ଲୁସାନେ (ସ୍ବିଜରଲ୍ୟାଣ୍ଡ):ଅଲିମ୍ପିକ୍ ବିଜେତା ଜାଭଲିନ୍ ଥ୍ରୋଅର୍ ତଥା ଭାରତର ଗୋଲ୍ଡେନ ବୟ ନୀରଜ ଚୋପ୍ରା ଗୁରୁବାର ଆଉ ଏକ ଐତିହାସିକ ଉପଲବ୍ଧି ହାସଲ କରିଛନ୍ତି । ସେ ସିଜିନ ବେଷ୍ଟ ଥ୍ରୋ ମାରି ଲୁସାନେ ଡାଇମଣ୍ଡ ଲିଗ ଫାଇନାଲରେ ପହଞ୍ଚିଛନ୍ତି ।
ପ୍ୟାରିସ୍ ଅଲିମ୍ପିକ୍ସରେ ୮୯.୪୫ ମିଟର ଥ୍ରୋ ସହ ରୌପ୍ୟ ପଦକ ଜିତିଥିବା ଭାରତର ତାରକା ଜାଭେଲିନ୍ ଥ୍ରୋ ଆଥଲେଟ୍ ନୀରଜ ଚୋପ୍ରା ସ୍ବିଜରଲ୍ୟାଣ୍ଡରେ ଚାଲିଥିବା ଲୁସାନେ ଡାଇମଣ୍ଡ ଲିଗରେ ସିଜିନ ବେଷ୍ଟ ଥ୍ରୋ 89.49 ମିଟର ମାରିଛନ୍ତି । ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିବା ପରେ ଆଘାତ ଜନିତ କାରଣରୁ ସମ୍ପୂର୍ଣ୍ଣ ଫର୍ମରେ ନଥିବା ବୟାନ ଦେଇଥିବା ନୀରଜ ଏବେ ଆକ୍ସନକୁ ଆସୁ ଆସୁ କମାଲ କରିଛନ୍ତି । ଅଗଷ୍ଟ ୨୨ରୁ ଏହି ଲିଗ ଆରମ୍ଭ ହୋଇଛି ।
ଭାରତର ଡବଲ ଅଲିମ୍ପିକ୍ସ ମେଡାଲ ବିଜେତା ଗୋଲ୍ଡେନ ବୟ ନୀରଜ ଚୋପ୍ରା ପ୍ୟାରିସ ଅଲିମ୍ପିକ୍ସ 2024 ଶେଷ ହେବା ପରେ ପୁଣି ଆକ୍ସନରେ । ଲୁସାନେ ଡାଇମଣ୍ଡ ଲିଗରେ ମାରିଛନ୍ତି ନିଜର ସିଜିବ ବେଷ୍ଟ ଥ୍ରୋ । 89.49 ମିଟର ଭାଲା ଭିଙ୍ଗି ଏହି ଜାଭଲିନ ଥ୍ରୋ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି । ଗତକାଲି ଅନୁଷ୍ଠିତ ପ୍ରି- ଫାଇନାଲ ଇଭେଣ୍ଟରେ 6ଥର ଜାଭଲିନ ଫିଙ୍ଗିବା ପରେ ଶେଷ ଉଦ୍ୟମରେ 89.49 ମିଟର ଥ୍ରୋ କରିଛନ୍ତି । ତେବେ ନୀରଜ ଏହି ଥ୍ରୋ ପରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଏହାସହିତ ଏହି ଇଭେଣ୍ଟରେ ପାକିସ୍ତାନର ଅଲିମ୍ପିକ୍ସ ଗୋଲ୍ଡ ମେଡାଲ ବିଜେତା ଅସରଦ ନଦୀମ ସାମିଲ ହୋଇନାହାଁନ୍ତି ।