ପ୍ୟାରିସ (ଅଲିମ୍ପିକ୍ସ): ପ୍ୟାରିସ୍ ଅଲିମ୍ପିକ୍ସ 2024ର ନବମ ଦିନ, ଅର୍ଥାତ 4 ଅଗଷ୍ଟ ଭାରତ ପାଇଁ କମ୍ ସୁଖ ଆଣିଥିଲା, କିନ୍ତୁ ଅଧିକ ଦୁଃଖ ଦେଇଥିଲା । କାରଣ ଭାରତ ପାଇଁ ଦୁଇ ବଡ ପଦକ ପ୍ରତିଯୋଗୀ ଲୋଭଲିନା ବୋର୍ଗୋହେନ୍ (ବକ୍ସିଂ) ଏବଂ ଲକ୍ଷ୍ୟ ସେନ୍ (ବ୍ୟାଡମିଣ୍ଟନ୍) ନିଜ ନିଜ ମ୍ୟାଚ୍ ହାରିଥିଲେ । ଅନ୍ୟପଟେ ଭାରତୀୟ ହକି ଦଳ ରୋମାଞ୍ଚକର ମ୍ୟାଚ୍ରେ ଶୁଟ୍ଆଉଟରେ ଗ୍ରେଟ ବ୍ରିଟେନକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ତେବେ ଆଜି ଦିନଟି ପ୍ୟାରିସରେ ଭାରତ ପାଇଁ ଏକ ବଡ଼ ଦିନ ହେବାକୁ ଯାଉଛି । ଏପର୍ଯ୍ୟନ୍ତ କେବଳ 3ଟି ପହଦକ ଜିତିଥିବା ଭାରତକୁ ଆଜି ଆସିପାରେ 4ର୍ଥ ପଦକ । ବ୍ରୋଞ୍ଜ ମେଡାଲ ପାଇଁ ମୈଦାନକୁ ଓହ୍ଲାଇବେ ଷ୍ଟାର ସଟ୍ଲର ଲକ୍ଷ୍ୟ ସେନ । ଏଠାରେ ନଜର ପକାନ୍ତୁ ଆଜି, ଅଲିମ୍ପିକ୍ସ ଦଶମ ଦିନର ସମ୍ପୂର୍ଣ୍ଣ କ୍ରୀଡ଼ାସୂଚୀ ଉପରେ,
5 ଅଗଷ୍ଟ(ସୋମବାର) ଭାରତୀୟ ଆଥଲେଟଙ୍କ ଅଲିମ୍ପିକ୍ କ୍ରୀଡ଼ାସୂଚୀ :-
ଶୁଟିଂ: ପ୍ୟାରିସ ଅଲିମ୍ପିକ୍ସ 2024ରେ ଆଜି ଅନନ୍ତ ଜିତ ସିଂ ନାରୁକା ଏବଂ ମହେଶ୍ବରୀ ଚୌହାନ ଭାରତ ପାଇଁ ସ୍କିଟ୍ ମିଶ୍ରିତ ଦଳ ଯୋଗ୍ୟତାରେ ଦେଖିବାକୁ ମିଳିବେ । ଏହି ଇଭେଣ୍ଟରେ ମୋଟ 15ଟି ଦେଶର ଦଳ ଅଂଶଗ୍ରହଣ କରିବାକୁ ଯାଉଛନ୍ତି ।
- ସ୍କିଟ୍ ମିଶ୍ରିତ ଦଳ ଯୋଗ୍ୟତା ପର୍ଯ୍ୟାୟ (ଅନନ୍ତ ଜିତ ସିଂ ନାରୁକା ଏବଂ ମହେଶ୍ବରୀ ଚୌହାନ) - ଦିନ 12:30
ଟେବୁଲ ଟେନିସ: ଆଜି ଟେବୁଲ୍ ଟେନିସ୍ ମହିଳା ରାଉଣ୍ଡ ଅଫ୍ 16 ଇଭେଣ୍ଟରେ ଭାରତୀୟ ଖେଳାଳିଙ୍କୁ ଦେଖିବାକୁ ମିଳିବ । ଏଥିରେ ଭାରତୀୟ ଷ୍ଟାର ପ୍ୟାଡଲର ଅର୍ଚ୍ଚନା କାମାଥ, ମନିକା ବତ୍ରା ଏବଂ ଶ୍ରୀଜା ଅକୁଲାଙ୍କୁ ଦେଖିବାକୁ ମିଳିବ । ଆଜି ଭାରତୀୟ ମହିଳା ଦଳ ରୋମାନିଆ ଦଳ ବିପକ୍ଷରେ ରାଉଣ୍ଡ ଅଫ୍ 16 ମ୍ୟାଚ୍ ଖେଳିବ ।
- ଟେବୁଲ୍ ଟେନିସ୍ ମହିଳା ରାଉଣ୍ଡ ଅଫ୍ 16 - ଦିନ 1:30