ନୂଆଦିଲ୍ଲୀ : ନିକଟରେ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ସଚିବ ଜୟ ଶାହ ଆଇସିସିର ଚେୟାରମ୍ୟାନ୍ ଭାବେ ନିର୍ବାଚିତ ହୋଇଛନ୍ତି । ଜୟ ଶାହ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଅଧ୍ୟକ୍ଷ ହେବା ପରେ ଲୋକସଭାର ବିରୋଧୀ ଦଳର ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ରାହୁଲ ଗାନ୍ଧୀ ଜମ୍ମୁ କାଶ୍ମୀରର ଅନନ୍ତନାଗଠାରେ ଏକ ନିର୍ବାଚନୀ ସଭାକୁ ଉଦ୍ବୋଧନ ଦେବା ସମୟରେ ନାଁ ନନେଇ ଜୟ ଶାହଙ୍କ ଉପରେ ମଧ୍ୟ ଜୋରଦାର ଆକ୍ରମଣ କରିଛନ୍ତି ।
ଜୟ ଶାହ ଟାର୍ଗେଟ କଲେ ରାହୁଲ :-
ରାହୁଲ ଗାନ୍ଧୀ ଏହି ନିର୍ବାଚନୀ ରାଲିରେ କହିଛନ୍ତି, "ସମସ୍ତ ସୁବିଧା ଏବଂ ଦେଶର ସମସ୍ତ ବ୍ୟବସାୟ କେବଳ 3-4 ଜଣଙ୍କୁ ହିଁ ମିଳୁଛି । ଅମିତ ଶାହଙ୍କ ପୁଅ କେବେ ବି କ୍ରିକେଟ୍ ବ୍ୟାଟ୍ ଉଠାଇ ନାହାଁନ୍ତି, କିନ୍ତୁ କ୍ରିକେଟ୍ ଅଧ୍ୟକ୍ଷ ହୋଇଛନ୍ତି । 6-7 ଜଣ ଲୋକ ଦେଶ ଚଳାଉଛନ୍ତି ଏବଂ ଭାବୁଛନ୍ତି ଯେ ଭାରତ, ଜାମ୍ମୁ କାଶ୍ମୀର ତଥା ଅନ୍ୟ ରାଜ୍ୟର ଲୋକେ ନୀରବ ରହିବେ ।" କଂଗ୍ରେସ ଏହାର ଅଫିସିଆଲ୍ ସୋସିଆଲ୍ ମିଡିଆ ହ୍ୟାଣ୍ଡଲ୍ 'X'ରେ କିଛି ସେକେଣ୍ଡର ଏକ ଭିଡିଓ ଜାରି କରିଛି । ଯେଉଁଥିରେ ଜୟ ଶାହ ଆଇସିସି ଅଧ୍ୟକ୍ଷ ହେବା ଉପରେ ରାହୁଲ ଗାନ୍ଧୀ ଆକ୍ରମଣାତ୍ମକ ଉଦ୍ବୋଧନ ଦେଉଥିବା ଦେଖିବାକୁ ମିଳିଛି । ପ୍ରକାଶ ଥାଉ, ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଅ ତଥା ବିସିସିଆଇ ସଚିବ ଥିବା ଜୟ ଶାହ ଆଇସିସି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । 2019ରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ବିସିସିଆଇର ସଚିବ ଥିଲେ ।
ପରୋକ୍ଷରେ ସମାଲୋଚନା କରିଥିଲେ ମମତା :-