ଓଡିଶା

odisha

ପାରାଲିମ୍ପିକ୍ସରେ ଆଶ୍ଚର୍ଯ୍ୟ ! ଦୁଇ ହାତ ନଥାଇ ପହଁରାରେ ଜିତିଲେ ସ୍ବର୍ଣ୍ଣ - Paris Paralympics 2024

By ETV Bharat Sports Team

Published : Sep 4, 2024, 5:36 PM IST

Paris Paralympics 2024 Brazilian Swimmer Without Hand : ବିଶ୍ବରେ ଏପରି ଅନେକ ଆଥଲେଟ ଅଛନ୍ତି, ଯେଉଁମାନେ ସେମାନଙ୍କର ପରିଶ୍ରମ ଏବଂ ସଂଘର୍ଷ ସହିତ ଅନେକ ସଫଳତା ହାସଲ କରିଛନ୍ତି । ହେଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ବିନା ହାତରେ ପହଁରି ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ସ୍ବିମର । ଅଧିକ ପଢ଼ନ୍ତୁ

Brazilian Swimmer Without Hand
Brazilian Swimmer Without Hand (AFP Photos)

ନୂଆଦିଲ୍ଲୀ : ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ପରି ବିଶ୍ବସ୍ତରୀୟ କ୍ରୀଡ଼ାରେ ଅନେକ ଆଶ୍ଚର୍ଯ୍ୟ ଦେଖିବାକୁ ମିଳିଥାଏ । ଏପରି ଏକ ଉଦାହରଣ ହେଉଛନ୍ତି ବ୍ରାଜିଲର ଜଣେ ସନ୍ତରଣକାରୀ । ଏହାପୂର୍ବରୁ, 7 ମାସର ଗର୍ଭବତୀ ଥିବା ସତ୍ତ୍ବେ ପ୍ୟାରିସ୍‌ ଅଲିମ୍ପିକ୍ସରେ ଇଜିପ୍ଟର ଫେନସର ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିଲେ । ବର୍ତ୍ତମାନ ଜାରି ରହିଥିବା ପାରାଲିମ୍ପିକ୍ସରେ ମଧ୍ୟ ଏପରି ଅନେକ ଆଥଲେଟ୍ ବିଶ୍ବବ୍ୟାପୀ ଚର୍ଚ୍ଚାକୁ ଆସିଛନ୍ତି । ହେଲେ ସମସ୍ତଙ୍କୁ ଚକିତ କରିଛନ୍ତି ହାତ ନଥିବା ବ୍ରାଜିଲର ଜଣେ ସନ୍ତରଣକାରୀ ।

ବିନା ହାତରେ ପହଁରି ଜିତିଲେ ଗୋଲ୍ଡ :-

ପ୍ୟାରିସ ପାରାଲିମ୍ପିକ୍ସରେ ଭାରତୀୟ ମହିଳା ଆର୍ଚ୍ଚର ଶୀତଲ୍ ଦେବୀଙ୍କ ଭଳି ଅନେକ ଆଥଲେଟ ଅଛନ୍ତି, ଯେଉଁମାନେ ବିନା ହାତରେ ବିଭିନ୍ନ କ୍ରୀଡ଼ାରେ ଭାଗନେଇ ପଦକ ଜିତିଛନ୍ତି । କିନ୍ତୁ ଆପଣ କେବେ ଭାବିଛନ୍ତି, କେହି ବିନା ହାତରେ ପହଁରି ପାରିବେ ? ସେ କେବଳ ପହଁରି ପାରିବେ, ତା'ନୁହେଁ, ବରଂ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ମଧ୍ୟ ଜିତିପାରିବେ ! ହଁ ଆଜ୍ଞା, ଏହିପରି ଜଣେ ବ୍ରାଜିଲର ଆଥଲେଟ୍, ଯିଏ ଦୁଇ ହାତ ନଥାଇ ମଧ୍ୟ ସନ୍ତରଣ ଇଭେଣ୍ଟରେ ନିଜ ଦେଶ ପାଇଁ ଗୌରବ ଆଣିଛନ୍ତି । ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ କେହି ବିନା ହାତରେ କିପରି ପହଁରି ପାରିବେ ?

ବ୍ରାଜିଲର ସନ୍ତରଣକାରୀ 'ଗୌବ୍ରିୟଲ୍ ଜିହ୍ନୋ' ପ୍ୟାରିସ୍ ପାରାଲିମ୍ପିକ୍ସରେ ତାଙ୍କର ତୃତୀୟ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । କେବଳ ଇତିହାସ ସୃଷ୍ଟି କରିଛନ୍ତି ତା'ନୁହେଁ, ବରଂ ଲୋକଙ୍କୁ ଦେଖାଇଛନ୍ତି ଯେ ବିନା ହାତରେ ମଧ୍ୟ ପହଁରିବା ସମ୍ଭବ । ପ୍ୟାରିସ୍ ପାରାଲିମ୍ପିକ୍ସ 2024ରେ ସେ ତୃତୀୟ ସ୍ବର୍ଣ୍ଣ ପଦକ ଜିତିବା ପରେ ଉପସ୍ଥିତ ଦର୍ଶକ ତାଙ୍କୁ ଛିଡା ହୋଇ ଶୁଭେଚ୍ଛା ଜଣାଇଥିଲେ ।

ଟୋକିଓ ରେକର୍ଡ ଭାଙ୍ଗିଲେ :-

22 ବର୍ଷୀୟ ସନ୍ତରଣକାରୀ ଗୋବ୍ରିୟଲଙ୍କର ବାହୁ କିମ୍ବା ହାତ ନାହିଁ ଏବଂ ଗୋଡ ବହୁତ ଛୋଟ । ସେ 100 ମିଟର ବ୍ୟାକଷ୍ଟ୍ରୋକ୍ ଏବଂ 50 ମିଟର ବ୍ୟାକଷ୍ଟ୍ରୋକରେ ସ୍ବର୍ଣ୍ଣ ଜିତିବା ପରେ 200 ମିଟର ଫ୍ରିଷ୍ଟାଇଲର S2 ବର୍ଗରେ ମଧ୍ୟ ସ୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଛନ୍ତି । ଗୋବ୍ରିୟଲ୍ 200 ମିଟର ଫ୍ରିଷ୍ଟାଇଲ୍ ସନ୍ତରଣରେ କେବଳ 3 ମିନିଟ୍ ଓ 58.92 ସେକେଣ୍ଡ୍‌ ସମୟ ସହିତ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଏହା ପୂର୍ବରୁ ସେ ଟୋକିଓ ପାରାଲିମ୍ପିକ୍ସ 2020ରେ ଦୁଇଟି ସ୍ବର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ଜିତିଥିଲେ । ସୂଚନାଯୋଗ୍ୟ, S2 ବର୍ଗରେ ଗୋଡ ଏବଂ ହାତ ଅଧିକ ପ୍ରଭାବିତ ଥିବା ସନ୍ତରଣକାରୀ ଅନ୍ତର୍ଭୁକ୍ତ ହୋଇଥାନ୍ତି । ଏହି ସନ୍ତରଣକାରୀମାନେ ପ୍ରାୟତଃ ସେମାନଙ୍କର ବାହୁ ଏବଂ କାନ୍ଧରୁ ଉତ୍ପନ୍ନ ଶକ୍ତି ବ୍ୟବହାର କରି ପହଁରନ୍ତି ।

ଏହା ମଧ୍ୟ ପଢ଼ନ୍ତୁ :-IAS ଅଧିକାରୀଙ୍କୁ ପାରାଲିମ୍ପିକ୍ସରେ ରୌପ୍ୟ ପଦକ; ପତ୍ନୀ ଜିତିଥିଲେ Mrs India ଟାଇଟଲ - Paralympics Silver Medalist IAS

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details