କାନ୍ଦୁଛି ସାହାଜଖୋଲ ସଂରକ୍ଷିତ ଜଙ୍ଗଲ, ଅଚିନ୍ତାରେ ବନ ବିଭାଗ ! - SAHAJKHOL RESERVE FOREST KALAHANDI
🎬 Watch Now: Feature Video
Published : Nov 8, 2024, 6:14 PM IST
ଭବାନୀପାଟଣା: ଜଙ୍ଗଲ ମାଫିଆଙ୍କ କବଜାରେ ସାହାଜଖୋଲ । ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଉଭୟ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଳାର ଶୋଭାବର୍ଦ୍ଧନ କରୁଛି । ଉଚ୍ଚ ଆମପାଣି ଘାଟି ଉଭୟ ଜିଲ୍ଲାର ଜୀବନ ରେଖା କିନ୍ତୁ ଧିରେ ଧିରେ ଜଙ୍ଗଲ କ୍ଷୟ ହେବାରେ ଲାଗିଛି । ଜଙ୍ଗଲ କାଟି ମାଫିଆମାନେ କାଠ ନେଇ ଯାଉଥିବା ବେଳେ ପ୍ରତିବାଦକୁ ଓହ୍ଲାଇଛନ୍ତି ସ୍ଥାନୀୟ ଅଞ୍ଚଳର ଲୋକେ ।ଏଥିପ୍ରତି ବନ ବିଭାଗ ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ଲୋକେ । ଯାହାକୁ ନେଇ ଜାତୀୟ ରାଜପଥ ଉପରେ ଜଙ୍ଗଲ ସୁରକ୍ଷାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି 'ଜଙ୍ଗଲ ସୁରକ୍ଷା ସମିତି' ।
ଗତକାଲି (ଗୁରୁବାର) ଦିନ କଳାହାଣ୍ଡି, ଜଙ୍ଗଲ ସୁରକ୍ଷା ସମିତିର ସଦସ୍ୟମାନେ କୋକସରା ବ୍ଲକ ଆମପାଣି ଫରେଷ୍ଟ କାର୍ଯ୍ୟାଳୟ ସମ୍ମୁଖରେ ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବା ସହ ଜଙ୍ଗଲ ବିଭାଗ କାର୍ଯ୍ୟାଳୟରେ ତାଲା ପକାଇଥିଲେ । ଜଙ୍ଗଲ ସୁରକ୍ଷା କମିଟିର ଆହ୍ୱାନ କ୍ରମେ ଶତାଧିକ ଅଞ୍ଚଳବାସୀ ଏହି ପ୍ରତିବାଦରେ ସାମିଲ ହୋଇଛନ୍ତି । ସେପଟେ ଜାତୀୟ ରାଜପଥ ଅବରୋଧ ହେବା ଫଳରେ ବରଗଡ଼ ବୋରିଗୁମ୍ମାକୁ ଯାତାୟାତ ଠପ୍ ହୋଇଛି ।
କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଳାର ସୀମାବର୍ତ୍ତୀ ଅଞ୍ଚଳରେ ରହିଛି ସାହାଜ ଖୋଲ ସଂରକ୍ଷିତ ଜଙ୍ଗଲ । ଯାହାର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବାବେଳ ଆମପାଣି ଘାଟି, ଡୋକରୀ ଚଞ୍ଚରା ଜଳପ୍ରପାତ ଭଳି ଅନେକ ଛୋଟ ବଡ଼ ଜଳପ୍ରପାତ ଏହି ଜଙ୍ଗଲ ମଧ୍ୟରେ ରହିଛି । ଏଠାକାର ସବୁଜ ବନାନୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବାବେଳେ ଅନ୍ୟପଟେ ଦିନକୁ ଦିନ ଜଙ୍ଗଲ କ୍ଷୟ ହେବାରେ ଲାଗିଛି ।
ଏହା ମଧ୍ୟ ପଢନ୍ତୁ ...ବ୍ରହ୍ମପୁରରେ ବୁଲୁଛି ବାଘ ! ଆତଙ୍କିତ ଅଞ୍ଚଳବାସୀ, ସତର୍କ କରାଉଛି ବନବିଭାଗ
ଇଟିଭି ଭାରତ, କଳାହାଣ୍ଡି