ଓଡିଶା

odisha

ETV Bharat / sports

ମୋର ଏବେବି ବିଶ୍ବାସ ହେଉନି ମୁଁ ପଦକ ଜିତିଛି: ଅମନ ସେରାଓ୍ବାତ - Aman Sehrawat Reaction - AMAN SEHRAWAT REACTION

Aman Sehrawat Reaction: ପଦକ ଜିତିବା ପରେ ଅମନ ଦେଲେ ପ୍ରଥମ ପ୍ରତିକ୍ରିୟା । ମେଡାଲ ଜିତିଥିବା ବିଶ୍ବାସ କରିପାରୁନାହନ୍ତି ବୋଲି କହିଛନ୍ତି । ଏହି ପଦକ ତାଙ୍କ ବାପା ମାଆଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ବୋଲି ତାଙ୍କ ଦାଦା କହିଛନ୍ତି । ଅଧିକ ପଢନ୍ତୁ

Aman Sehrawat Reaction
Aman Sehrawat Reaction (ANI)

By ETV Bharat Sports Team

Published : Aug 10, 2024, 8:45 AM IST

ନୂଆଦିଲ୍ଲୀ:ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଭାରତୀୟ ରେସଲର ଅମନ ସେରାଓ୍ବାତ । ପୁରୁଷ ଫ୍ରିଷ୍ଟାଇଲ 57 କେଜି ବର୍ଗରେ ବ୍ରୋଞ୍ଜ ମେଡାଲ ଜିତିବା ପରେ ଅଲିମ୍ପିକ୍ସରେ ବ୍ୟକ୍ତିଗତ ମେଡାଲ ଜିତିବାରେ ଅମନ ସର୍ବକନିଷ୍ଠ ଭାରତୀୟ ଖେଳାଳି ହୋଇପାରିଛନ୍ତି । ଅମନଙ୍କୁ ଏବେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ତାଙ୍କର ପ୍ରଥମ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ମେଡାଲ ଜିତି ସେ ବହୁତ ଖୁସି ଅଛନ୍ତି ଓ ପଦକ ପାଇଥିବା ସେ ଏବେବି ବିଶ୍ବାସ କରିପାରୁ ନାହାନ୍ତି ବୋଲି କହିଛନ୍ତି ।

'ମୋର ବିଶ୍ବାସ ହେଉନି ମୁଁ ପଦକ ଜିତିଛି': ଅମନ ସେରାଓ୍ବାତ ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି, "ମୁଁ ବହୁତ ଖୁସି ଅଛି ଏବଂ ମୋତେ ଏବେବି ବିଶ୍ବାସ ହେଉନାହିଁ କି ମୁଁ ଅଲିମ୍ପିକ୍ସରେ ଦେଶ ପାଇଁ ପଦକ ଜିତିଛି । ମୁଁ ସ୍ୱର୍ଣ୍ଣ ପଦକ ପାଇଁ ଆଶା ରଖିଥିଲି କିନ୍ତୁ ବ୍ରୋଞ୍ଜରେ ମଧ୍ୟ ମୁଁ ଖୁସି । ''

ଏହା ମଧ୍ୟ ପଢନ୍ତୁ-Paris Olympics 2024; କୁସ୍ତିରେ ଆସିଲା ପ୍ରଥମ ମେଡାଲ, ସର୍ବକନିଷ୍ଠ ଖେଳାଳି ଭାବେ ବ୍ରୋଞ୍ଜ ଜିତିଲେ ଅମନ - Paris Olympics 2024

'ପୋଡିୟମରେ ଠିଆ ହେବା ମୋ ପାଇଁ ବାକଶ୍ବନ୍ୟ ମୁହୁର୍ତ୍ତ' :ସେ ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ମୁଁ ପୋଡିୟମରେ ଠିଆ ହେଇଥିଲି ଏସେହି ମୁହୁର୍ତ୍ତକୁ ମୁଁ ଶବ୍ଦରେ ବର୍ଣ୍ଣନା କରିପାରିବି ନାହିଁ । ମୋର ପରବର୍ତ୍ତୀ ଲକ୍ଷ୍ୟ ହେଉଛି 2028 ଅଲିମ୍ପିକ୍ସ ଏବଂ 2026 ଏସିୟନ ଗେମ୍ସ । ଏଥି ପାଇଁ ମୁଁ ପ୍ରସ୍ତୁତି ଆରମ୍ଭ କରିଦେବି ।

'ଆଗକୁ ସ୍ବର୍ଣ୍ଣ ଜିତିବେ ଅମନ': ଅମନଙ୍କ ପ୍ରଦର୍ଶନ ନେଇ ରେସଲିଂ କୋଚ ଜଗମନ୍ଦର ସିଂ କହିଛନ୍ତି, ''ଅମନର ପ୍ରଦର୍ଶନ ଭଲ ଥିଲା। ଆମେ ସ୍ବର୍ଣ୍ଣ ଆଶା କରୁଥିଲୁ କିନ୍ତୁ ବ୍ରୋଞ୍ଜରେ ସନ୍ତୁଷ୍ଟ ହେବାକୁ ପଡିଲା। ଆଗାମୀ ଦିନରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଆଣିବୁ ... ଅମନ ଭବିଷ୍ୟତରେ ସ୍ୱର୍ଣ୍ଣ ପଦକ ନିଶ୍ଚିନ୍ତ ଜିତିବ ।''

ଅମନଙ୍କ ମେଡାଲ ବାପା ମାଆଙ୍କୁ ପ୍ରତି ଶ୍ରଦ୍ଧାଞ୍ଜଳି:ଅମନଙ୍କ ବିଜୟରେ ଦେଶବାସୀ ଉତ୍ସବ ମନାଉଛନ୍ତି । ମାତ୍ର 10 ବର୍ଷ ବୟସରେ ସେ ତାଙ୍କ ବାପା ମାଆଙ୍କୁ ହରାଇଥିଲେ । ଏହି ମେଡାଲ ତାଙ୍କ ବାପା ମାଆଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ବୋଲି କହିଛନ୍ତି ଅମନଙ୍କ ଦାଦା । ସେ ଆହୁରି ମଧ୍ୟ କହିଛନ୍ତି, ''ଅଲିମ୍ପିକ୍ସରେ ଅମନ ଗୋଲ୍ଡ ଆଣିବ ବୋଲି ମୋର ଆଶା ଥିଲା । କିନ୍ତୁ ଦେଶ ପାଇଁ ବ୍ରୋଞ୍ଜ ମିଳିଥିବାରୁ ମୁଁ ବି ଖୁସି । ଆଗକୁ ସେ ଗୋଲ୍ଡ ଜିତିବ ବୋଲି ଆମେ ପ୍ରାର୍ଥନା କରୁଛୁ । ଅମନର ଜୀବନ ପୁରା ସଂଘର୍ଷପୂର୍ଣ୍ଣ । ସେ ତାର ବାପା ମାଆଙ୍କୁ 10 ବର୍ଷ ବୟସରେ ହରାଇଥିଲା । ତାର ମେଡାଲ ତା ବାପା ମାଆଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି । ''

ABOUT THE AUTHOR

...view details