ପ୍ୟାରିସ (ଫ୍ରାନ୍ସ):ଚଳିତ ପ୍ୟାରିସ ଅଲିମ୍ପିକ୍ସ କ୍ରୀଡା ମହାକୁମ୍ଭରେ ଖାଲି ଖେଳାଳିଙ୍କ ପଦକ ଜିତିବା ହାରିବା ଚର୍ଚ୍ଚା ହେଉନି । ବରଂ ଲଭର ବାର୍ଡ ଖେଳାଳିଙ୍କ ପାଇଁ ଚର୍ଚ୍ଚା ଆଲୋଚନା ଜୋର ଧରୁଛି । ପଡିଆରେ ପଦକ ପାଇଁ ପ୍ରତିଯୋଗିତା ମଧ୍ୟରେ ପ୍ରେମ ନିବେଦନ ଖବର ଗୋଟିଏ ପରେ ଗୋଟିଏ ଆସୁଛି । ଚାଇନୀଜ କପଲଙ୍କ ପରେ ବର୍ତ୍ତମାନ ଫ୍ରାନ୍ସ କପଲ ଅଲିମ୍ପିକ୍ସରେ ଦର୍ଶକଙ୍କ ମନ ଜିତିଛନ୍ତି ।
ଏହା ବି ପଢନ୍ତୁ- ଅଲିମ୍ପିକ୍ସ ପୋଡିୟମରେ ପ୍ରେମ ନିବେଦନ; ଗୋଲ୍ଡ ଜିତିଲେ ଗାର୍ଲଫ୍ରେଣ୍ଡ, ପ୍ରପୋଜ୍ କଲେ ବୟଫ୍ରେଣ୍ଡ
ପଡିଆରେ ରଣନୀତି, ରଣକୌଶଳ ପ୍ରଦର୍ଶନ କରି ପ୍ରତିପକ୍ଷଙ୍କୁ ଚକମା ଦେଇ ଦେଶ ପାଇଁ ମେଡାଲ ଜିତିବା ଭିତରେ ନିଜର ଜୀବନ ସାଥୀ କଥା ଭୁଲୁନାହିଁନ୍ତି ଖେଳାଳି । ପ୍ରେମ ନିବେଦନ ପରେ ପ୍ରେମ ନିବେଦନ ହେଉଛି ଏବଂ ପଡିଆ ବାହାରେ ଖେଳାଳିଙ୍କ ରୋମାନ୍ସ ଦେଖିବାକୁ ମିଳୁଛି । ଫ୍ରାନ୍ସ ଆଥଲେଟ ଆଲିସ୍ ଫିନଟ୍ 3000ମିଟର ଷ୍ଟିପଲଚେଜ୍ ଇଭେଣ୍ଟରେ 4ର୍ଥ ସ୍ଥାନରେ ରହିବା ପରେ ସାଙ୍ଗେସାଙ୍ଗେ ତାଙ୍କ ବୟଫ୍ରେଣ୍ଡଙ୍କୁ ପ୍ରପୋଜ କରିଥିଲେ । ଏହି ଖେଳାଳି 8:58.67 ସମୟରେ 3000ମିଟର ଷ୍ଟିପଲଚେଜ୍ ଇଭେଣ୍ଟ ଶେଷ କରି ଯୁରୋପରେ ନୂଆ ରେକର୍ଡ କରିଛନ୍ତି ।