ଓଡିଶା

odisha

ETV Bharat / sports

ବର୍ଡର-ଗାଭାସ୍କର ଟ୍ରଫି ଖେଳିବେନି ରୋହିତ ଶର୍ମା ! ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା

Rohit Sharma to Miss BGT : ରୋହିତ ଶର୍ମାଙ୍କ ବିନା ବର୍ଡର-ଗାଭାସ୍କର ଟ୍ରଫି ଖେଳିବ ଭାରତ । କାହାକୁ ମିଳିବ ନେତୃତ୍ବ ? କିଏ କରିବେ ଓପନିଂ ? ଜାଣନ୍ତୁ,

By ETV Bharat Sports Team

Published : 5 hours ago

Rohit Sharma to Miss BGT
Rohit Sharma to Miss BGT (AP)

ହାଇଦ୍ରାବାଦ : ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ହାଇ-ପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟ ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଛି ଏକ ଖରାପ ଖବର । ବ୍ୟକ୍ତିଗତ କାରଣରୁ ଏହି ସିରିଜର ପ୍ରଥମ ଗୋଟିଏ କିମ୍ବା ଦୁଇଟି ମ୍ୟାଚ୍‌ ଖେଳି ନପାରନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା । ତେବେ ରୋହିତ ନଖେଳିଲେ ତାଙ୍କ ସ୍ଥାନରେ କାହାକୁ ମିଳିବ ସୁଯୋଗ ? ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ହୋଇଛି ।

ରୋହିତ ଖେଳିବେନି BGT ! :-

ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ଟୁର୍ଣ୍ଣାମେଣ୍ଟ ଆସନ୍ତା ନଭେମ୍ବର 22ରୁ ଆରମ୍ଭ ହେବାକୁ ଯାଉଛି । ଏହି ସିରିଜର ପ୍ରଥମ ମ୍ୟାଚ୍‌ ନଭେମ୍ବର 22ରୁ 26 ତାରିଖ ପର୍ଯ୍ୟନ୍ତ ଐତିହାସିକ ପର୍ଥରେ ଖେଳାଯିବ । ଏହାପରେ ସିରିଜର ଦ୍ବିତୀୟ ମ୍ୟାଚ୍‌ ଆଡିଲେଡ୍‌ରେ ଡିସେମ୍ବର 6ରୁ 10 ତାରିଖ ପର୍ଯ୍ୟନ୍ତ ଖେଳାଯିବ । ତେବେ ବ୍ୟକ୍ତିଗତ କାରଣରୁ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଏହି ସିରିଜର ପ୍ରଥମ ଗୋଟିଏ କିମ୍ବା ଦୁଇଟି ମ୍ୟାଚ୍‌ ଖେଳନପାରନ୍ତି । ଖବର ସରୋବରାହ ସଂସ୍ଥା PTIରେ ପ୍ରକାଶିତ ଏହି ରିପୋର୍ଟ ଭାରତୀୟ ପ୍ରଶଂସକଙ୍କୁ ନିରାଶ କରିଛି ।

ଯଦିଓ ଏନେଇ ବିସିସିଆଇ କିମ୍ବା ରୋହିତଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ, ହେଲେ ପ୍ରକାଶିତ ରିପୋର୍ଟ ଅନୁସାରେ କିଛି ବ୍ୟକ୍ତିଗତ କାରଣରୁ ରୋହିତ ପ୍ରଥମ ଗୋଟିଏ କିମ୍ବା ଦୁଇଟି ମ୍ୟାଚ୍‌ରେ ଅନୁପସ୍ଥିତ ରହିବା ନେଇ ଚୟନକର୍ତ୍ତା ଓ ବିସିସିଆଇର ଅନ୍ୟ ଅଧିକାରୀଙ୍କୁ ଜଣାଇଛନ୍ତି । ତେବେ ଯଦି ସିରିଜ ପୂର୍ବରୁ ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯାଏ, ତେବେ ସେ ହୁଏତ ସମସ୍ତ 5ଟି ଯାକ ମ୍ୟାଚ୍‌ ମଧ୍ୟ ଖେଳିପାରନ୍ତି । 37 ବର୍ଷୀୟ ରୋହିତଙ୍କ ନେତୃତ୍ବରେ ବାଂଲାଦେଶ ବିପକ୍ଷରେ ଆକ୍ରମଣାତ୍ମକ ଅନ୍ଦାଜରେ ଖେଳି ଭାରତ ନିକଟରେ ସିରିଜକୁ ବାଂଲାଦେଶଠାରୁ 2-0ରେ କ୍ଲିନସ୍ବିପ କରି ଆଣିଥିଲା । ଏହାପରେ ଅକ୍ଟୋବର 16ରେ ଆରମ୍ଭ ହେବାକୁ ଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି ରୋହିତ ।

କିଏ ନେବ ରୋହିତଙ୍କ ସ୍ଥାନ ? :-

ଯଦି ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ କିମ୍ବା ଦ୍ବିତୀୟ ମ୍ୟାଚ୍‌ ମିସ୍‌ କରନ୍ତି, ତେବେ ସେହି ସ୍ଥାନରେ ଚୟନକର୍ତ୍ତା କାହାକୁ ସୁଯୋଗ ଦେବେ ତାହା ଆଲୋଚନାର ବିଷୟ । ରିପୋର୍ଟ ଅନୁସାରେ ବିସିସିଆଇର ଡୋମେଷ୍ଟିକ ଟୁର୍ଣ୍ଣାମେଣ୍ଟରେ ଇନ୍‌-ଫର୍ମ ବ୍ୟାଟର ଅଭିମନ୍ୟୁ ଈଶ୍ବରନ ଚୟନକର୍ତ୍ତାଙ୍କୁ ବେଶ ପ୍ରଭାବିତ କରିଛନ୍ତି । ତେଣୁ ସେ ଏଖ ବିକଳ୍ପ ହୋଇପାରନ୍ତି । ଅନ୍ୟପଟେ ଶୁଭମନ ଗିଲ ଓ କେଏଲ୍‌ ରାହୁଲ ମଧ୍ୟ ଓପନିଂ ସ୍ଲଟରେ ପର୍ଯ୍ୟାପ୍ତ ଅଭିଜ୍ଞତା ଥିବା ଖେଳାଳି ଚୟନକର୍ତ୍ତାଙ୍କ ନଜରରେ ରହିବେ । ଏହି ସମୟରେ ଅଭିମନ୍ୟୁ ଈଶ୍ବରନଙ୍କ ନେତୃତ୍ବରେ ଇଣ୍ଡିଆ 'ଏ' ଦଳ ଅଷ୍ଟ୍ରେଲିଆ ଗସ୍ତରେ ଥିବ ।

ଅନ୍ୟପଟେ ବାଂଲାଦେଶ ବିପକ୍ଷ 2 ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତୀୟ ଦଳରେ କୌଣସି ଖେଳାଳିଙ୍କୁ ରୋହିତଙ୍କ ଡେପୁଟି ଭାବେ ଘୋଷଣା କରାଯାଇନଥିଲା । ତେଣୁ ରୋହିତ ଅନୁପସ୍ଥିତ ରହିଲେ BGTରେ ଭାରତର ନେତୃତ୍ବ କିଏ ନେବ, ତାହା ମଧ୍ୟ ଅସ୍ପଷ୍ଟ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details