ETV Bharat / technology

ଷ୍ଟାଇଲିସ ଲୁକ୍‌ ସହ ଲଞ୍ଚ ହେଲା Oben Rorr EZ ବାଇକ୍‌; ଦାମ ₹89,999

ଇଲେକ୍ଟ୍ରିକ୍‌ ବାହନ ନିର୍ମାତା କମ୍ପାନୀ ଓବେନ ଇଲେକ୍ଟ୍ରିକ୍‌ ନିଜର ଲୋକପ୍ରିୟ Rorr ସିରିଜର ନୂଆ ଇଲେକ୍ର୍ଟିକ୍‌ ମୋଟରସାଇକେଲ ଲଞ୍ଚ କରିଛି । କଣ ଖାସ ଜାଣନ୍ତୁ...

Oben electric launches Rorr EZ
Oben electric launches Rorr EZ (Credit- Oben Electric)
author img

By ETV Bharat Tech Team

Published : Nov 8, 2024, 5:29 PM IST

ହାଇଦ୍ରାବାଦ: ଓବେନ୍ ଇଲେକ୍ଟ୍ରିକ୍ (Oben Electric) ଏହାର ଦ୍ବିତୀୟ ଇଲେକ୍ଟ୍ରିକ୍‌ ବାଇକ୍ ରୋର୍‌ ଇଜେଡ (Rorr EZ) ଭାରତୀୟ ବଜାରରେ ଲଞ୍ଚ କରିଛି । କମ୍ପାନୀ ଏହି ବାଇକ୍‌କୁ ତିନୋଟି ବ୍ୟାଟେରୀ ବିକଳ୍ପ ସହିତ ବଜାର ପ୍ରବେଶ କରାଇଛି, ଯେପରିକି 2.6kWh, 3.4kWh ଏବଂ 4.4kWh । ଏହା କ୍ରେତାମାନଙ୍କୁ ବିଭିନ୍ନ ଚାଳନା ଆବଶ୍ୟକତା ପାଇଁ ନମନୀୟତା ପ୍ରଦାନ କରିଥାଏ । ଏହି ବାଇକର ପ୍ରାରମ୍ଭିକ ମୂଲ୍ୟ 89,999ଟଙ୍କା ରହିଛି ।

Oben Rorr EZ ବାଇକ୍‌
Oben Rorr EZ ବାଇକ୍‌ (Credit- Oben Electric)

ରଙ୍ଗ ଏବଂ ଗ୍ରାଫିକ୍ସ ବ୍ୟତୀତ ନୂତନ Rorr EZ ଏହାର ମାନକ ମଡେଲ୍ Rorr ସହିତ ପ୍ରାୟ ସମାନ ଦେଖାଯାଏ । ଏହି ମୋଟର ସାଇକେଲରେ ସମାନ ତିନୋଟି ରାଇଡିଂ ମୋଡ୍ ଅଛି - ଇକୋ, ସିଟି ଏବଂ ହାଭୋକ । ଏହା ସହିତ ଓବେନ୍ ତିନୋଟି ବ୍ୟାଟେରୀ ପ୍ୟାକ୍ ବିକଳ୍ପ ସହିତ Rorr EZ କୁ ଆଣିଛି । କହି ରଖୁଛୁ କି 2.6kWh ବ୍ୟାଟେରୀ ସହିତ ରାଇଡିଂ ମୋଡ୍ ଅନୁଯାୟୀ ରେଞ୍ଜ ଯଥାକ୍ରମେ 80 କିମି, 60 କିମି ଏବଂ 50 କିମି ପର୍ଯ୍ୟନ୍ତ ରହିବ ।

ସେହିପରି 3.4kWh ପ୍ରକାର ସହିତ ରେଞ୍ଜ 110 କିଲୋମିଟର, 90 କିଲୋମିଟର ଏବଂ 70 କିଲୋମିଟର ପର୍ଯ୍ୟନ୍ତ ଉପଲବ୍ଧ । ଯେଉଁଠାରେ ଟପ୍-ଏଣ୍ଡ 4.4kWh ଭାରିଏଣ୍ଟ 140 କିଲୋମିଟର, 110 କିଲୋମିଟର ଏବଂ 90 କିଲୋମିଟର ପର୍ଯ୍ୟନ୍ତ ଆସିଥାଏ । ଏହାର ଉପକରଣ ଉପରେ ନଜର ପକାଇଲେ, Rorr EZ ଏକ ଷ୍ଟାଣ୍ଡାର୍ଡ ଚାର୍ଜର ଦ୍ବାରା ଚାର୍ଜ ହୋଇପାରିବ । ଯାହାକି କିଣିବା ବେଳେ ଏହା ସହିତ ଆସିଥାଏ ।

ଏହା ବି ପଢନ୍ତୁ
  1. Oben Electricର ନୂଆ ଇଲେକ୍ଟ୍ରିକ ବାଇକ୍‌ ଲଞ୍ଚ ତାରିଖ ଖୁଲାସା; ଜାଣନ୍ତୁ କଣ ଖାସ
  2. ମାର୍କେଟକୁ ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ ଆଣୁଛି Royal Enfield; ମାର୍କେଟରେ ସାଜିପାରେ ନୂଆ ଲିଡର୍‌

ନଚେତ ଫାଷ୍ଟ ଚାର୍ଜର ମାଧ୍ୟମରେ ଏହାକୁ ଚାର୍ଜ କରାଯାଇପାରିବ, ହେଲେ ଏହାର ଦାମ କେତେ ରହିବ ସେ ସମ୍ପର୍କରେ ଏଯାବତ ଖୁଲାସା କରାଯାଇନାହିଁ । କମ୍ପାନୀ ଦାବି କରିଛି ଯେ ଷ୍ଟାଣ୍ଡାର୍ଡ ଚାର୍ଜର ସହିତ ବାଇକଟି ଫୁଲ୍‌ ଚାର୍ଜ ହେବା ଲାଗି 2.5kWh ଭାରିଏଣ୍ଟ ଲାଗି 4 ଘଣ୍ଟା ସମୟ ଲାଗିଥାଏ । ସେହିପରି 3.4kWh ଭାରିଏଣ୍ଟ ପାଇଁ 5ଘଣ୍ଟା ଓ 4.4 kWh ଭାରିଏଣ୍ଟ ପାଇଁ 7ଘଣ୍ଟା ସମୟ ଲାଗେ ।

ସେପଟେ ଫାଷ୍ଟ ଚାର୍ଜର ସହିତ 0ରୁ 80 ପ୍ରତିଶତ ଚାର୍ଜ ହେବା ଲାଗି ଯଥାକ୍ରମେ 45 ମିନିଟ୍, 1 ଘଣ୍ଟା 30 ମିନିଟ୍ ଏବଂ 2 ଘଣ୍ଟାରେ ସମୟ ଲାଗେ । ପାୱାର୍ ଟ୍ରେନ୍ ବିଷୟରେ କହିବାକୁ ଗଲେ ସମସ୍ତ 3ଟି ପ୍ରକାର ସମାନ ଇଲେକ୍ଟ୍ରିକ୍ ମୋଟର ସହିତ ଆସିଛି, ଯାହାକି ସର୍ବାଧିକ 7.5kWର ପାୱାର୍ ଆଉଟପୁଟ୍ ଏବଂ 52Nm ଟର୍କ ପ୍ରଦାନ କରିବା ଲାଗି ଟ୍ୟୁନ୍ କରାଯାଇଛି । ଓବେନ୍ ଦାବି କରିଛନ୍ତି ଯେ ମୋଟରସାଇକେଲ୍ 3.3 ସେକେଣ୍ଡ ମଧ୍ୟରେ 0-40 କିଲୋମିଟର ପ୍ରତି ଘଣ୍ଟାର ସ୍ପିଡ ବଢାଇପାରେ ।ଏବଂ ଏହାର ସର୍ବାଧିକ ବେଗ 95 କିଲୋମିଟର । Oben Rorr EZର ଓଜନ ବ୍ୟାଟେରୀ ପ୍ୟାକ୍‌ ଆଧାରରେ ଅଲଗା ଅଲଗା ହୋଇଥାଏ । 2.6kWh ପାଇଁ 138କିଗ୍ରା, 3.4kWh ଲାଗି 143କିଗ୍ରା ଓ 4.4kWh ଭାରିଏଣ୍ଟ ଲାଗି 148କିଗ୍ରା ରହିଥାଏ ।

Oben Rorr EZର ଦାମ:-

  • Oben Rorr EZର ବେସ୍‌ ବାଇକ୍‌ 2.6kWh ଭାରିଏଣ୍ଟର ଦାମ 89,999 ଟଙ୍କା ।
  • ମିଡ-ସ୍ପେକ୍‌ 3.4kWh ଭାରିଏଣ୍ଟର ଦାମ 99,999 ଟଙ୍କା ।
  • ଟପ୍‌-ସ୍ପେକ୍‌ 4.4kWh ଭାରିଏଣ୍ଟର ଦାମ 1.10 ଲକ୍ଷ ଟଙ୍କା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.