାଚଗୁଡ଼ିକ ଆୟୋଜକ ଦେଶରେ ଖେଳାଯିବ ।
FIFA World Cup (AP PHOTO)) ସାଉଦି ଆରବର ଆୟୋଜକ ନେଇ ଅନେକ ଫିଫା ସଂଗଠନ ଖୁସି ନାହାନ୍ତି:
ଫିଫା ଦ୍ବାରା ସାଉଦି ଆରବକୁ ବିଶ୍ବକପ ଆୟୋଜକ ଦାୟିତ୍ବ ମିଳିବା ପରେ ଏହାର ଅନେକ ସଦସ୍ୟ ମାନବିକ ଅଧିକାର ଉଲ୍ଲଂଘନ ଦର୍ଶାଇ ଏହି ନିଷ୍ପତ୍ତିରେ ନିରାଶ ହୋଇଥିଲେ । ନରୱେ ଫୁଟବଲ ଫେଡେରେସନ ମଙ୍ଗଳବାର ଦିନ ଘୋଷଣା କରିଛି ଯେ, ସେ କୌଣସି ପ୍ରକାର ମତଦାନଠୁ ଦୂରେଇ ରହିବେ । 2030 ଏବଂ 2034 ଆୟୋଜକ ନିର୍ଣ୍ଣୟ କରିବା ପାଇଁ ଫିଫା ଆପଣାଇଥିବା ପ୍ରକ୍ରିୟା ଭୁଲ ଅଟେ । ମାନବ ଅଧିକାର ସଂଗଠନ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ଗତ ସପ୍ତାହରେ କହିଥିଲା ଯେ ସାଉଦି ଆରବର ଆୟୋଜନକୁ ନେଇ ନ୍ୟାସନାଲ ଗଭରର୍ଣ୍ଣିଂ ବଡି ପକ୍ଷରୁ ଗଭୀର ନୀରବତା ଅବଲମ୍ବନ କରାଯାଇଥିଲା ।