ETV Bharat / sports

ବିଜୟ ହଜାରେ ଟ୍ରଫି: ୧୮ ଜଣିଆ ଓଡ଼ିଶା ଦଳରେ ୫ ନବାଗତ , ୨୧ରୁ ଅଭିଯାନ - VIJAY HAZARE TROPHY

ଡିସେମ୍ବର ୨୧ ତାରିଖରୁ ବିଜୟ ହଜାରେ କ୍ରିକେଟ ଟ୍ରଫି । ସନ୍ଦୀପ ପଟ୍ଟନାୟକଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଓଡ଼ିଶା ଦଳ ।

VIJAY HAZARE TROPHY
VIJAY HAZARE TROPHY (ETV BHARAT ODISHA)
author img

By ETV Bharat Odisha Team

Published : Dec 12, 2024, 8:04 AM IST

Updated : Dec 12, 2024, 10:38 AM IST

କଟକ: ବିଜୟ ହଜାରେ କ୍ରିକେଟ ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷଣା କରାଯାଇଛି । 18 ଜଣିଆ ଦଳ ଘୋଷଣା କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ(OCA) । ଟିମ୍‌ରେ ରହିଛନ୍ତି ଯୁବ ଓ ଅଭିଜ୍ଞ ଖେଳାଳି । ହେଡ୍ କୋଚ ସୁରେନ୍ଦ୍ର ଭାବେ ଓ ସଦସ୍ୟ ସୁବିତ ବିଶ୍ଵାଳ ଦଳ ଘୋଷଣା କରି ଟୁର୍ଣ୍ଣାମେଣ୍ଟ ପାଇଁ ଅଧିନାୟକ ଭାବେ ସନ୍ଦୀପ ପଟ୍ଟନାୟକଙ୍କୁ ଦାୟିତ୍ବ ଦେଇଛନ୍ତି ।

ଏଥର ଓଡ଼ିଶା ଭଲ ଖେଳିବା ନେଇ ଆଶା:

ଆସନ୍ତା ୨୧ ତାରିଖରୁ ଜାନୁଆରୀ ୫ ତାରିଖ ପର୍ଯ୍ୟନ୍ତ ୭ ଟି ମ୍ୟାଚ ଖେଳିବ ଓଡ଼ିଶା । ଓଡ଼ିଶା କ୍ରିକେଟ ଟିମ୍ ଗୋଆ, ଆସାମ, ଉତ୍ତରାଖଣ୍ଡ, ମଣିପୁର, ଝାଡ଼ଖଣ୍ଡ, ହରିଆଣା ଓ ଗୁଜୁରାଟ ଟିମ୍ ସହ ମୁକାବିଲା କରିବ। ୱାନ ଡେ ଫର୍ମାଟରେ ହେବ ଏହି ମ୍ୟାଚ୍। ବିଗତ ଅନେକ ବର୍ଷ ଧରି ବିଜୟ ହଜାରେ ଟ୍ରଫିରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ ରହୁଛି । ତେଣୁ ଚଳିତ ସିଜିନ ପୂର୍ବରୁ ଓଡ଼ିଶାର ଅଭ୍ୟାସ ଓ କ୍ୟାମ୍ପ ଜରିଆରେ ଏହି ଟିମ ନିଶ୍ଚୟ ଭଲ ପଦର୍ଶନ କରିବ ବୋଲି ଆଶା ରଖିଛି ଓଡିଶା କ୍ରିକେଟ ସଂଘ ।

VIJAY HAZARE TROPHY (ETV BHARAT ODISHA)
  • ଡିସେମ୍ବର ୨୧ରୁ ଜାନୁଆରୀ ୫ ପର୍ଯ୍ୟନ୍ତ ୭ଟି ମ୍ୟାଚ ଖେଳିବ ଓଡ଼ିଶା
  • ଓଡ଼ିଶା ଟିମ୍ ଗୋଆ, ଆସାମ, ଉତ୍ତରାଖଣ୍ଡ, ମଣିପୁର, ଝାଡ଼ଖଣ୍ଡ, ହରିଆଣା ଏବଂ ଗୁଜୁରାଟ ବିପକ୍ଷରେ ଖେଳିବ
  • ୱାନ ଡେ ଫର୍ମାଟରେ ଖେଳାଯିବ ମ୍ୟାଚ୍

ଓଡ଼ିଶା ଦଳରେ ୫ ନୂଆ ମୁହଁ:

ଓଡ଼ିଶାର ୧୮ ଜଣିଆ ଦଳରେ ୫ ଜଣ ନୂଆ ଖେଳାଳିଙ୍କୁ ସ୍ଥାନ ମିଳିଛି । ସେମାନେ ହେଉଛନ୍ତି ଆଶୀର୍ବାଦ ସ୍ଵାଇଁ, ତାପସ ଦାସ, ସୁମିତ ଶର୍ମା, ଜମାଲା ଭଞ୍ଜନ ମହାପାତ୍ର ଏବଂ ଅନିଲ ପରିଡ଼ା ।

ଏହା ମଧ୍ୟ ପଢନ୍ତୁ-ବିବାଦରେ ଛନ୍ଦିହେଲା OCA, ସିନିୟର କ୍ରିକେଟର ଆଣିଲେ ଚୟନ ଅନିୟମିତତା ଅଭିଯୋଗ

ଏହା ମଧ୍ୟ ପଢନ୍ତୁ- U23 ରାଜ୍ୟ ଏ କ୍ରିକେଟ: ୧୮ ଜଣିଆ ଓଡି଼ିଶା ଟିମ୍ ଘୋଷଣା କଲା OCA

ସୂର୍ଯ୍ୟକାନ୍ତଙ୍କ ଅଭିଯୋଗକୁ ଖଣ୍ଡନ କଲା OCA:

ବିଜୟ ହଜାରେ କ୍ରିକେଟ ଟ୍ରଫିରେ ଚୟନ ହୋଇ ନଥିବା ନେଇ ସିନିୟର କ୍ରିକେଟର ସୂର୍ଯ୍ୟକାନ୍ତଙ୍କ ଅଭିଯୋଗକୁ ଖଣ୍ଡନ କରିଛି ଓସିଏ ସିନିୟର ଚୟନ କମିଟି । ସୂର୍ଯ୍ୟକାନ୍ତ ଜଣେ ଭଲ ଖେଳାଳି, ଗତ ଜୁନ /ଜୁଲାଇରେ ଓପିଏଲରେ ଭଲ ଖେଳିଥିଲେ । ଏହାପରେ ରଣଜୀ ଟ୍ରଫି ପାଇଁ ତାଙ୍କୁ ଚୟନ କରାଯାଇଥିଲା । ହେଲେ ୬ଟି ଇନିଂସ ରେ ୭ଟି ୱିକେଟ ନେଇଥିଲା ବେଳେ ବ୍ୟାଟିଂରେ ମାତ୍ର ୩୬ ରନ କରିଥିଲେ ସୂର୍ଯ୍ୟକାନ୍ତ । ତାଙ୍କଠୁ ଅନେକ କିଛି ଆଶା କରାଯାଏ, ହେଲେ ସେମିତି କିଛି ପଦର୍ଶନ ଦୃଷ୍ଟିଗୋଚର ହୋଇନଥିଲା । ଏମିତିକି ଦିନକୁ ଦିନ ତାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ତେଣୁ ତାଙ୍କ ସ୍ଥାନରେ ପ୍ରଦୀପ ପ୍ରଧାନଙ୍କୁ ସ୍ଥାନ ଦେଇଥିଲା ଚୟନ କମିଟି । ସୂର୍ଯ୍ୟକାନ୍ତଙ୍କୁ ନେଇ ଓସିଏ କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ । ଆଗମୀ ଦିନରେ ଯଦି ସେ ଭଲ ପ୍ରଦର୍ଶନ କରନ୍ତି ତେବେ ସେ ଦଳକୁ ନିଶ୍ଚୟ ଫେରିବେ ବୋଲି କହିଛନ୍ତି ଚୟନ କମିଟି ସଦସ୍ୟ ସୁବିତ ବିଶ୍ୱାଳ ।

୧୮ ଜଣିଆ ଓଡ଼ିଶା ଦଳ:

ସନ୍ଦୀପ ପଟ୍ଟନାୟକ (ଅଧିନାୟକ), ଶ୍ବସ୍ତିକ ସାମଲ , ଗୌରଭ ଚୌଧୁରୀ , ଗୋବିନ୍ଦ ପୋଦାର , ଆଶୀର୍ବାଦ ସ୍ୱାଇଁ, ରାଜେଶ ଧୂପର , କାର୍ତ୍ତିକ ବିଶ୍ୱାଳ , ଦେବବ୍ରତ ପ୍ରଧାନ , ରାଜେଶ ମହାନ୍ତି , ତାରିଣୀ ସ , ତାପସ ଦାସ , ସୁମିତ ଶର୍ମା , ଜାମଲା ଭଞ୍ଜନ ମହାପାତ୍ର , ଅଭିଷେକ ରାଉତ , ଅନୀଲ ପରିଡା , ସର୍ବେଶ୍ୱର ମହାନ୍ତି , ରାକେଶ ପଟ୍ଟନାୟକ , ପ୍ରୟାସ କୁମାର ସିଂ ।

ଇଟିଭି ଭାରତ, କଟକ

Last Updated : Dec 12, 2024, 10:38 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.