ହାଇଦ୍ରାବାଦ:ପ୍ରମୋଦ ଭଗତ ସସ୍ପେଣ୍ଡ । ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ନିଲମ୍ବିତ । ୧୮ ମାସ ପାଇଁ ସସ୍ପେଣ୍ଡ କଲା ବିଶ୍ବ ବ୍ୟାଡ୍ମିଣ୍ଟନ ଫେଡେରେସନ । ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ନିଲମ୍ବନାଦେଶ । ୨୦୨୪ ପ୍ୟାରିସ୍ ପାରା ଅଲିମ୍ପିକ୍ସରେ ଭାଗ ନେଇପାରିବେନି ପ୍ରମୋଦ । ୨୦୨୦ ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିଥିଲେ ପ୍ରମୋଦ ।
15 ଦିନ ପରେ ଖେଳିଥାନ୍ତେ ପାରା ଅଲିମ୍ପିକ୍ସ । ହେଲେ ଆଜି ଡୋପ ଟେଷ୍ଟରେ ଫେଲ ହେଇ ପ୍ୟାରିସ ପାରା ଅଲିମ୍ପିକ୍ସ 2024ରୁ ପଡିଲେ ବାଦ । ଓଡିଆ ଷ୍ଟାର ତଥା ଦେଶର ନମ୍ବର-1 ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ 18 ମାସ ପାଇଁ ସସପେଣ୍ଡ ହୋଇଛନ୍ତି ।
ଏହା ବି ପଢନ୍ତୁ- ଫାଇନାଲ ମ୍ୟାଚ୍ ପୂର୍ବରୁ କେମିତି ବଢ଼ିଲା ଓଜନ ? CAS ଆଗରେ ବଡ଼ ଖୁଲାସା କଲେ ଭିନେଶ ଫୋଗାଟ
2020 ଟୋକିଓ ପାରା ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ କମାଲ କରି ସ୍ବର୍ଣ୍ଣ ପଦକ ଜିତିଥିଲେ ପ୍ରମୋଦ । ତେବେ ଗତ 12 ମାସ ମଧ୍ୟରେ ଏହା ପ୍ରମୋଦଙ୍କର ତୃତୀୟ ଟେଷ୍ଟ୍ । ଯେଉଁଥିରେ ସେ ତିନି ଥର ଯାକ ଫେଲ ମାରିଛନ୍ତି ।
ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ (BWF) ଏହି ଦଣ୍ଡାଦେଶ ତଥା ନିଲମ୍ବନାଦେଶ ଶୁଣାଇଛି । BWF ଆଣ୍ଟି- ଡୋପିଂ ରେଗୁଲେସନ୍ ଆଇନ ଅନୁସାରେ ଏହି ଦଣ୍ଡ ବିଧାନ ହୋଇଛି । ଆଜି (ମଙ୍ଗଳବାର) ଏହି ନିଷ୍ପତ୍ତି ଶୁଣାଇଛି ବିଡବ୍ଲ୍ୟୁଏଫ୍ । ତେବେ ଗତ ମାର୍ଚ୍ଚ 1 ତାରିଖରେ ସିଏସ୍ (Court of Arbitration of Sport) ର ଆଣ୍ଟି- ଡୋପିଂ ଡିଭିଜନ ଡୋପିଂ- ଟେଷ୍ଟ କରି ଜାଣିପାରିଥିଲେ କି, ଏହି ବ୍ୟାଡମିଣ୍ଟନ ଖେଳାଳି ଆଣ୍ଟି-ଡୋପିଂ ଆଇନର ଉଲ୍ଲଙ୍ଘନ କରିଛନ୍ତି ।