ହାଇଦ୍ରାବାଦ: ଖେଳରେ ଭଲ ପ୍ରଦର୍ଶନ କଲେ ଖେଳାଳି ମାନଙ୍କୁ ସରକାରୀ ସ୍ତରରେ ଚାକିରି ପ୍ରଦାନ କରାଯାଇଥାଏ । କେନ୍ଦ୍ର ଏବଂ ରାଜ୍ୟ ସରକାର ସେମାନଙ୍କ ଖେଳପ୍ରତି ଅବଦାନକୁ ସମ୍ମାନ ଜଣାଇ ସେନା ନଚେତ ପୋଲିସ ବିଭାଗରେ ଉଚ୍ଚ ପଦବୀ ରେ ନିଯୁକ୍ତି ଦେଇଥାନ୍ତି । ତେବେ ଆପଣ ଜାଣିଛନ୍ତି କି ଭାରତୀୟ କ୍ରିକେଟ ଟିମ୍ରେ ଥିବା ଖେଳାଳି ମାନେ କେଉଁ ଚାକିରି କରିଛନ୍ତି । ସେନା ଓ ପୋଲିସରେ କେଉଁ ଖେଳାଳି ନିଯୁକ୍ତ ହୋଇଛନ୍ତି ଆସନ୍ତୁ ନଜର ପକାଇବା ।
ସରକାରୀ ଚାକିରି ପାଇଥିବା ଭାରତୀୟ ଖେଳାଳି:
ଏହା ମଧ୍ୟ ପଢନ୍ତୁ-ଆଡିଲେଡ ଟେଷ୍ଟର ପରାଜୟ ପାଇଁ ଦାୟୀ କିଏ ? ବଡ କାରଣ କହିଲେ ରୋହିତ ଏହା ମଧ୍ୟ ପଢନ୍ତୁ-ଦ୍ବିତୀୟ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ; 10 ଓ୍ବିକେଟରେ ଅଷ୍ଟ୍ରେଲିଆର ବିଜୟ |
ମହେନ୍ଦ୍ର ସିଂ ଧୋନି: ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନି ହେଉଛନ୍ତି ଭାରତୀୟ ଟେରିଟୋରିଆଲ ଆର୍ମିର ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ। 2015 ରେ, ସେ ପାରାଚ୍ୟୁଟ୍ ରେଜିମେଣ୍ଟରେ ତାଲିମ ନେଇଥିଲେ ।
ମହମ୍ମଦ ସିରାଜ: ଭାରତୀୟ ଦଳର ଷ୍ଟାର ବୋଲରଙ୍କୁ ନିକଟପେ ତେଲେଙ୍ଗାନା ସରକାର ସରକାରୀ ଚାକିରି ପ୍ରଦାନ କରିଥିଲେ । ବର୍ତ୍ତମାନ ସେ ଡେପୁଟି ପୋଲିସ ଅଧୀକ୍ଷକ (ଡିଏସପି) ପଦରେ ନିୟୋଜିତ ଅଛନ୍ତି ।
ହରମନପ୍ରୀତ କୌର: ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ହରମାନପ୍ରୀତ କୌର ପଞ୍ଜାବର ଡେପୁଟି ସୁପରିଟେଣ୍ଡେଣ୍ଟ (ଡିଏସପି) ଅଛନ୍ତି ।
ହରଭଜନ ସିଂ: ପୂର୍ବତନ ଭାରତୀୟ ଭେଟେରାନ ସ୍ପିନର ହରଭଜନ ସିଂ ପଞ୍ଜାବରେ ଡେପୁଟି ପୋଲିସ ଅଧୀକ୍ଷକ (ଡିଏସପି) ଭାବରେ ନିଯୁକ୍ତ ଅଛନ୍ତି ।
ସଚିନ ତେନ୍ଦୁଲକର: ମାଷ୍ଟ୍ରବ୍ଲାଷ୍ଟର ସଚିତ ତେନ୍ଦୁଲକର ଭାରତୀୟ ବାୟୁସେନାରେ ଗ୍ରୁପ୍ କ୍ୟାପଟେନ୍ ପଦରେ ନିଯୁକ୍ତ ଅଛନ୍ତି। କ୍ରିକେଟ୍ କ୍ଷେତ୍ରରେ ତାଙ୍କ ଅବଦନକୁ ସମ୍ମାନ ଜଣାଇ ସରକାର ତାଙ୍କୁ ଏହି ଚିକିରିରେ ନିଯୁକ୍ତ କରିଥିଲେ ।
ଯୋଗୀନ୍ଦର ଶର୍ମା: ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ଯୋଗୀନ୍ଦର ଶର୍ମା ହରିୟାଣା ପୋଲିସର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ (ଡିଏସପି) ଅଛନ୍ତି। ଜୋଗୀନ୍ଦର ବର୍ତ୍ତମାନ ଡ୍ୟୁଟିରେ ଅଛନ୍ତି।
କପିଲ ଦେବ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା 1989 ବିଶ୍ୱକପ୍ ହିରୋ କପିଲ 2008 ରେ ଟେରିଟୋରିଆଲ୍ ଆର୍ମିରେ ଯୋଗ ଦେଇ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀରେ ରହିଛନ୍ତି। ତାଙ୍କ ପିତା ରାମ ଲାଲ ନିଖଞ୍ଜ ମଧ୍ୟ ଭାରତୀୟ ସେନାରେ କାର୍ଯ୍ୟ କରୁଥିଲେ ।