ETV Bharat / sports

ଆଡିଲେଡ ଟେଷ୍ଟରେ ଏହି ଅଲୋଡା ରେକର୍ଡ କଲା ଭାରତ - BORDER GAVASKAR TROPHY

19ଥର 10 ଓ୍ବିକେଟରେ ଟେଷ୍ଟ ମ୍ୟାଚ ହାରିଲା ଭାରତ । ଆଡିଲେଡ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହି ଅଲୋଡା ରେକର୍ଡ କରିଛି ଟିମ୍‌ ଇଣ୍ଡିଆ ।

team india
team india ((AP PHOTO))
author img

By ETV Bharat Odisha Team

Published : Dec 9, 2024, 1:19 PM IST

ହାଇଦ୍ରାବାଦ: 5 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବର୍ଡର ଗାଭାସ୍କର ଟ୍ରଫିର ଦ୍ବିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ 10 ଓ୍ବିକେଟରେ ପରାସ୍ତ କରିଛି । ଫଳରେ ସିରିଜ 1-1ରେ ବରାବର ହୋଇଛି । ନଭେମ୍ବର 14 ତାରିଖରେ ସିରିଜର ତୃତୀୟ ମ୍ୟାଚ୍ ଖେଳାଯିବ | ଆଡିଲେଡ ଟେଷ୍ଟରେ ପରାଜୟ ପରେ ଟିମ୍ ଇଣ୍ଡିଆକୁ WTC ପଏଣ୍ଟ ଟେବୁଲରେ ପ୍ରଥମରୁ ତୃତୀୟ ସ୍ଥାନକୁ ଖସିଯାଇଛି । ଏହି କାରଣରୁ ବର୍ତ୍ତମାନ ଭାରତୀୟ ଦଳ ପାଇଁ WTC ଫାଇନାଲରେ ପ୍ରବେଶ କରିବା କଷ୍ଟକର ହୋଇପଡିଛି। ମ୍ୟାଚ ହାରିବା ପରେ ଅନେକ ରେକର୍ଡ ମଧ୍ଯ ହୋଇଛି ।

ଆଡିଲେଡ ଟେଷ୍ଟରେ ରେକର୍ଡ:

ଏହା ମଧ୍ୟ ପଢନ୍ତୁ-ଆଡିଲେଡ ଟେଷ୍ଟର ପରାଜୟ ପାଇଁ ଦାୟୀ କିଏ ? ବଡ କାରଣ କହିଲେ ରୋହିତ

ଏହା ମଧ୍ୟ ପଢନ୍ତୁ-ଦ୍ବିତୀୟ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ; 10 ଓ୍ବିକେଟରେ ଅଷ୍ଟ୍ରେଲିଆର ବିଜୟ

  • ରବିବାର ଶେଷ ହୋଇଥିବା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ମ୍ୟାଚ ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚର ସବୁଠାରୁ ଛୋଟ ଟେଷ୍ଟ ମ୍ୟାଚ । ଆଡିଲେଡ ଓଭାଲରେ ମୋଟ 1031 ବଲ ବୋଲିଂ କରାଯାଇଥିଲା, ଏହା ମଧ୍ୟ ଟେଷ୍ଟ ମ୍ୟାଚରେ ସର୍ବନିମ୍ନ ଅଟେ। ଗତ ବର୍ଷ ଇନ୍ଦୋର ଟେଷ୍ଟରେ 1135 ବଲ ବୋଲିଂ କରାଯାଇଥିଲା ।
  • 1940 ପରଠାରୁ ଅଷ୍ଟ୍ରେଲିଆରେ ଏହା ଦ୍ୱିତୀୟ ଛୋଟ ଟେଷ୍ଟ ମ୍ୟାଚ ଥିଲା । ଏହାପୂର୍ବରୁ 2022 ମସିହାରେ ବ୍ରିସବେନରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ 866 ଟି ବଲ ବୋଲିଂ କରାଯାଇଥିଲା ।
  • ଆଡିଲେଡ୍ ଓଭାଲରେ ମଧ୍ୟ ଏହା ସବୁଠାରୁ କମ ଦିନର ଟେଷ୍ଟ ମ୍ୟାଚ ଥିଲା । ଚଳିତ ବର୍ଷ ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥି ବା ଟେଷ୍ଟ ମ୍ୟାଚ 1112ରେ ଶେଷ ହୋଇଥିଲା ।
  • ଭାରତୀୟ ଦଳ 19 ଥର ପାଇଁ 10 ଟି ୱିକେଟରେ ଟେଷ୍ଟ ମ୍ୟାଚ ହାରିଛି ।
  • ନିତୀଶ କୁମାର କେବଳ ଦ୍ୱିତୀୟ ଭାରତୀୟ ଏବଂ ଅଷ୍ଟମ ଖେଳାଳି ଯିଏକି ତାଙ୍କର ପ୍ରଥମ ଚାରିଟି ଟେଷ୍ଟ ଇନିଂସରେ ଭଲ ସ୍କୋର କରିଛନ୍ତି । 1971 ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏପରି ସୁନୀଲ ଗାଭାସ୍କର ମଧ୍ୟ କରିଥିଲେ।
  • ଆଡିଲେଡ୍ ଓଭାଲରେ ଅଷ୍ଟ୍ରେଲିଆର ବିଜୟ-ପରାଜୟ ଶତପ୍ରତିଶତ ଅର୍ଥାତ୍ 8-0 ହୋଇଥିବାବେଳେ ପିଙ୍କ ବଲ୍ ଟେଷ୍ଟରେ ଏହି ସଂଖ୍ୟା 12-1 ।
  • ଆଡିଲେଡରେ ଭାରତ 486 ବଲ ବ୍ୟାଟିଂ କରିଥିଲା, ଯାହା ଦୁଇଥର ଅଲ ଆଉଟ୍ ହେବା ପରେ ଏହା ଚତୁର୍ଥ ସର୍ବନିମ୍ନ ଅଟେ ।
  • ଆଡିଲେଡ୍ ଟେଷ୍ଟରେ ଭାରତ ବିପକ୍ଷରେ ନାଥନ୍ ଲିଅନ୍ ଏବଂ ମିଚେଲ ମାର୍ଶ ମାତ୍ର 30 ବଲ ବୋଲିଂ କରିଥିଲେ। 1903 ପରଠାରୁ ଅଷ୍ଟ୍ରେଲିଆ ପାଇଁ ଏହା ତୃତୀୟ ସର୍ବନିମ୍ନ ଅଟେ । ମାର୍କ ୱାଗ ଏବଂ ଗ୍ରେଗ ମାଥ୍ୟୁସ 1911 WACA ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ମାତ୍ର 18 ଟି ବଲ ବୋଲିଂ କରିଥିବାବେଳେ 1981 ର ଲିଡ୍ସ ଟେଷ୍ଟରେ ରାଇ ବ୍ରାଇଟ୍ ମାତ୍ର 24 ଟି ବଲ ବୋଲିଂ କରିଥିଲେ।
  • ଆଡିଲେଡ୍ ଟେଷ୍ଟରେ ନାଥନ୍ ଲିଅନ୍ ମାତ୍ର 6 ଟି ବଲ୍ ବୋଲିଂ କରିଥିଲେ, ଟେଷ୍ଟ ମ୍ୟାଚ୍ ରେ ଏହା ତାଙ୍କର ଦ୍ୱିତୀୟ ସର୍ବନିମ୍ନ, 2022 ହୋବର୍ଟ ଟେଷ୍ଟରେ ସେ ବୋଲି କରିନଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.