ଜେଦାହ (ସାଉଦି ଆରବ): ଶେଷ ହୋଇଛି ଆଇପିଏଲ୍ 2025 ମେଗା ଅକ୍ସନ । 182 ଜଣ ଖେଳାଳିଙ୍କ ଉପରେ 639.15 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି 10 ଆଇପିଏଲ୍ ଫ୍ରାଞ୍ଚାଇଜ । ଦୁଇ ଦିନିଆ ନିଲାମୀ ବୋଲିରେ 182 ଜଣ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା ହୋଇଥିବା ବେଳେ 395 ଜଣ ଖେଳାଳିଙ୍କୁ କେହି କିଣି ନାହାଁନ୍ତି । ଆଇପିଏଲ୍ ଫ୍ରାଞ୍ଚାଇଜ ଡ୍ରିମ୍ ଟିମ୍ ପାଇଁ ନିଲାମୀରେ କଡା ମୁକାବିଲା କରିଥିଲେ । ପ୍ରଥମ ଦିନରେ ବ୍ଲକବ୍ଲାଷ୍ଟର ଅକ୍ସନରେ ବ୍ୟାଟରଙ୍କ ଧୁମ କ୍ରେଜ ଥିବା ବେଳେ ଦ୍ବିତୀୟ ଦିନରେ ପେସ ବୋଲରଙ୍କ ଦବଦବା ଥିଲା ।
ଆଇପିଏଲ୍ ମେଗା ଅକ୍ସନର ଷ୍ଟାର ଖେଳାଳି ହେଲେ ରିଷଭ ପନ୍ତ । ଆଇପିଏଲ ଇତିହାସର ସବୁଠୁ ମହଙ୍ଗା ଖେଳାଳି ଭାବେ ଓ୍ବିକେଟ କିପର ଷ୍ଟାର ବ୍ୟାଟର ପନ୍ତଙ୍କୁ 27 କୋଟିରେ କିଣିଛି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଟିମ୍ । ପନ୍ତଙ୍କ ପଛକୁ ଅଛନ୍ତି ଶ୍ରେୟର ଆୟର। ପଞ୍ଜାବ କିଙ୍ଗ୍ସ 26.75 କୋଟିରେ ଆୟରଙ୍କୁ କିଣିଛି । ଏହା ପଛକୁ ବିଦେଶ ଖେଳାଳି ଭାବେ ସର୍ବାଧିକ ଟଙ୍କାରେ ବିକ୍ରି ହୋଇଛନ୍ତି ଜସ୍ ବଟଲର । ଗୁଜୁରାଟ ଟାଇଟନ୍ସ 15.75 କୋଟିରେ ବଟଲରଙ୍କୁ କିଣିଛି ଯିଏ ତୃତୀୟ ସର୍ବାଧିକ ଟପ୍ ବାଏର । ଏପଟେ ଅକ୍ସନରେ ଡେଭିଡ ଓ୍ବାର୍ଣ୍ଣର, ଜନି ବେୟାରଷ୍ଟୋ ଏବଂ ମୁସ୍ତାଫିଜୁର ରେହମାନ କିନ୍ତୁ ଅନସୋଲ୍ଡ ହୋଇଛନ୍ତି । ଆଇପିଏଲର ଏହି ଦିଗଜ୍ଜ ଖେଳାଳିଙ୍କୁ କୌଣସି ଟିମ୍ କିଣି ନାହାଁନ୍ତି ।
ଏହା ବି ପଢନ୍ତୁ- IPL ଇତିହାସରେ ସବୁଠୁ ମହଙ୍ଗା ଖେଳାଳି ପନ୍ତ; ଜାଣନ୍ତୁ କିଏ କାହାକୁ କେତେ ଟଙ୍କାରେ କିଣିଲା ?