ଓଡିଶା

odisha

ETV Bharat / sports

ବିପଦ ସମୟର ବନ୍ଧୁ ଭାରତ ! ଟିମ୍ ଇଣ୍ଡିଆ ବିପକ୍ଷରେ ନାହିଁ ଗୋଟିଏ ବି ମ୍ୟାଚ, କିନ୍ତୁ ଦିଲ୍ଲୀରେ ପହଞ୍ଚିଲା ନ୍ୟୁଜିଲାଣ୍ଡ କ୍ରିକେଟ ଟିମ୍; ରହିଛି ଖାସ୍ କାରଣ - New Zealand Cricket Team In India - NEW ZEALAND CRICKET TEAM IN INDIA

New Zealand Team In India:ବର୍ତ୍ତମାନ ସମୟରେ ଏପରି ଏକ ସହାୟତା କରି ଚର୍ଚ୍ଚାକୁ ଆସିଛି ବିସିସିଆଇ ଏବଂ ଭାରତ । ଆଫଗାନିସ୍ତାନ ପାଇଁ ବିପଦର ବନ୍ଧୁ ସାଜିଛି ବିସିସିଆଇ । ଅଧିକ ପଢନ୍ତୁ

New Zealand cricket team
New Zealand cricket team (ANI PHOTO)

By ETV Bharat Odisha Team

Published : Sep 5, 2024, 2:57 PM IST

Updated : Sep 5, 2024, 6:48 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ଦୁନିଆରେ ଖାଲି କ୍ରିକେଟ ଖେଳ ପାଇଁ ପରିଚିତ ନୁହେଁ ବରଂ ସମୟ ସମୟରେ ଭାରତ ସମେତ ବିଦେଶରେ ବଭିନ୍ନ ସହାୟତା ପାଇଁ ଜଣାଶୁଣା । ଦେଶରେ କୌଣସି ସମୟରେ ଜରୁରୀ ପରିସ୍ଥିତିତ ହେଉକି ପ୍ରାକୃତିକ ବିପର୍ଯ୍ୟୟ ସବୁବେଳେ ସହାୟତାର ହାତ ବଢାଇଥାଏ ବିସିସିଆଇ । ଏହା ସହିତ କୌଣସି କ୍ରିକେଟରଙ୍କ ବିପଦ ସମୟରେ ମଧ୍ୟ କାନ୍ଧରେ କାନ୍ଧ ମିଶାଇ ଠିଆ ହୁଏ ବିସିସିଆଇ । ବିଶ୍ବକପ୍ ବିଜୟୀ ଟିମ ପାଇଁ ହାତଖୋଲା ପୁରସ୍କାର ରାଶି ଘୋଷଣା ସହିତ ଅଲିମ୍ପିକ୍ସ ଟିମ୍ ପାଇଁ ମଧ୍ୟ ଭଣ୍ଡାର ଖୋଲିଥିଲା ବିସିସିଆଇ । ସମୟ ସମୟରେ ଟିମ୍ ଇଣ୍ଡିଆ ପାଇଁ ମଧ୍ୟ ବମ୍ପର ଧନ ରାଶି ବର୍ଷା କରିବାରେ ପଛାଏ ନାହିଁ ବିସିସିଆଇ । ତେବେ ବର୍ତ୍ତମାନ ସମୟରେ ଏପରି ଏକ ସହାୟତା କରି ଚର୍ଚ୍ଚାକୁ ଆସିଛି ବିସିସିଆଇ ଏବଂ ଭାରତ । ଆଫଗାନିସ୍ତାନ ପାଇଁ ବିପଦର ବନ୍ଧୁ ସାଜିଛି ବିସିସିଆଇ ।

ଏହା ବି ପଢନ୍ତୁ- ମାତ୍ର 10 ରନରେ ଟିମ୍ ଅଲଆଉଟ୍, 5 ବଲରେ ମ୍ୟାଚ ଶେଷ; ଜାଣନ୍ତୁ କେଉଁଠି ହେଲା ଏହି ଅନ୍ତର୍ଜାତୀୟ ମ୍ୟାଚ୍ ? - ICC Mens T20 World Cup Qualifier

ଆଜି ନ୍ୟୁଜିଲାଣ୍ଡ କ୍ରିକେଟ ଟିମ ଭାରତ ପହଞ୍ଚିଛି । ଏହା ପୂର୍ବରୁ ଅଗଷ୍ଟ 28 ତାରିଖରେ ଆଫଗାନିସ୍ତାନ ଟିମ୍ ଭାରତ ପହଞ୍ଚିସାରିଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଫଗାନିସ୍ତାନକୁ ଭାରତୀୟ ଷ୍ଟାଡିୟମରେ ମ୍ୟାଚ ଖେଳିବାକୁ ତଥା ମ୍ୟାଚ ଆୟୋଜନ ପାଇଁ ଗ୍ରୀନ ସିଗନାଲ ଦେଇସାରିଛି । ଆଫଗାନିସ୍ତାନ କ୍ରିକେଟ ଟିମ୍ ଭାରତୀୟ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଗୋଟିଏ ଟେଷ୍ଟ ମ୍ୟାଚ ଖେଳିବ । ଏହି ମ୍ୟାଚ 9 ସେପ୍ଟେମ୍ବରରେ ନୋଏଡାରେ ଖେଳାଯିବ ।

ଏହା ବି ପଢନ୍ତୁ- ବାପରେ ବାପ... ଏତେ ଟ୍ୟାକ୍ସ ଭରୁଛନ୍ତି କୋହଲି-ଧୋନୀ, ଟପ୍-20ରେ ନାହାଁନ୍ତି ରୋହିତ, ଜାଣନ୍ତୁ କିଏ ଦେଉଛି କେତେ ? - Most Tax Payer Cricketer

ଏଥିପାଇଁ ଆଜି ସକାଳ 5.40 ମିନିଟରେ ନ୍ୟୁଜିଲାଣ୍ଡ ଦଳ ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି । ଏପରିକି ସ୍ଥାନୀୟ ହୋଟେଲରେ ପହଞ୍ଚିବା ପରେ ଖେଳାଳିଙ୍କ ଦମଦାର ସ୍ବାଗତ ହୋଇଥିଲା । ଆଫଗାନିସ୍ତାନରେ ବର୍ତ୍ତମାନ ପରିସ୍ଥିତିରେ ମ୍ୟାଚ ଆୟୋଜନ ସମ୍ଭବ ନୁହେଁ । ଏପରି ସମୟରେ କୌଣସି ଦଳ ମଧ୍ୟ ସୁରକ୍ଷା ସମ୍ପର୍କିତ ମାମଲା ଥିବାରୁ ଆଫଗାନିସ୍ତାନ ଗସ୍ତ କରିବାକୁ ନାରାଜ । ତେବେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଭାରତକୁ ସହାୟତା ପାଇଁ ଅପିଲ କରିବା ପରେ ବିସିସିଆଇ ପୁଣି ଥରେ ବିପଦ ସମୟରେ ଆଫଗାନିସ୍ତାନ ସହିତ ଠିଆ ହୋଇଛି ।

ତେବେ ଏହା ପ୍ରଥମ ଥର ପାଇଁ ନୁହେଁ କି, ଭାରତରେ ଆଫଗାନିସ୍ତାନ କୌଣସି ଅନ୍ୟ ଦେଶର ଦଳ ପାଇଁ ମ୍ୟାଚ ଆୟୋଜନ କରିବ । ଏହା ପୂର୍ବରୁ 2018ରେ ବେଙ୍ଗାଲୁରୁରେ ଆଫଗାନିସ୍ତାନ ମ୍ୟାଚ ଆୟୋଜନ କରିଥିଲେ । ଏହା ପରେ 2019ରେ ମଧ୍ୟ ଆଫଗାନିସ୍ତାନ ଆୟରଲାଣ୍ଡ ବିପକ୍ଷରେ ଭାରତରେ ମ୍ୟାଚ ଆୟୋଜନ କରିଥିଲା । ଆଫଗାନିସ୍ତାନ ଭାରତ ବିପକ୍ଷରେ ହିଁ ଟେଷ୍ଟ ଡେବ୍ୟୁ କରିଥିଲା । ଆଫଗାନିସ୍ତାନ ବର୍ତ୍ତମାନ ପର୍ଯ୍ୟନ୍ତ 9ଟି ଟେଷ୍ଟ ମ୍ୟାଚ ଖେଳାଥିବା ବେଳେ ଭାରତରେ ହିଁ କେବଳ 3ଟି ମ୍ୟାଚ ଖେଳିଛି ।

Last Updated : Sep 5, 2024, 6:48 PM IST

ABOUT THE AUTHOR

...view details