ଓଡିଶା

odisha

ETV Bharat / sports

HBD 'କମ୍‌ବ୍ୟାକ୍‌ କିଙ୍ଗ' ଋଷଭ ପନ୍ତ; ଭାଙ୍ଗିଥିଲେ ଅଷ୍ଟ୍ରେଲିଆର 33 ବର୍ଷର ଗର୍ବ - Rishabh Pant Birthday - RISHABH PANT BIRTHDAY

Happy Birthday Rishabh Pant : ଭାରତୀୟ ଦଳର ଷ୍ଟାର ୱିକେଟ-କିପର ବ୍ୟାଟର ଋଷଭ ପନ୍ତଙ୍କର ଆଜି ହେଉଛି 27ତମ ଜନ୍ମଦିନ । ଜାଣନ୍ତୁ କେମିତି ପାଲଟିଲେ 'କମ୍‌ବ୍ୟାକ୍‌ କିଙ୍ଗ' । ଅଧିକ ପଢ଼ନ୍ତୁ

Happy Birthday Rishabh Pant
Happy Birthday Rishabh Pant (ETV Bharat Odisha)

By ETV Bharat Sports Team

Published : Oct 4, 2024, 3:16 PM IST

ହାଇଦ୍ରାବାଦ : ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ୱିକେଟ୍‌-କିପର ବ୍ୟାଟର ଋଷଭ ପନ୍ତ ଆଜି ତାଙ୍କର 27 ତମ ଜନ୍ମଦିନ ପାଳନ କରୁଛନ୍ତି । ବର୍ତ୍ତମାନ ପନ୍ତ ଦ୍ବିତୀୟ ଜନ୍ମ ପାଇଥିବା ବିବେଚନା କରାଯାଇପାରେ । 30 ଡିସେମ୍ବର 2022ରେ ଏହି ଭାରତୀୟ କ୍ରିକେଟର ଏକ ଭୟଙ୍କର କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ, ଏହାପରେ ପନ୍ତ ମୃତ୍ୟୁକୁ ପରାସ୍ତ କରି 2024 ମସିହାରେ କ୍ରିକେଟ୍ ପଡ଼ିଆକୁ ପ୍ରତ୍ୟାବର୍ତ୍ତନ କରି ସମଗ୍ର ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିଲେ । ଆଜି, ତାଙ୍କ ଜନ୍ମଦିନ ଅବସରରେ, ଆମେ ଆପଣଙ୍କୁ ତାଙ୍କ ସହ ଜଡିତ କିଛି ଗୁରୁତ୍ବପୂର୍ଣ୍ଣ ଓ ମଜାଦାର କଥା କହିବାକୁ ଯାଉଛୁ ।

ଋଷଭ ପନ୍ତଙ୍କ ଜୀବନର କିଛି ଗୁରୁତ୍ବପୂର୍ଣ୍ଣ ଓ ମଜାଦାର କଥା :-

  • ଋଷଭ ପନ୍ତଙ୍କ ନିଜ ଘର ଉତ୍ତରାଖଣ୍ଡର ଗଙ୍ଗୋଲିହାଟରେ । ପନ୍ତଙ୍କ ପରିବାର ଏବେ ହରିଦ୍ବାରର ରୁଡ଼କିଠାରେ ରହୁଛନ୍ତି । 4 ଅକ୍ଟୋବର 1997ରେ ପନ୍ତଙ୍କ ଜନ୍ମ ହୋଇଥିଲା ।
  • କ୍ରିକେଟ ଖେଳିବା ପାଇଁ ପନ୍ତ ଉତ୍ତରାଖଣ୍ଡରୁ ଦିଲ୍ଲୀ ଆସିଥିଲେ । ଦିଲ୍ଲୀରେ ରହିବାକୁ ତାଙ୍କର ଘର ନଥିବାରୁ ସେ ତାଙ୍କ ମାଆଙ୍କ ସହ ଗୁରୁଦ୍ବାରରେ ଦିନ କଟାଇଲେ । ସେହି ସମୟରେ ସେ ଗୁରୁଦ୍ବାରରେ ମାଗଣାରେ ମିଳୁଥିବା ପ୍ରସାଦ (ଲଙ୍ଗର) ଖାଇ ମ୍ୟାଚ୍ ଖେଳୁଥିଲେ ।
  • 2016ରେ ଅଣ୍ଡର-19 ବିଶ୍ବକପରେ ଈଶାନ କିଶନଙ୍କ ଅଧିନାୟକତ୍ୱରେ ତାଙ୍କ ସହିତ ଓପନିଂ କରି ପନ୍ତ ଲାଇମ ଲାଇଟକୁ ଆସିଥିଲେ ଏବଂ ଦୁଇ ବର୍ଷ ମଧ୍ୟରେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଥିଲେ ।
  • ପନ୍ତ 2015ରେ ରଣଜୀ ଟ୍ରଫି ଖେଳିଥିଲେ, ଏହାପରେ 2016-17 ସିଜନରେ ସେ 8ଟି ମ୍ୟାଚ୍‌ ଖେଳି 81 ହାରରେ 972 ରନ୍ ସ୍କୋର କରିଥିଲେ । ସେ ଏକ ତ୍ରିଶତକ ହାସଲ କରି ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
  • ଆଇପିଏଲ୍ 2016ରେ ପନ୍ତଙ୍କୁ ଦିଲ୍ଲୀ ଡେୟାରଡେଭିଲ୍ସ 1.9 କୋଟି ଟଙ୍କାରେ କିଣିଥିଲା । ଋଷଭ ପନ୍ତ ବର୍ତ୍ତମାନ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଛନ୍ତି, ସେ ମଧ୍ୟ ଦଳର ଅଧିନାୟକ ରହିଛନ୍ତି ।
  • ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ସହ ଋଷଭ ପନ୍ତଙ୍କ ନାମକୁ ନେଇ ଅନେକ ଗୁଜବ ହୋଇଛି । ଉର୍ବଶୀଙ୍କୁ ନେଇ ପନ୍ତ ସୋସିଆଲ ମିଡିଆରେ ଏବଂ କ୍ରିକେଟ୍ ପଡ଼ିଆରେ ଅନେକ ଥର ଟ୍ରୋଲ ମଧ୍ୟ ହୋଇଛନ୍ତି ।
  • ପନ୍ତଙ୍କ ନାମକୁ ମଧ୍ୟ ଇଶା ନେଗି ସହିତ ଯୋଡ଼ା ଯାଇଥିଲା । ଇଶାଙ୍କୁ ପନ୍ତଙ୍କ ଗର୍ଲଫ୍ରେଣ୍ଡ ବୋଲି ମଧ୍ୟ ଲୋକେ କୁହନ୍ତି । ଯଦିଓ ଦୁହେଁ ନିଜ ସମ୍ପର୍କ ବିଷୟରେ କୌଣସି ସ୍ପଷ୍ଟତା ଦେଇନାହାଁନ୍ତି । ଇଶା ଜଣେ ଇଣ୍ଟେରିୟର ଡିଜାଇନର୍ । ଇଶା ଡେରାଡୁନରୁ ଅନେକ ଥର ଆଇପିଏଲ ଦେଖିବାକୁ ଆସି ଚର୍ଚ୍ଚାକୁ ଆସିଛନ୍ତି ।

ଋଷଭ ପନ୍ତଙ୍କ କ୍ରିକେଟ କ୍ୟାରିୟର :-

2017ରେ ଋଷଭ ପନ୍ତ ଭାରତ ପାଇଁ ଟି20 ଫର୍ମାଟରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ଏହାପରେ, 2018ରେ ସେ ଦିନିକିଆ ଏବଂ ଟେଷ୍ଟ ଡେବ୍ୟୁ କରିଥିଲେ । ସେ ଭାରତ ପାଇଁ 34 ଟେଷ୍ଟ ମ୍ୟାଚ୍‌ର 58 ପାଳି ଖେଳି 6ଟି ଶତକ ଏବଂ 11 ଅର୍ଦ୍ଧଶତକ ସହ 2419 ରନ୍ ସଂଗ୍ରହ କରିଛନ୍ତି । 31ଟି ଦିନିକିଆ ମ୍ୟାଚ୍‌ର 27 ଇନିଂସରେ ସେ ଗୋଟିଏ ଶତକ ଏବଂ 5 ଅର୍ଦ୍ଧଶତକ ସହ 871 ରନ୍ ସ୍କୋର କରିଛନ୍ତି । ସେ 3ଟି ଅର୍ଦ୍ଧଶତକ ସହ 76 ଟି20 ମ୍ୟାଚରେ 1209 ରନ୍ ସଂଗ୍ରହ କରିଛନ୍ତି । ୱିକେଟ୍ ପଛରେ ରହି ପନ୍ତ ଟେଷ୍ଟରେ 120, ଦିନିକିଆରେ 27 ଏବଂ ଟି20ରେ 40 ୱିକେଟ୍ ଭାରତକୁ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details