ETV Bharat / technology

Jio ଆଣିଲା ନୂଆବର୍ଷ ଉପହାର; ₹2025 ଟଙ୍କାରେ 200ଦିନିଆ ପ୍ଲାନ

ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ନୂଆବର୍ଷ ଲାଗି ଆଣିଛି ୱେଲକମ ଅଫର । 2025 ଟଙ୍କାରେ 200ଦିନ ପର୍ଯ୍ୟନ୍ତ ଅନଲିମିଟେଡ କଲ୍‌, ଡେଟା ଓ ପାର୍ଟନର କୁପନ୍‌ ଅଫର । ଅଧିକ ପଢନ୍ତୁ

Jio launched New Year Welcome Plan
Jio launched New Year Welcome Plan (Credit- Reliance Jio)
author img

By ETV Bharat Tech Team

Published : 2 hours ago

ହାଇଦ୍ରାବାଦ: ଦେଶର ପ୍ରମୁଖ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ନିଜ ପ୍ରି-ପେଡ୍‌ ଗ୍ରାହକଙ୍କ ଲାଗି ଏକ ସ୍ବତନ୍ତ୍ର ନ୍ୟୁ ଇଅର ୱେଲକମ ଅଫର ଆଣିଛି । ଯାହାକି 2025ଟଙ୍କାରେ ଅନେକ ପ୍ରକାର ଫାଇଦା ପ୍ରଦାନ କରିବ । ଏହି ପ୍ଲାନଟି 200 ଦିନ ପର୍ଯ୍ୟନ୍ତ ବୈଧ ଥିବା ବେଳେ ଏଥିରେ ଅନଲିମିଟେଡ କଲ୍‌, ଡେଟା ଓ ଆକର୍ଷଣୀୟ ପାର୍ଟନର କୁପନ୍‌ ମଧ୍ୟ ସାମିଲ । ଏହି ଅଫର ଡିସେମ୍ବର 11ଠାରୁ 2025 ଜାନୁଆରୀ 11 ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ।

ଗ୍ରାହକ ଏହି ପ୍ଲାନକୁ Reliance Jio ୱେବସାଇଟ କିମ୍ବା MyJio App ମାଧ୍ୟମରେ ଆକ୍ଟିଭ କରିପାରିବେ । ନିକଟରେ ରିଲାଏନ୍ସ ରିଚାର୍ଜ ପ୍ଲାନ ମହଙ୍ଗା କରିଥିଲା । ଏହାପରେ ଅନେକ ୟୁଜର ନିଜ ନମ୍ବରକୁ BSNLକୁ ପରିବର୍ତ୍ତନ କରିଥିଲେ । ଜିଓ ଅନେକ ୟୁଜରଙ୍କୁ ହରାଇବା ପରେ ପୁଣି ଥରେ ସେମାନଙ୍କୁ ଆକୃଷ୍ଟ କରିବା ଲାଗି କମ୍ପାନୀ ନୂଆ ନୂଆ ଭିନ୍ନ ପ୍ରକାର ପ୍ଲାନ ଆଣୁଛି ।

Jio launched New Year Welcome Plan
Jio launched New Year Welcome Plan (ETV Bharat)

New Year Welcome Plan

ରିଲାଏନ୍ସ ଜିଓ ନିଜର ପ୍ରି-ପେଡ ୟୁଜରଙ୍କ ଲାଗି ଏହି ପ୍ଲାନ ଆଣିଛି । ଏହି ପ୍ଲାନଟି 200ଦିନ ପର୍ଯ୍ୟନ୍ତ ବୈଧ ଅଟେ । ଯେଉଁଥିରେ ୟୁଜରଙ୍କୁ ଅନଲିମିଟେଡ କଲିଂ, 4G ଓ 5G ଡେଟା ସହିତ 2150 ଟଙ୍କାର କୁପନ୍‌ ମଧ୍ୟ ସାମିଲ । ପ୍ରତିଦିନ ୟୁଜର 2.5GB ଡେଟା ଲିମିଟ ସହିତ 500GB 4G ଡେଟା ଓ ଅନଲିମିଟେଡ 5G ଡେଟା ମିଳିଥାଏ । ଏହାସହିତ 200ଦିନ ବୈଧ ଥିବା ଏହି ପ୍ଲାନରେ ୟୁଜର ଅନଲିମିଟେଡ SMS ସୁବିଧା ପାଇବେ ।

ଏହା ବି ପଢନ୍ତୁ
  1. Spam କଲ୍‌ ଓ SMSକୁ ନେଇ ଚିନ୍ତିତ କି ? ଗୋଟିଏ କ୍ଲିକ୍‌ରେ କରନ୍ତୁ ସବୁଦିନ ପାଇଁ ବ୍ଲକ୍‌
  2. ସେଫ୍ଟି ଯାଞ୍ଚ କଲେ ହିଁ ଭାରତ ଆସିବ ଏଲନ ମସ୍କଙ୍କ ଷ୍ଟାରଲିଙ୍କ; କିପରି କ୍ଷତି ସହିବ Jio !

ପାର୍ଟନର କୁପନ୍‌ କଣ ?

  • ଏହାବାଦ ୟୁଜରଙ୍କୁ Jio TV, Jio Cinema, Jio Cloud ଆପ୍‌ ଲାଗି ମାଗଣା ସବସ୍କ୍ରିପସନ ମିଳିବ ।
  • ଜିଓ ଏହା ମଧ୍ୟ କହିଛି ଯେ ନ୍ୟୁ ଇଅର ୱେଲକମ ଅଫର ସହିତ ୟୁଜରଙ୍କୁ 2150 ଟଙ୍କାର ପାର୍ଟନର କୁପନ୍‌ ମିଳିବ ।
  • ଏଥିରେ ୟୁଜରଙ୍କୁ ଅତି କମରେ ₹2500 ଟଙ୍କାର ସପିଂ କଲେ ₹500 ଟଙ୍କାର Ajio କୁପନ୍‌ ମିଳିବ ।
  • Swiggyରେ ₹499 ଟଙ୍କାର ଅର୍ଡର କଲେ ୟୁଜରଙ୍କୁ 150 ଟଙ୍କା ରିହାତି ମିଳିବ ।
  • ଏହାସହ EaseMyTrip ଆପ୍‌ କିମ୍ବା ୱେବସାଇଟରେ ଫ୍ଲାଇଟ ଟିକେଟ୍‌ ବୁକ୍‌ କଲେ ୟୁଜରଙ୍କୁ ₹1,500 ଟଙ୍କା ଡିସକାଉଣ୍ଟ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.